27.8 C
Bhubaneswar
Thursday, April 18, 2024
Homeଦେଶ ବିଦେଶସୁପ୍ରିମକୋର୍ଟରେ ନୀରା ରାଡିଆ ଟେପ୍ ମାମଲା, ଅପରାଧିକ ବାର୍ତ୍ତାଳାପର ପ୍ରମାଣ ମିଳିନି: ସିବିଆଇ

ସୁପ୍ରିମକୋର୍ଟରେ ନୀରା ରାଡିଆ ଟେପ୍ ମାମଲା, ଅପରାଧିକ ବାର୍ତ୍ତାଳାପର ପ୍ରମାଣ ମିଳିନି: ସିବିଆଇ

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ନୀରା ରାଡିଆ ଟେପ୍ (ଫୋନ୍ ଟ୍ୟାପିଂ) ମାମଲାର ତଦନ୍ତ ପ୍ରକ୍ରିୟାରେ କୌଣସି ଅପରାଧିକ ବାର୍ତ୍ତାଳାପର କୌଣସି ପ୍ରମାଣ ମିଳିନାହିଁ ବୋଲି ବୁଧବାର ସିବିଆଇ ପକ୍ଷରୁ ସୁପ୍ରିମକୋର୍ଟଙ୍କୁ ଅବଗତ କରାଯାଇଛି । ବୁଧବାର ଜଷ୍ଟିସ ଡି.ୱାଇ.ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଗଠିତ ସୁପ୍ରିମକୋର୍ଟ ଖଣ୍ଡପୀଠରେ ମାମଲାର ଶୁଣାଣି କରାଯାଇଥିଲା । ଏହି ଅବସରରେ ସିବିଆଇ ପକ୍ଷରୁ ମାମଲା ପରିଚାଳନା କରୁଥିବା ଅତିରକ୍ତ ସଲିସିଟର ଜେନେରାଲ ଐଶର୍ଯ୍ୟା ଭଟ୍ଟି ଜଉମୁଦ ଲଫାପାରେ ଥିବା ତଦନ୍ତ ରିପୋର୍ଟକୁ ଦାଖଲ କରିଛନ୍ତି । ନୀରା ରାଡିଆ ହେଉଛନ୍ତି ଜଣେ ରାଜନୈତିକ ଲବିଷ୍ଟ । ନୀରା ଅଧିକାଂଶ ସମୟରେ ବିଭିନ୍ନ ମନ୍ତ୍ରୀ, ରାଜନେତା, ବରିଷ୍ଠ ସାମ୍ବାଦିକ, ଶିଳ୍ପପତି ଓ ଅନ୍ୟ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହ ଫୋନ୍‌ରେ କଥାବାର୍ତ୍ତା କରିଥାନ୍ତି ।

୨୦୦୮ରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ନିର୍ଦ୍ଦେଶକ୍ରମେ ଆୟକର ବିଭାଗ ପକ୍ଷରୁ କ୍ରମାଗତ ୩୦୦ ଦିନ ଧରି ନୀରାଙ୍କ ଫୋନ୍‌କୁ ଟ୍ୟାପ୍ କରାଯାଇଥିଲା । ନୀରା କାଳେ ମନି ଲଣ୍ଡରିଂ ମାମଲାରେ ସଂପୃକ୍ତ ଥିବେ, ସେହି ଆଶଙ୍କାରେ ତାଙ୍କର ଫୋନ୍ ଟ୍ୟାପିଂ କରାଯାଇଥିଲା । ତେବେ ଏହି ଫୋନ୍ ଟ୍ୟାପିଂ ଘଟଣା ଲିକ୍ ହେବାପରେ ଦେଶରେ ହଇଚଇ ସୃଷ୍ଟି ହୋଇଥିଲା । ଏପରିକି ୨ଜି ସ୍ପେକ୍ଟ୍ରମ୍ ଦୁର୍ନୀତିରେ ତତ୍କାଳୀନ ଟେଲିକମ୍ ମନ୍ତ୍ରୀ ଏ.ରାଜାଙ୍କ ସଂପୃକ୍ତି ପଦାକୁ ଆସିଥିଲା । ବିଶିଷ୍ଟ ଶିଳ୍ପପତି ରତନ ଟାଟାଙ୍କ ପିଟିସନକୁ ଆଧାର କରି ସୁପ୍ରିମକୋର୍ଟ ୨୦୧୩ରେ ଏହାର ସିିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ୨୦୦୮-୦୯ରେ ନୀରାଙ୍କ ୫୮୦୦ ଫୋନ୍‌କଲକୁ ଟ୍ୟାପିଂ କରାଯାଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking