32.1 C
Bhubaneswar
Friday, April 26, 2024
Homeଅପରାଧପୁଣି ମାତିଲେ ଲୁଟେରା : ଗୋଡାଇ ଗୋଡାଇ ହାଣି ଲୁଟିଲେ ଦେଢ ଲକ୍ଷ

ପୁଣି ମାତିଲେ ଲୁଟେରା : ଗୋଡାଇ ଗୋଡାଇ ହାଣି ଲୁଟିଲେ ଦେଢ ଲକ୍ଷ

ସୋର: ବାଲେଶ୍ବର ଜିଲ୍ଲା ସୋରରେ ପୁଣି ଲୁଟେରାଙ୍କ ଆତଙ୍କ ଦେଖିବାକୁ ମିଳିଛି। ଖଣ୍ଡାରେ ଗୋଡାଇ ଗୋଡାଇ ହାଣିବା ସହ ଦେଢ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି।
ସୂଚନା ଅନୁଯାୟୀ, ସୋର ଥାନା ଅନ୍ତର୍ଗତ ଭୀମେଇ ଗ୍ରାମରୁ ଏକ ଘରୋଇ ଫାଇନ୍ସାସ ସଂସ୍ଥାର ପୁରୁଷ କର୍ମଚାରୀ ଜଗନ୍ନାଥ ସ୍ବାଇଁ ଓ ମହିଳା କର୍ମଚାରୀ ରଶ୍ମିରେଖା ଦାସ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀରୁ କଲେକ୍ସନ କରି ଅଫିସ ଫେରିବା ରାସ୍ତାରେ ଏହି ଅଘଟଣ ଘଟିଛି। ୧୬ନଂ ଜାତୀୟ ରାଜପଥ ପାଇକାଳି ନିକଟରେ ବାଇକରେ ତିନି ଜଣ ଲୁଟେରା ପ୍ରଥମେ ଦୁଇ କର୍ମଚାରୀଙ୍କୁ ଗୋଡାଇ ଗୋଡାଇ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ପରେ ସେମାନଙ୍କଠାରୁ ୧ଲକ୍ଷ ୬ ହଜାର ଟାଙ୍କ ଲୁଟ ନେଇଥିଲେ। ଏହା ସହ ସେମାନଙ୍କ ଠାରୁ ମୋବାଇଲ ଫୋନ୍ ଛଡାଇ ନେଇ ଫେରାର ହୋଇଯାଇଥିଲେ। ଲୁଟେରାଙ୍କ ଆକ୍ରମଣରେ ଉଭୟ କର୍ମଚାରୀଙ୍କ ମୁଣ୍ଡ, ହାତରେ ଗଭୀର ଆଘାତ ଲାଗିଥିବା ଦେଖିବାକୁ ମିଳିଛି। ଉଭୟଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ପାଇ ଘଟଣାସ୍ଥଳରେ ସୋର ପୁଲିସ ପହଞ୍ଚି ଛାନଭିନ ଆରମ୍ଭ କରିଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking