38.1 C
Bhubaneswar
Friday, April 26, 2024
Homeଓଡିଶାଲୁଚି ପଳାଉଥିଲେ ୧୫୦ ଶ୍ରମିକ, ଧରିଲା ପ୍ରଶାସନ

ଲୁଚି ପଳାଉଥିଲେ ୧୫୦ ଶ୍ରମିକ, ଧରିଲା ପ୍ରଶାସନ

ଜଟଣୀ : ସ୍କିଲ୍ ଡେଭଲପମେଣ୍ଟ ଇଣ୍ଡିଆ ନାମକ ଏକ ଦକ୍ଷତା ବିକାଶ ସଂସ୍ଥାରେ ଠିକା କର୍ମଚାରୀଭାବେ କାର୍ଯ୍ୟକରୁଥିବା ୧୫୦ଜଣ ଶ୍ରମିକ ଆଜି ଲୁଚି ପଳାଥିବାବେଳେ ବହୁ ଖୋଜାଖୋଜି ପରେ ପ୍ରଶାସନ ନିଜ ଅକ୍ତିଆରକୁ ଆଣିଛି । ଏମାନଙ୍କ ମଧ୍ୟରେ ମହିଳା ପୁରୁଷ ସହିତ ଛୋଟପିଲା ମଧ୍ୟ ରହିଛନ୍ତି । ସେମାନେ ପଳାଇଥିବା ଖବରପାଇ ଜଟଣୀ ତହସିଲଦାର ପହଞ୍ଚି ସଂସ୍ଥା କର୍ତ୍ତୃପକ୍ଷଙ୍କ ଉପରେ ବର୍ଷିଥିଲେ । ପରେ ଖୋଜି ଖୋଜି ନୟାନ୍ତ ହୋଇଥିଲେ ବି କାହାକୁ ନପାଇ ବ୍ୟସ୍ତ ହୋଇପଡ଼ିଥିଲେ । ପରେ ଜଟଣୀ ପୁଲିସ, ସ୍ଥାନୀୟ ପଞ୍ଚାୟତର ଜନପ୍ରତିନିଧି, ପ୍ରଶାସନିକ ଅଧିକାରୀମାନେ ଖୋଜିବାରେ ଲାଗିପଡ଼ିଥିଲେ । ଦୀର୍ଘ ସମୟ ପରେ ସେମାନଙ୍କୁ ପ୍ରାୟ ୬/୭ କିଲୋମିଟର ଦୂର ୫ ନମ୍ବର ଜାତୀୟ ରାଜପଥର ଖୋର୍ଦ୍ଧା ବାଇପାସ୍ ନିକଟରୁ ଧରିଥିବା ଜଣାପଡ଼ିଛି ।
ସୂଚନା ଅନୁଯାୟୀ, ଲକଡାଉନ ଯୋଗୁଁ ଖୋର୍ଦ୍ଧା ଜିଲ୍ଲା ଜଟଣୀ ବ୍ଲକ୍ ଅନ୍ତର୍ଗତ ତରାବୋଇଠାରେ ଥିବା ସ୍କିଲ ଡେଭଲପମେଣ୍ଟ ଇଣ୍ଡିଆ ନାମକ ଦକ୍ଷତାବିକାଶ କେନ୍ଦ୍ର ରହିଛି । ଏଠାରେ ପଶ୍ଚିମବଙ୍ଗ ଓ ଉତ୍ତରପ୍ରଦେଶର ୧୫୦ରୁ ଊର୍ଦ୍ଧ୍ୱ ଠିକାଶ୍ରମିକ ଥିଲେ । ମାତ୍ର ଲକଡାଉନ୍ ପରେ ସେମାନଙ୍କୁ ଯୋଗାଯୋଗ କରି ଆଣିଥିବା ଠିକାଦାର ଖାଦ୍ୟପେୟରେ ଅବହେଳା କରିଥିଲେ । ୫ଟଙ୍କିଆ ବିସ୍କୁଟ ଓ ପାଣି ପିଇ ଅଧିକାଂଶ ସମୟ ଏମାନେ କାଟିଥିଲେ । ଏ ନେଇ ଅଭିଯୋଗ ହେବାପରେ ଠିକାଦାର ସେମାନଙ୍କୁ ଟଙ୍କା ବଦଳରେ ଖାଇବା ଦେଉଥିଲେ । କାମଧନ୍ଦା ବନ୍ଦହେବାପରେ ଏମାନଙ୍କ ନିକଟରେ ଟଙ୍କା ନଥିବାରୁ ଘରବାହୁଡ଼ା ପାଇଁ ସେମାନେ ଠିକାଦାରଙ୍କୁ କହିଥିଲେ । ସରକାରଙ୍କ ପକ୍ଷରୁ ରବିବାର ଓ ସୋମବାର ବିଭିନ୍ନ ରାଜ୍ୟରୁ ଶ୍ରମିକମାନଙ୍କୁ ଆଣି ସୁରକ୍ଷିତ ଭାବେ ଘରେ ଛାଡୁଥିବା ଘଟଣା ଚର୍ଚ୍ଚାକୁ ଆସିବାପରେ ଅଟକ ଶ୍ରମିକମାନଙ୍କ ମଧ୍ୟରେ ଉତ୍କଣ୍ଠା ଜାତ ହୋଇଥିଲା । ହେଲେ ଘରକୁ ଯିବାକୁ ସେମାନେ ବାରମ୍ବାର ସମସ୍ତଙ୍କୁ ନେହୁରା ହେବାପରେ କେହି ନଶୁଣିବାରୁ ଏଥିମଧ୍ୟରୁ ୫ଜଣ ଯୁବକ ଲୁଚି ପଳାଇବାକୁ ଚେତାବନୀ ଦେଇଥିଲେ । ନିକଟରୁ ଝାରଖଣ୍ଡ ଅଞ୍ଚଳର ୧୦ଜଣ ଶ୍ରମିକଙ୍କୁ ସେମାନଙ୍କ ରାଜ୍ୟକୁ ସ୍ୱତନ୍ତ୍ର ଗାଡ଼ିରେ ପଠାଯାଇଥିବାବେଳେ ଆମକୁ କାହିଁ ଛଡ଼ାଯାଉନାହିଁ ବୋଲି ସେମାନେ ବାରମ୍ବାର କହୁଥିଲେ । ଶେଷରେ ଏମାନେ ତରାବୋଇ ସରପଞ୍ଚ ସକିରା ଅବରାରଙ୍କୁ ଭେଟି ସେମାନଙ୍କୁ ଏଠାରୁ ଛାଡ଼ିଦେବାଲାଗି ବ୍ୟବସ୍ଥା କରିବାକୁ ନେହୁରା ହୋଇଥିଲେ । ସମସ୍ତେ ଗଣ୍ଠିଲି ବାନ୍ଧି କାର୍ଯ୍ୟାଳୟ ସମୁଖ ମୁଖ୍ୟ ଫାଟକରେ ପିଲାଛୁଆଙ୍କୁ ଧରି ଅପରାହ୍ନ ପର୍ଯ୍ୟନ୍ତ ବସିରହିଥିଲେ । ତେବେ କେହି କିଛି ବ୍ୟବସ୍ଥା ନକରିବାରୁ ସେମାନେ ଲୁଚି ପଳାଇଥିଲେ ବୋଲି କହିଛନ୍ତି । ଏବେ ସେମାନଙ୍କୁ ପୁଣି ସ୍କିଲ୍ ଡେଭଲପମେଣ୍ଟ ସଂସ୍ଥା ନିକଟକୁ ଅଣାଯିବା ପରେ କର୍ତ୍ତୃପକ୍ଷ ଓ ଠିକାଦାରଙ୍କ ସହ ପ୍ରଶାସନ ଓ ପୁଲିସ ଆଲୋଚନା କରିଥିଲା । ସଂସ୍ଥା ଖାଇବା ପିଇବାର ବନ୍ଦୋବସ୍ତ କରିବାକୁ ପ୍ରତିଶ୍ରୁୂତି ଦେବା ପରେ ସେମାନଙ୍କୁ ସେହିଠାରେ ଛଡ଼ାଯାଇଥିବା ଜଣାପଡ଼ିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking