40.1 C
Bhubaneswar
Thursday, April 25, 2024
Homeଓଡିଶାଠାକୁରମୁଣ୍ଡା ଅଞ୍ଚଳରେ ତାଣ୍ଡବ ରଚିଲା କାଳବୈଶାଖୀ

ଠାକୁରମୁଣ୍ଡା ଅଞ୍ଚଳରେ ତାଣ୍ଡବ ରଚିଲା କାଳବୈଶାଖୀ

ମୟୁରଭଞ୍ଜ(ଘାସିରାମ ବେହେରା) : ତାଣ୍ଡବ ରଚିଲା କାଳବୈଶାଖୀ। ଗୋଟେପଟେ କରୋନା ସଂକ୍ରମଣକୁ ନେଇ ଆତଙ୍କ ଅନ୍ୟପଟେ କାଳବୈଶାଖୀର ତାଣ୍ଡବ। ଆଜି ଅପରାହ୍ନରେ ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ଅଞ୍ଚଳରେ କାଳବୈଶାଖୀର ତାଣ୍ଡବ ରଚିଛି ଧ୍ୱଂସର ଖେଳ। ବିଭିନ୍ନ ଗ୍ରାମରେ ଘରରଛାଉଣୀ ଉଡିଯିବା ସହ  ଗଛଭାଙ୍ଗି ଘର ଉପରେ ପଡି ଭାଙ୍ଗିଯାଇଛି। ଜରକ, ହାତୀଗୋଡ଼ା,ଦିଗଧର ପ୍ରଭୁତି ପଞ୍ଚାୟତର ଅନେକ ଗ୍ରାମରେ କାଳବୈଶାଖୀ ବ୍ୟାପକ କ୍ଷୟକ୍ଷତି ଘଟାଇଛି। ଜରକ ପଞ୍ଚାୟତ ଅନ୍ତର୍ଗତ ଘଣ୍ଟିଆଦର,ପାଣପୋଷି,ହାତଗୋଡା ପଞ୍ଚାୟତର ଅଖାପଲାଣ,ହାତୀଗୋଡ଼ା ଗ୍ରାମ ଦିଗଧର ପଞ୍ଚାୟତର ଦିଗଧର ଗ୍ରାମର ଅନେକଙ୍କ ଘର ଆଜବେଷ୍ଟ ଛାଉଣୀ ଝଡତୋଫାନରେ ଉଡିଯାଇ ଥିବାର ଦେଖିବାକୁ ମିଳିଛି। ମିଳିଥିବା ଖବର ଅନୁଯାୟୀ ଜରକ ପଞ୍ଚାୟତର ଘଣ୍ଟିଆଦର ଗ୍ରାମର ହୃଷୀକେଶ ମହାନ୍ତଙ୍କ ୩ ବଖରା ଆଜବେଷ୍ଟ ଛାଉଣୀ ସମ୍ପୂର୍ଣ୍ଣ ଉଡି ଯାଇଥିବା ବେଳେ ଘରଭିତରେ ଥିବା ଆସବାବ ପତ୍ର ନଷ୍ଟ ହୋଇଯାଇଛି। ସେହିପରି ବିଦ୍ୟାଧର ମହାନ୍ତ,ତ୍ରିଲୋଚନ ମହାନ୍ତ, ବିଜୟ ମହାନ୍ତ, ଉପେନ୍ଦ୍ର ମହାନ୍ତ, କରୁଣାକର ମହାନ୍ତ, ଦୈତାରୀ ମହାନ୍ତ, ଶତ୍ରୁଘ୍ନନ ମହାନ୍ତ, ମଙ୍ଗୁଳୁ ମହାନ୍ତ, ଚିନ୍ମୟ ମହାନ୍ତ, ବିଡିଓ ହୋ ,ପାଣପୋଷି ଗ୍ରାମର ଗଣେଶ୍ୱର ମହାନ୍ତ, ଉଗ୍ରେସନ ମହାନ୍ତ,ହାତୀଗୋଡ଼ା ପଞ୍ଚାୟତ ହାତୀଗୋଡ଼ା ଗ୍ରାମର ଗାଙ୍ଗୀ ବିରୁଆଙ୍କ ଆଜବେଷ୍ଟ ଛାଉଣୀ ଘର ଉପରେ ଦୁଇଟି ମହୁଲଗଛ ପଡିଯିବାରୁ ଘରଟି ସମ୍ପୂର୍ଣ୍ଣ ଭାଙ୍ଗିଯାଇ ଆସବାବପତ୍ର ,ଧାନଚାଉଳ ଆଦି  ନଷ୍ଟ ହୋଇଯାଇଛି। ଅଖାପଲାଣ ଛକରେ ବୁଧୁରାମ ସିଂ ଙ୍କ ଆଜବେଷ୍ଟ ଛାଉଣୀ ଉଡି ଯାଇଛି। ଦିଗଧର ଗ୍ରାମର ବେଣୁ ନାୟକଙ୍କ ଘରଛାଉଣୀ ଉଡିଯାଇଛି। ସେହିପରି ଅନେକଙ୍କ ଘରବାଡିରେ ଥିବା ଗଛ ଏବଂ ଜଙ୍ଗଲରେ ଥିବା ଅନେକ ବଡ଼ବଡ଼ ଗଛ ଭାଙ୍ଗି ତଳେ ପଡି ଯାଇଛି। ତେବେ କାଳବୈଶାଖୀର ତାଣ୍ଡବ ସମ୍ପର୍କରେ ଖବରପାଇ ଠାକୁରମୁଣ୍ଡା ତହସିଲଦାର ପ୍ରଦ୍ୟୁନ୍ନ କୁମାର ନାଏକ ସଙ୍ଗେ ସଙ୍ଗେ ସମ୍ପୃକ୍ତ ରାଜସ୍ବ ନିରୀକ୍ଷକଙ୍କୁ କ୍ଷୟକ୍ଷତିର ଆକଳନ ପାଇଁ ନିର୍ଦ୍ଦେଶ ଦେଇଥିବାର ସୂଚନା ମିଳିଛି।
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking