33.1 C
Bhubaneswar
Saturday, April 27, 2024
Homeଖେଳଲିସା ‘ଫିକା’ର ପ୍ରଥମ ମହିଳା ସଭାପତି

ଲିସା ‘ଫିକା’ର ପ୍ରଥମ ମହିଳା ସଭାପତି

ଲଣ୍ଡନ: ଅଷ୍ଟ୍ରେଲିଆର ମହାନ୍ କ୍ରିକେଟର୍ ଲିସା ସ୍ଥାଲେକର୍ ଫେଡେରେସନ୍ ଅଫ୍ କ୍ରିକେଟର୍ସ ଆସୋସିଏସନ୍ (ଫିକା)ର ପ୍ରଥମ ମହିଳା ସଭାପତି ହୋଇଛନ୍ତି । ସ୍ୱିଜର୍‌ଲାଣ୍ଡର ନ୍ୟୋନ୍‌ରେ ଅନୁଷ୍ଠିତ ଫିକା କାର୍ଯ୍ୟକାରୀ ବୈଠକରେ ୪୨ ବର୍ଷୀୟା ଲିସାଙ୍କୁ ଏହି ପଦ ପାଇଁ ମନୋନୀତ କରାଯାଇଛି । ତାଙ୍କ ପୂର୍ବରୁ ସାଉଥ୍ ଆଫ୍ରିକାର ପୂର୍ବତନ ବ୍ୟଟର୍ ବାରୀ ରିଚାର୍ଡସ, ୱେଷ୍ଟଇଣ୍ଡିଜ୍ ଅଲ୍‌ରାଉଣ୍ଡର୍ ଜିମ୍ମି ଆଡାମ୍ସ ଏବଂ ନିକଟରେ ଇଂଲଣ୍ଡର ପୂର୍ବତନ ବ୍ୟାଟର୍ ବିକ୍ରମ ସୋଲାଙ୍କି ଏହି ଭୂମିକା ତୁଲାଇଥିଲେ । ଫିକା ଏବଂ ୱାର୍ଲ୍ଡ ପ୍ଲେୟର୍ସ ଆସୋସିଏସନ୍‌ର ପ୍ଲେୟର୍ ଡେଭେଲପ୍‌ମେଣ୍ଟ୍ କନ୍‌ଫରେନ୍ସ ପୂର୍ବରୁ ଫିକା କାର୍ଯ୍ୟକାରୀ କମିଟି ବୈଠକ କୋଭିଡ୍‌ଜନିତ ସ୍ଥିତି ପରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ହୋଇଥିଲା ।

ଫିକା ସଭାପତି ପଦ ପାଇଁ ମନୋନୀତ ହେବା ପରେ ଲିସା କହିଛନ୍ତି, ସମସ୍ତ ଖେଳାଳିଙ୍କ ଅଧିକାର ସୁରକ୍ଷା ପାଇଁ ପ୍ଲେୟର୍ସ ଆସୋସିଏସନ୍ ତରଫରୁ ଆଇସିସି ସହିତ ମିଶି ସମସ୍ତ ପ୍ରକାର ଉଦ୍ୟମ ଜାରି ରଖିବି । ଲିସା ଅଷ୍ଟ୍ରେଲିଆ ପକ୍ଷରୁ କ୍ରିକେଟ୍‌ର ସମସ୍ତ ଫର୍ମାଟ୍‌ରେ ୧୮୭ ଅନ୍ତର୍ଜରାତୀୟ ମ୍ୟାଚ୍‌ରେ ପ୍ରତିନିଧିତ୍ୱ କରିଥିବା ବେଳେ ୨୦୦୫ ଏବଂ ୨୦୧୩ ଦିନିକିଆ ବିଶ୍ୱକପ୍ ଏବଂ ଏବଂ ୨୦୧୨ ଟି-୨୦ ବିଶ୍ୱକପ୍ ବିଜେତା ଅଷ୍ଟ୍ରେଲିଆ ଟିମ୍‌ର ସଦସ୍ୟା ଥିଲେ । ୨୦୧୩ ବିଶ୍ୱକପ୍ ବିଜୟ ପରେ ଅବସର ଗ୍ରହଣ କରିଥିବା ଲିସା ୨୦୦୩ରେ ଜଣେ ହାର୍ଡ ହିଟିଂ ବ୍ୟାଟର୍ ଭାବେ ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ । ଦିନିକିଆ କ୍ରିକେଟ୍‌ରେ ୧୦୦୦ ରନ୍ ଏବଂ ୧୦୦ ୱିକେଟ୍ ନେବାରେ ସେ ପ୍ରଥମ ମହିଳା କ୍ରିକେଟର୍ ଥିଲେ । ସେ ମଧ୍ୟ ୮ଟି ଟେଷ୍ଟ ଏବଂ ୫୪ ଟି-୨୦ ମ୍ୟାଚ୍ ଖେଳିଛନ୍ତି । ୨୦୨୧ରେ ସେ ଚତୁର୍ଥ ମହିଳା ଭାବେ ଅଷ୍ଟ୍ରେଲୀୟ କ୍ରିକେଟର୍ ହଲ୍ ଅଫ୍ ଫେମ୍‌ରେ ସାମିଲ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking