39.1 C
Bhubaneswar
Friday, April 26, 2024
Homeଓଡିଶାଅକ୍ଷୟତୃତୀୟା ଓ ଚନ୍ଦନ ଯାତ୍ରା ପରମ୍ପରା ଶ୍ରୀମନ୍ଦିର ଭିତରେ କରାଯିବ,ରଥଯାତ୍ରା ହେଵା ଆଶା ମଉଳି ନାହିଁ

ଅକ୍ଷୟତୃତୀୟା ଓ ଚନ୍ଦନ ଯାତ୍ରା ପରମ୍ପରା ଶ୍ରୀମନ୍ଦିର ଭିତରେ କରାଯିବ,ରଥଯାତ୍ରା ହେଵା ଆଶା ମଉଳି ନାହିଁ

ଭୁବନେଶ୍ୱର : କୌଣସି ଧାର୍ମିକ କାର୍ଯ୍ୟ ମନ୍ଦିର ବାହାରେ ହୋଇପାରିବ ନାହିଁ ବୋଲି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶା ବଳୀ ରହିଛି । ଏଣୁ ଶଙ୍କରାଚାର୍ଯ୍ୟଙ୍କ ଅନୁମତି କ୍ରମେ ପୁରୀ ଶ୍ରୀଜଗନ୍ନାଥଙ୍କ ଅକ୍ଷୟତୃତୀୟା ଓ ଚନ୍ଦନ ଯାତ୍ରା ପରମ୍ପରା ଶ୍ରୀମନ୍ଦିର ଭିତରେ କରାଯିବ ବୋଲି ଆଜି ନିଷ୍ପତି ନିଆଯାଇଥିବା କଥା ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ କହିଛନ୍ତି । ଆସନ୍ତାକାଲି ଶନିବାର ଏ ସମ୍ପର୍କରେ ଅନ୍ୟ ଅଧିକାରୀଙ୍କ ସହ ଆଲୋଚନା କରାଯାଇ ମନ୍ଦିର ଭିତରେ କିପରି ଏହି କାର୍ଯ୍ୟ ସମ୍ପାଦନ ହେବ ସେ ନେଇ ପଦେକ୍ଷେପ ନିଆଯିବ ବୋଲି ଗଜପତି ମହାରାଜା ଦିବ୍ୟସିଂହ ଦେବ କହିଛନ୍ତି । ଫଳରେ ଶ୍ରୀଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ହେଵା ଆଶା ମଉଳି ନାହିଁ ବୋଲି କୁହାଯାଉଛି |

ରଥଯାତ୍ରା ଓ ଜଗନ୍ନାଥଙ୍କ ପରମ୍ପରା କିପରି ହେବ ନିଷ୍ପତିି ନେବା ପାଇଁ ଆଜି ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ ବସିଥିଲା । କିନ୍ତୁ ଏ ନେଇ କୌଣସି ନିଷ୍ପତି ହୋଇପାରି ନଥିଲା । କରୋନା ମହାମାରୀ ପାଇଁ ସମଗ୍ର ଦେଶରେ ଲକ୍‌ଡାଉନ୍ ଜାରି କରାଯାଇଛି । ଏ ସମୟରେ କୌଣସି ଧାର୍ମିକ କାର୍ଯ୍ୟ ମେଳା ମହୋତ୍ସବ ମନ୍ଦିର ବାହାରେ ହୋଇପାରିବ ନାହିଁ ବୋଲି ସପେଟ ନିର୍ଦ୍ଦେଶ ନାମା ରହିଛି । ଏକ୍ଷତ୍ରରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପାଇଁ ଅକ୍ଷୟ ତୃତୀୟାରୁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ଏବଂ ଚନ୍ଦନ ଯାତ୍ରା ପରମ୍ପରା ମଧ୍ୟ ଆରମ୍ଭ ହେବ । ଆସନ୍ତା ରହିବାର ଅକ୍ଷୟ ତୃତୀୟା ପଡ଼ୁଥିବାରୁ ଶ୍ରୀଜଗନ୍ନାଥଙ୍କ ଏହି କାର୍ଯ୍ୟ କିପରି ସମ୍ପାଦନ ହେବ ବୈଠକରେ ଆଲୋଚନା ହୋଇଥିଲା । କିନ୍ତୁ ସେବାୟତ ପ୍ରତିନିଧିମାନେ ଜଗନ୍ନାଥଙ୍କର କୌଣସି ପରମ୍ପରା ବନ୍ଦ ହେବ ନାହିଁ ବୋଲିି ପ୍ରଶାସନ ପକ୍ଷରୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶନାମବଳୀଙ୍କୁ ଦାବି ରଖାଯାଇଥିଲା । ଫଳରେ କୌଣସି ନିଷ୍ପତି ନିଆଯାଇ ପାରି ନଥିଲା । ଏହା ଧାର୍ମିକ କାର୍ଯ୍ୟ ହୋଇଥିବାରୁ ଏ ନେଇ ଶଙ୍କରାଚାର୍ଯ୍ୟଙ୍କ ନିଷ୍ପତି ନେବାକୁ ନିଆଯାଇଥିଲା । ଏଥିନେଇ ପରିଚାଳନା କମିଟିର ଅଧ୍ୟକ୍ଷ ଗଜପତିଙ୍କୁ କ୍ଷମତା ପ୍ରାପ୍ତ କରାଯାଇଥିଲା ।

ଗଜପତି ଆଜି ଶଙ୍କରାଚାର୍ଯ୍ୟଙ୍କ ସହ ଆଲୋଚନା କରି ନିଷ୍ପତି ନେବେ ବୋଲି ଜଣାଇଥିଲେ । ଆଜି ସନ୍ଧ୍ୟା ୭ଟାରେ ଗଜପତି ଦିବ୍ୟସିଂହ ଦେବ ଶଙ୍କରାଚାର୍ଯ୍ୟଙ୍କ ନିକଟରେ ପହଂଚିଥିଲେ । ଓ ଅନ୍ୟ ଅଧିକାରୀମାନେ ବି ପହଂଚିଥିଲେ । ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା । ବହୁ ବାଦ ବିବାଦ ପରେ ଶଙ୍କରାଚାର୍ଯ୍ୟ ନିଷ୍ପତି ନେଇଥିଲେ ଯେ, ଶ୍ରୀଜଗନ୍ନାଙ୍କ ବିଧି ବଜାୟ ରହୁ । ଏହି ନିଷ୍ପତିକୁ ଗଜପତି ପରେ ଗଣମାଧ୍ୟମକୁ ଜଣାଛନ୍ତି । ଶଙ୍କରାଚାର୍ଯ୍ୟ ବିଧି ବଜାୟ ରଖିବାକୁ କହିଥିବାରୁ ମନ୍ଦିର ବାହାରେ କୌଣସି କାର୍ଯ୍ୟକ୍ରମ କରାନଯାଇ ମନ୍ଦିର ଭିତରେ କରାଯିବ । ମେ’୩ତାରିଖ ପଯ୍ୟନ୍ତ ଲକ୍ ଡାଉନ୍ ଥିବାରୁ ଏହା ପରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନୂତନ ନିର୍ଦ୍ଦେଶାବଳୀ ଆସିବ । ତାକୁ ଭିତି କରି ପରିଚାଳନା କମିଟି ବୈଠକ ବସି ପରବର୍ତୀ ପଦକ୍ଷେପ ନିଆଯିବ କିନ୍ତୁ ଜୁନ୍ ମାସରେ ରଥଯାତ୍ରା ରହିଛି ଏହା ପୂର୍ବରୁ ଯଦି ଅକ୍ଷୟତୃତୀୟାରୁୁ ଜଗନ୍ନାଥଙ୍କ ରଥକାମ ବନ୍ଦ କରାଯାଏ ରଥକାମ ହେବନି ବୋଲି ଏକ ବାର୍ତା ଯିବ । ସେଥିପାଇଁ ରଥ ଖଳାରେ ରଥ କାମ କରାଯିବ ବୋଲି ଗଜପତି ମହାରାଜା ଦିବ୍ୟସିଂହ ଦେବ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking