33.1 C
Bhubaneswar
Sunday, April 28, 2024
Homeଦେଶ ବିଦେଶଲିଭ୍‌-ଇନ୍ ରେଲେସନ୍‌କୁ ନେଇ ଏପରି କହିଲେ ହାଇକୋର୍ଟ....

ଲିଭ୍‌-ଇନ୍ ରେଲେସନ୍‌କୁ ନେଇ ଏପରି କହିଲେ ହାଇକୋର୍ଟ….

ଚେନ୍ନାଇ : ଲିଭ୍-ଇନ୍ ରେ ଅଧିକ ସମୟ ଧରି ଏକାସାଙ୍ଗରେ କିମ୍ବା ସାଥୀ କମ ରହିବା ଦ୍ୱାରା ବୈହାହିକ ଅଧିକାର ମିଳିବ ନାହିଁ । ଯେଉଁ ପର୍ଯ୍ୟନ୍ତ ଦମ୍ପତି ବିବାହ ରୀତିନୀତି ଅନୁସାରେ ବିବାହ କରିନାହାନ୍ତି ସେ ପର୍ଯ୍ୟନ୍ତ ସେମାନଙ୍କୁ ବୈବାହିକ ଅଧିକାର ମିଳିବ ନାହିଁ । ଏକ ମାମଲାର ସମାଧାନ କରିବାକୁ ଯାଇ ଏହିଭଳି କିଛି ଟିପ୍ପଣୀ ଦେଇଛନ୍ତି ମଦ୍ରାସ ହାଇକୋର୍ଟ । କୋର୍ଟ କହିଛନ୍ତି ଯେ, ଆଇନଗତ ନିୟମାନୁସାରେ ବିବାହ ନ କରିବା ପର୍ଯ୍ୟନ୍ତ ଦମ୍ପତିଙ୍କୁ ବୈବାହିକ ଅଧିକାରରୁ ବଞ୍ଚିବ ରହିବେ । କୋଏମ୍ବଟୁର୍ ରେ ରହୁଥିବା ଆର୍ କଲଇସେଲ୍ୱୀଙ୍କ ଆବେଦନକୁ ଖାରଜ କରି ମଙ୍ଗଳବାର ଦିନ ଏହିଭଳି କିଛି ଟିପ୍ପଣୀ ଦେଇଛନ୍ତି ଜଷ୍ଟିସ୍ ଏସ୍ ବୈଦ୍ୟନାଥ ଓ ଜଷ୍ଟିସ୍ ବିଜୟକୁମାରଙ୍କ ଖଣ୍ଡପୀଠ ।

କଲଇସେଲ୍ୱୀ କୋଏମ୍ବଟୁର୍ ର ପାରିବାରିକ ଅଦାଲତରେ ଆବେଦନ କରି ଛାଡ଼ପତ୍ର ଅଧିନିୟମ ୧୮୬୯ର ଧାରା ୩୨ ଅଧୀନରେ ଦାମ୍ପତ୍ୟ ଅଧିକାର ମାଗିଥିଲେ । ହେଲେ ପାରିବାରିକ କୋର୍ଟ ଫେବୃଆରୀ ୧୪ ତାରିଖ ୨୦୧୯ ଦିନ ଆବେଦନକୁ ଖାରଜ କରିଦେଇଥିଲେ । ଏହି ଖାରଜ ପରେ କଲଇସେଲ୍ୱୀ ହାଇକୋର୍ଟରେ ଏହି ଆବେଦନ କରିଥିଲେ । କଲଇସେଲ୍ୱୀ କହିଥିଲେ ଯେ, ସେ ୨୦୧୩ରୁ ଜୋସେଫ୍ ବେବୀଙ୍କ ସହ ରହିଆସୁଛନ୍ତି । ହେଲେ ପରେ ସେମାନେ ଅଲଗା ହୋଇଯାଇଥିଲେ । ନ୍ୟାୟାଧୀଶ ଏହି ଅପିଲ୍ କୁ ଖାରଜ କରି କହିଛନ୍ତି ପାରିବାରିକ କୋର୍ଟର ଜଷ୍ଟିସ୍ ଙ୍କ ନିଷ୍ପତ୍ତିକୁ ସମର୍ଥନ ରଖିବାରେ କୌଣସି ଦ୍ୱିଧା ନାହିଁ । ଖାଲି ସେତିକି ନୂହେଁ ଏହା ପୂର୍ବରୁ ପଞ୍ଜାବ-ହରିୟାଣା ହାଇକୋର୍ଟ ମଧ୍ୟ ଲିଭ୍-ଇନ୍ ରେ ରହୁଥିବା ଦମ୍ପତିଙ୍କୁ ସୁରକ୍ଷା ଦେବାକୁ ମନା କରିଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking