29.1 C
Bhubaneswar
Sunday, May 5, 2024
Homeଓଡିଶାବନ୍ଧୁକ ଦେଖାଇ ୧୫ଲକ୍ଷ ଲୁଟିନେଲେ: ପ୍ରତିବାଦ କରିବାରୁ ଗୁଳି ଫୁଟାଇଲେ

ବନ୍ଧୁକ ଦେଖାଇ ୧୫ଲକ୍ଷ ଲୁଟିନେଲେ: ପ୍ରତିବାଦ କରିବାରୁ ଗୁଳି ଫୁଟାଇଲେ

ଭୁବନେଶ୍ୱର:  ରାଜଧାନୀରେ ଦିନକୁ ଦିନ ଲୁଟେରାଙ୍କ ଆତଙ୍କ ବଢ଼ିବାରେ ଲାଗିଛି । ବୁଧବାର ଦିନ ଦ୍ୱିପହରରେ ଇମ୍ଫୋଭ୍ୟାଲି ଥାନା ଅନ୍ତର୍ଗତ ଯାଁଳା ଫାଣ୍ଡି ନିକଟ ବଜାର ଉପରେ ଥିବା ସାଗରିକା ଜୁଏଲାରୀରେ ଦୁଇଜଣ ଦୁବୃର୍ତ୍ତ ପଶି ୧୫ ମିନିଟ୍‌ରେ ୧୫ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟି ନେଇଛନ୍ତି । ଏପରିକି ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରୁଥିବା ଲୋକଙ୍କ ଉପରେ ଲୁଟେରାଦ୍ୱୟ ଗୁଳି ଫୁଟାଇ ଫେରାର ହୋଇଯାଇଛନ୍ତି । ଲୁଟେରାଙ୍କ ଗୁଳି କାହା ଦେହରେ ବାଜିନଥିବାରୁ କିଛି ବି କ୍ଷୟକ୍ଷତି ହୋଇନାହିଁ । ସୂଚନା ଅନୁଯାୟୀ, ଯାଁଳା ବଜାର ଉପରେ କବିରାଜ ସୁବୁଦ୍ଧି ନାମକ ଜଣେ ବ୍ୟକ୍ତି ସାଗରିକା ଜୁଏଲାରୀ ନାମକ ଏକ ସୁନା ଦୋକାନ କରିଛନ୍ତି । ଉକ୍ତ ଦୋକାନରେ କବିରାଜ ଓ ତାଙ୍କ ଦୋକାନ କର୍ମଚାରୀମାନେ ରୁହନ୍ତି । କବିରାଜଙ୍କ ଅନୁପସ୍ଥତିରେ ତାଙ୍କ ଝିଅ ବେଳେ ବେଳେ ଦୋକାନରେ ବସିଥାନ୍ତି । ବୁଧବାର ମଧ୍ୟାହ୍ନ ସମୟରେ ଦୁଇଜଣ ଯୁବକ ଏକ କଳା ପଲସରରେ ଆସି ଦୋକାନ ସମ୍ମୁଖରେ ଗାଡ଼ି ରଖିଥିଲେ । ପରେ ଉଭୟ ଦୋକାନ ମଧ୍ୟରେ ପ୍ରବେଶ କରି ବନ୍ଧୁକ ମୁନରେ ୧୫ଲକ୍ଷ ଟଙ୍କାର ସୁନା ଅଳଙ୍କାର ନେଇ ଦୋକାନ ମଧ୍ୟରୁ ବାହାରକୁ ବାହାରି ଆସିଥଥିଲେ । ଦୁବୃର୍ତ୍ତଦ୍ୱୟଙ୍କୁ ଦୋକାନ କର୍ମଚାରୀମାନେ ଅଟକାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସେମାନେ ଲୋକଙ୍କ ଉପରୁ ଗୁଳି ଚାଳନା କରିଥିଲେ । ଏତିକିବେଳେ ଦୁବୃର୍ତ୍ତଦ୍ୱୟ ଫେରାର ହେବାକୁ ଚେଷ୍ଟା କରିବାବେଳେ ସେମାନଙ୍କ ବାଇକ୍ ଷ୍ଟାଟ୍ ହୋଇନଥିଲା । ଯାହାଫଳରେ ଜଣେ ଦୁବୃର୍ତ୍ତ ଗାଡ଼ିଟିକୁ ଠେଲି ଠେଲି କିଛି ବାଟ ନେଉଥିବାବେଳେ ଅନ୍ୟ ଜଣେ ଦୁବୃର୍ତ୍ତ ବନ୍ଧୁକ ଦେଖାଇ ଲୋକଙ୍କୁ ଡରାଉଥିବାର ଫଟୋ ସିସିଟିଭିରେ କଏଦ ହୋଇରହିଛି । କିଛିବାଟ ଦୁଇ ଦୁବୃର୍ତ୍ତ ଗାଡ଼ି ଠେଲି ଠେଲି ଯିବା ପରେ ରାସ୍ତାରେ ଜଣେ କୋରିୟର ସଂସ୍ଥାର ଯୁବକଙ୍କ ଠାରୁ ବାଇକ ଛଡ଼ାଇ ନେଇ ସେମାନେ କେଉଁଆଡେ ଫେରାର ହୋଇଯାଇଛନ୍ତି । ଘଟଣା ସମ୍ପର୍କରେ ଖବରପାଇ ଇମ୍ଫୋଭ୍ୟାଲି ଓ ସ୍ପେଶାଲ ସ୍କାଡ୍‌ର ପୁଲିସ ଟିମ୍ ପହଞ୍ଚି ଘଟଣାସ୍ଥଳରେ ପଡ଼ିଥିବା ଖୋକା ଏବଂ ଦୁବୃର୍ତ୍ତଙ୍କ ଗାଡ଼ିଟିକୁ ଜବତ କରିଛି । ତେବେ ଦୁବୃର୍ତ୍ତମାନେ ଆସିଥିବା ଗାଡ଼ିର ନମ୍ବର ପ୍ଲେଟରେ ଯେଉଁ ନମ୍ବର ଲେଖା ଅଛି, ତାହା ଏକ ଅଟୋର ନମ୍ବର ବୋଲି ଜଣାପଡ଼ିଛି । ଜୁଏଲାରୀ ଦୋକାନୀଙ୍କ ଅଭିଯୋଗକ୍ରମେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking