37.1 C
Bhubaneswar
Thursday, March 28, 2024
Homeଅପରାଧପ୍ରେମିକ ବିବାହ କରିବାକୁ ମନା କରିବାରୁ ପ୍ରେମିକା କ’ଣ କଲା ଜାଣନ୍ତୁ....

ପ୍ରେମିକ ବିବାହ କରିବାକୁ ମନା କରିବାରୁ ପ୍ରେମିକା କ’ଣ କଲା ଜାଣନ୍ତୁ….

ନୂଆଦିଲ୍ଲୀ: ଅଗରତଲାରେ ଜଣେ ମହିଳା ତାଙ୍କ ପ୍ରେମିକ ଉପରକୁ ଏସିଡ୍ ଫିଙ୍ଗିଥିବା ଅଭିଯୋଗ ହୋଇଛି। ପ୍ରେମିକ ବିବାହ କରିବାକୁ ମନା କରିବାରୁ ମହିଳାଜଣକ ଏସିଡ୍ ଫିଙ୍ଗିଥିବା ଜଣା ପଡିଛି | ଅଭିଯୁକ୍ତ ୨୭ ବର୍ଷୀୟା ମହିଳାଙ୍କୁ ଖୋୱାଇର ସ୍ଥାନୀୟ କୋର୍ଟ ୧୪ ଦିନିଆ ନ୍ୟାୟିକ ରିମାଣ୍ଡରେ ପଠାଇ ଦେଇଛନ୍ତି। ବିବାହ ନକରିବା ସହ ପ୍ରେମିକ ଅନ୍ୟ ମହିଳାଙ୍କ ସହ ସମ୍ପର୍କ ରଖିଥିବା ଜାଣି ଅଭିଯୁକ୍ତ ମହିଳା ଏଭଳି କରିଥିବା ଜଣା ପଡିଛି | ଅନ୍ୟ ପକ୍ଷରେ ଗୁରୁତର ଆହତ ପୀଡିତଙ୍କୁ ଅଗରତଲା ସରକାରୀ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି, ଯେଉଁଠାରେ ଡାକ୍ତରମାନେ ତାଙ୍କ ଅବସ୍ଥା ଗୁରୁତର ଥିବା କହିଛନ୍ତି। ଶରୀରର ଅଧିକାଂଶ ଅଙ୍ଗ ଜଳିଯାଇଥିବା ବେଳେ ପୀଡିତର ଶ୍ୱାସକ୍ରିୟା, ନାକ ଏବଂ ଆଖି ଅଧିକ ପ୍ରଭାବିତ ହୋଇଥିବା ଡାକ୍ତର କହିଛନ୍ତି | ଅଭିଯୁକ୍ତ ମହିଳାଜଣକ ବିନତା ସନ୍ଥଲ ବୋଲି ଜଣାପଡିଛି। ସନ୍ଥଲ ପୁଲିସକୁ କହିଛନ୍ତି ଯେ, ସେ ପୀଡିତଙ୍କ ସହ ୮ବର୍ଷରୁ ଅଧିକ ସମୟ ଧରି ପ୍ରେମ ସମ୍ପର୍କ ରଖିଥିଲେ। ବିବାହ କରିବାକୁ କହି ପୀଡିତ ଅନ୍ୟ ମହିଳାଙ୍କ ସହ ସମ୍ପର୍କ ରଖିବାରୁ ରାଗିଯାଇଥିଲେ ଅଭିଯୁକ୍ତ ମହିଳା | ଯାହା ପରେ ସେ ଏଭଳି ପଦକ୍ଷପ ନେଇଥିବା ଜଣା ପଡିଛି |

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking