34.1 C
Bhubaneswar
Thursday, April 25, 2024
Homeଓଡିଶାଧାମନଗର ତହସିଲ ସମୁଖରେ ଜମାକାରୀଙ୍କ ଆନ୍ଦୋଳନ

ଧାମନଗର ତହସିଲ ସମୁଖରେ ଜମାକାରୀଙ୍କ ଆନ୍ଦୋଳନ

ଧାମନଗର : ଧାମନଗର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ମହାଠକେଇରେ କ୍ଷତିଗ୍ରସ୍ତ ଶହଶହ ଜମାକାରୀ ଗଣସତ୍ୟାଗ୍ରହରେ ଶନିବାର ସାମିଲ ହୋଇଥିଲେ । ପ୍ରଥମେ ମେଡିକାଲ ଛକରୁ ଶତାଧିକ ଜମାକାରୀ ଶୋଭାଯାତ୍ରାରେ ବଜାର ପରିକ୍ରମା କରିବା ସହ ବିଭୋକ୍ଷ ପ୍ରଦର୍ଶନ କରିଥିଲେ । ମଂଚର ଉପଦେଷ୍ଟା ତଥା ବରିଷ୍ଠ ସାମ୍ବାଦିକ ରବି ଦାସ, ମଂଚ ସଭାପତି ଜୟନ୍ତ ଦାସ, ସାଧାରଣ ସଂପାଦକ ମଧୁସୂଦନ ବିଶ୍ୱାଳ, କେନ୍ଦ୍ରୀୟ କର୍ମକର୍ତା ମଣ୍ଡଳୀର ଅନୁରାଧା ସୁବୁଦ୍ଧି, ଉମେଶ ନାୟକ, ବିଜୟ କୁମାର ସାହୁ, ଫାଲଗୁନି ରାଉତ, ମନୋଜ ପାତ୍ର, ରାଜେନ୍ଦ୍ର ପାତ୍ର, ମିର ଖୁସିଦ୍ଦ, ସେକ କାଦର ପ୍ରମୁଖ ଯୋଗଦେଇ କ୍ଷତିଗ୍ରସ୍ତ ଜମାକାରୀଙ୍କ ଜମାରାଶି ସରକାର ଦେବାରେ ବିଳମ୍ବ କରୁଥିବାରୁ କଟୁ ସମାଲୋଚନା କରିଥିଲେ ।
ସୂଚନା ଅନୁଯାୟୀ, ୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ ଜମାକାରୀଙ୍କ ଅର୍ଥ ଫେରସ୍ତ କରାଯିବ ବୋଲି ରାଜ୍ୟ ସରକାର ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ତାହା ପୂରଣ ହେଉନି । କେବଳ ନିର୍ବାଚନ ବୈତରଣୀ ପାର ପାଇଁ ସରକାର ୍ୱିମିଛ କହିଥିଲେ ବୋଲି ବକ୍ତାମାନେ ଉଦ୍‌ବେଗ ପ୍ରକାଶ କରିଥିଲେ । ଏବେ ୭ ବର୍ଷ ପରେ ସରକାର ୧୦ ହଜାରରୁ ଅଧିକ ଟଙ୍କା ଜମା ଦେଇଥିବା ଜମାକାରୀଙ୍କ ଯାଂଚ କରିବେ ନାହିଁ କିମ୍ବା ଟଙ୍କା ବି ଫେରସ୍ତ ଦେବ ନାହିଁ ବୋଲି ଅର୍ଥ ସଚିବ ସୂଚନା ଦେବାପରେ ସମଗ୍ର ରାଜ୍ୟର କ୍ଷତିଗ୍ରସ୍ତ ଜମାକାରୀ ସରକାରଙ୍କ ଏପରି ନିଷ୍ପତି ବିରୋଧରେ ତ୍ରୀବ ପ୍ରତିକ୍ରିୟା ପ୍ରକାଶ ପାଇଛି । ୨୦୧୩ରୁ ୨୦୧୯ ପର୍ଯ୍ୟନ୍ତ ଜମାକାରୀଙ୍କୁ ଜମାଟଙ୍କା ଫେରସ୍ତ ପ୍ରତିଶୃତି ଦେଇଥିଲେ, ଫଳରେ ଜମାକାରୀ ଆଉ ଥାନା, କୋର୍ଟ ନଯାଇ ସରକାରଙ୍କୁ ବିଶ୍ୱାସ କରି ୭ ବର୍ଷ ଅପେକ୍ଷା ପରେ ସରକାର କ୍ଷତିଗ୍ରସ୍ତଙ୍କୁ ସେମାନଙ୍କ ଅର୍ଥ ଫେରସ୍ତ ନକରାଇବା ଅତ୍ୟନ୍ତ ଦୁଖଦାୟକ ଘଟଣା ।
୨୦୧୩ରେ ନ୍ୟାୟମର୍ତି ରାଧାକାନ୍ତ ପାତ୍ର ସାକ୍ଷ ଦେବା ପାଇଁ ଆହ୍ୱାନ କରିଥିବା ସତ୍ୟପାଠ ଭିତରୁ ମାନ୍ୟବର ନ୍ୟାୟମୂର୍ତି ମଦନ ମୋହନ ଦାସ କମିଶନଙ୍କ ସୁପାରିଶ କ୍ରମେ କେତେକ ଜମାକାରୀ ଜମାରାଶି କାଗଜପତ୍ର ତହସିଲ ଜରିଆରେ ଯାଂଚକରି ସେମାନଙ୍କୁ ଇଣ୍ଡେମନିଟ୍ ବଣ୍ଡ ନେଇ ହାତଗଣତି କେତେକଙ୍କୁ ଫେରସ୍ତ କରିଥିଲେ ଅର୍ଥତ ଅନ୍ୟମାନଙ୍କୁ ଟଙ୍କା ଫେରସ୍ତ ଆଜି ପର୍ଯ୍ୟନ୍ତ କରାଯାଉନି । କର୍ପସ ପାଣ୍ଠିର ୩ଶହ କୋଟି ଟଙ୍କାକୁ ଅନ୍ୟତ୍ର ବିନିଯୋଗ କରିଥିବାରୁ ସରକାର ଏଭଳି ଶଠତାର ଆଶ୍ରୟ ନେଇଛନ୍ତି । ସେହିଭଳି ୪/୫ଟି ସଂସ୍ଥାର ଅର୍ଥକୁ ରାଜ୍ୟ ସରକାର ନିଜ ପକେଟରେ ରଖିଥିବା ବେଳେ ଜମାକାରୀଙ୍କୁ ସେମାନଙ୍କ ଟଙ୍କା ଫେରସ୍ତ କରୁନାହାନ୍ତି । ସେହିପରି ସିବିଆଇ କୋର୍ଟ କେତେକ ସଂସ୍ଥାର ବିଚାର କରି ଯେଉଁ ଶହଶହ କୋଟି ଟଙ୍କାର ଜୋରିମାନା କରିଛନ୍ତି, ସେ ଟଙ୍କା ଓ ପ୍ରବର୍ତନ ନିର୍ଦ୍ଦେଶାଳୟ ଜବତ କରିଥିବା ବିଭିନ୍ନ ସଂପତି ମୂଲ୍ୟ କେନ୍ଦ୍ର ସରକାର କର୍ପସ ପାଣ୍ଠିରେ ଜମା ଦେଇ ଜମାକାରୀଙ୍କୁ ଫେରସ୍ତ ବ୍ୟବସ୍ଥା ତ୍ୱରାନ୍ୱିତ କରିବା ପରିବର୍ତେ କେନ୍ଦ୍ର ସରକାର ସିବିଆଇ ଏବଂ ଇଡିକୁ ଦଳୀୟ ରାଜନୈତିକ ହତିଆର ଭାବେ ବ୍ୟବହାର କରି ନିଜର ଜନବିରୋଧୀ ନିତି ସପକ୍ଷରେ ସଂସଦରେ ମତ ନେଇ ଜମାକାରୀଙ୍କ ସ୍ୱାର୍ଥକୁ ଜଳାଞ୍ଜଳି ଦେବାର ଷଡଯନ୍ତ୍ର କରିଥିବା ବକ୍ତାମାନେ କହିଥିଲେ । କ୍ଷତିଗ୍ରସ୍ତ ଜମାକାରୀଙ୍କ ଅର୍ଥ ଫେରସ୍ତ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦିଆଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking