32.1 C
Bhubaneswar
Thursday, March 28, 2024
Homeଓଡିଶାରାଜ୍ୟରେ ଆଉ ୩ କରୋନା ଆକ୍ରାନ୍ତ ଚିହ୍ନଟ, କଟକ ଜିଲ୍ଲାକୁ ଫେରିଲା କରୋନା, ବାଲେଶ୍ୱରରେ ପୁଣି...

ରାଜ୍ୟରେ ଆଉ ୩ କରୋନା ଆକ୍ରାନ୍ତ ଚିହ୍ନଟ, କଟକ ଜିଲ୍ଲାକୁ ଫେରିଲା କରୋନା, ବାଲେଶ୍ୱରରେ ପୁଣି ୨

ଭୁବନେଶ୍ୱର: ରାଜ୍ୟରେ ପୁଣି ତିନି ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଦୁଇ ଜଣ ବାଲେଶ୍ୱର ଜିଲ୍ଲାର ହୋଇଥିବା ବେଳେ ଆଉ ଜଣେ କଟକ ଜିଲ୍ଲା ତିଗିରିଆ ଅଂଚଳର ବୋଲି ଜଣାପଡିଛି । ବାଲେଶ୍ୱରରେ ସଂଖ୍ୟା ୨୩ରେ ପହଂଚିଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, କରୋନା ଆକ୍ରାନ୍ତରୁ ଦୂରେଇ ଯାଇଥିବା କଟକ ଜିଲ୍ଲା ପୁଣି ଏହି ସଂକ୍ରମଣ ତାଲିକାରେ ପଶିଛି । ଜିଲ୍ଲାର ତିଗିଡିଆ ଅଂଚଳରୁ ଜଣେ ସୁରତ ଫେରନ୍ତା, ଯାହାର ବୟସ ୩୪ ବର୍ଷ, ସେ ଆକ୍ରାନ୍ତ ହୋଇଥିବା ନମୁନା ପରୀକ୍ଷାରୁ ଜଣାପଡିଛି । ସେ ଜଣେ ପୁରୁଷ । ବାଲେଶ୍ୱରରୁ ଯେଉଁ ଦୁଇଜଣ ଚିହ୍ନଟ ହୋଇଛନ୍ତି , ଉଭୟ ପଶ୍ଚିମବଙ୍ଗ ଫେରନ୍ତା । ସେମାନଙ୍କ ମଧ୍ୟରେ ୫୦ ବର୍ଷର ମହିଳା ଏବଂ ଜଣେ ୨୬ ବର୍ଷର ଯୁବକ ଅଛନ୍ତି । ଏମାନେ ଆଉ କାହା କାହା ସହ ମିଶିଛନ୍ତି ,ତାକୁ ନେଇ ପ୍ରଶାସନ ଏବେ ଖୋଳତାଡ ଆରମ୍ଭ କରିଛି । ତେବେ କଟକ ସହରରେ ଜଣେ ପୂର୍ବରୁ ଚିହ୍ନଟ ହୋଇଥିଲେ । ସେ ସଂପୂର୍ଣ୍ଣ ସୁସ୍ଥ ହେବା ପରେ କଟକରେ ଆଉ କୌଣସି ଆକ୍ରାନ୍ତଙ୍କ ସୂଚନା ନଥିଲା । କଟକ ଜିଲ୍ଲାକୁ ଗ୍ରୀନ ଜୋନ ଭାବେ ଘୋଷଣା କରାଯାଇଥିଲା । ଏବେ ତିଗିରିଆ ଅଂଚଳରୁ ସୁରତ ଫେରନ୍ତା ଚିହ୍ନଟ ହୋଇଛନ୍ତି । ଗଂଜାମରେ ଆଜି ସକାଳେ ଜଣେ ୧୮ ବର୍ଷର ଯୁବକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେ ସୁରତ ଫେରନ୍ତା । ପୂର୍ବରୁ ଗଂଜାମରେ ୨ ସୁରତ ଫେରନ୍ତା ଚିହ୍ନଟ ହୋଇସାରିଛନ୍ତି । ସୁରତ ଫେରନ୍ତା କ୍ରମେ ଏବେ ଚିନ୍ତା ବଢାଇବା ଆରମ୍ଭ କଲାଣି । ପଶ୍ଚିମବଙ୍ଗ ଉପରେ ଏବେ ସୁରତରୁ ବହୁ ଶ୍ରମିକ ଆସିବାକୁ ଥିବାରୁ ଏହା ଉପରେ ଏବେ ଅଧିକ ନଜର ରଖାଯିବ । ଇତି ମଧ୍ୟରେ ୬୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି ।
 
https://onakhabar.com/2020/05/05/one-more-corona-patient-identified/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking