33.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶ୨୭ରୁ ସାମ୍ବିଧାନିକ ବେଞ୍ଚ୍ ଶୁଣାଣିର ସିଧା ପ୍ରସାରଣ

୨୭ରୁ ସାମ୍ବିଧାନିକ ବେଞ୍ଚ୍ ଶୁଣାଣିର ସିଧା ପ୍ରସାରଣ

ନୂଆଦିଲ୍ଲୀ: ଚଳିତମାସ ୨୭ରୁ ସୁପ୍ରିମକୋର୍ଟର ସମସ୍ତ ସାମ୍ବିଧାନିକ ବେଞ୍ଚ୍‌ରେ ଅନୁଷ୍ଠିତ ହେବାକୁ ଥିବା ଶୁଣାଣିର ସିଧା ପ୍ରସାରଣ କରାଯିବ ବୋଲି ଜଣାପଡିଛି । ମଙ୍ଗଳବାର ପ୍ରଧାନ ବିଚାରପତି ଜଷ୍ଟିସ ୟୁ.ୟୁ.ଲଳିତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଯୋଗଦେଇ ସୁପ୍ରିମକୋର୍ଟର ସବୁ ବିଚାରରପତି ସିଧା ପ୍ରସାରଣ ସପକ୍ଷରେ ମତ ଦେଇଛନ୍ତି । ସାଧାରଣତଃ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି ସାମ୍ବିଧାନିକ ବେଞ୍ଚ୍‌ରେ ଅନୁଷ୍ଠିତ ହୋଇଥାଏ । ତେଣୁ ସିଧା ପ୍ରସାରଣ ଜରିଆରେ ସାଧାରଣ ଲୋକେ ଶୁଣାଣି ପ୍ରକ୍ରିୟାରେ ଅଂଶୀଦାର ହେବା ଜରୁରୀ ବୋଲି କୁହାଯାଇଛି ।

ଭାରତୀୟ ସମ୍ବିଧାନର ଧାରା ୨୧ ଅନୁଯାୟୀ ତଥ୍ୟଗତ ସ୍ୱାଧିନତା ପାଇବା ଅଧିକାର ପ୍ରତ୍ୟେକ ନାଗରିକଙ୍କର ରହିଛି । ଶୁଣାଣି ପ୍ରକ୍ରିୟାର ସିିଧା ପ୍ରସାରଣ ପାଇଁ ସୁପ୍ରିମକୋର୍ଟ ୨୦୧୮ ସେପ୍ଟେମ୍ବରରେ ନିଷ୍ପତ୍ତି ନେଇଥିଲେ । ଏହାର ଏକ ନକ୍‌ସା ପ୍ରସ୍ତୁତ କରିବାକୁ ଜଷ୍ଟିସ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିକୁ ସେତେବେଳେ ଦାୟିତ୍ୱ ଦିଆଯାଇଥିଲା । ବର୍ତ୍ତମାନ ଓଡ଼ିଶା ସମେତ ଗୁଜରାଟ, କର୍ଣ୍ଣାଟକ, ଝାଡ଼ଖଣ୍ଡ, ପାଟନା ଓ ମଧ୍ୟପ୍ରଦେଶର ହାଇକୋର୍ଟ ସେମାନଙ୍କର ୟୁଟ୍ୟୁବ୍ ଚ୍ୟାନେଲ ଜରିଆରେ ଶୁଣାଣି ପ୍ରକ୍ରିୟାର ସିଧା ପ୍ରସାରଣ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking