33.1 C
Bhubaneswar
Sunday, June 26, 2022
Homeଖେଳଆଇସିସି ମହିଳା ଦିନିକିଆ ର‌୍ୟାଙ୍କିଙ୍ଗ୍‌: ୮ରେ ମନ୍ଧାନା ସ୍ଥିର, ଖସିଲେ ଝୁଲନ୍

ଆଇସିସି ମହିଳା ଦିନିକିଆ ର‌୍ୟାଙ୍କିଙ୍ଗ୍‌: ୮ରେ ମନ୍ଧାନା ସ୍ଥିର, ଖସିଲେ ଝୁଲନ୍

ଦୁବାଇ: ଆଇସିିସି ପକ୍ଷରୁ ମଙ୍ଗଳବାର ପ୍ରକାଶିତ ମହିଳା ଦିନିକିଆ ର‌୍ୟାଙ୍କିଙ୍ଗ୍‌ରେ ଭାରତର ଷ୍ଟାର୍ ଓପ୍ନର୍ ସ୍ମୃତି ମନ୍ଧାନା ଅଷ୍ଟମ ସ୍ଥାନରେ ସ୍ଥିର ରହିଛନ୍ତି । ତେବେ ଭେଟେରାନ୍ ପେସର୍ ଝୁଲନ୍ ଗୋସ୍ୱାମୀ ଗୋଟିଏ ସ୍ଥାନ ତଳକୁ ଖସି ଷଷ୍ଠରେ ପହଞ୍ଚିଛନ୍ତି । ଚଳିତ ବର୍ଷ ନଅଟି ଦିନିକିଆ ମ୍ୟାଚ୍‌ରୁ ୱାର୍ଲ୍ଡକପ୍‌ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଗୋଟିଏ ଶତକ ସମେତ ମୋଟ ୪୧୧ ରନ୍ କରିଥିବା ୨୫ ବର୍ଷୀୟ ମନ୍ଧାନା ବ୍ୟାଟିଂ ସୂଚୀର ଶୀର୍ଷ-୧୦ରେ ଏକମାତ୍ର ଭାରତୀୟ । ଏହି ସୂଚୀର ଶୀର୍ଷରେ ଅଷ୍ଟ୍ରେଲିଆର ଆଲିସା ହିଲି ଥିବାବେଳେ ଦ୍ୱିତୀୟ ସ୍ଥାନରେ ଇଂଲଣ୍ଡର ନାତାଲି ସ୍କିଭର୍ ରହିଛନ୍ତି ।

ଅନ୍ୟପକ୍ଷରେ ବୋଲର୍ ର‌୍ୟାଙ୍କିଙ୍ଗ୍‌ରେ ଗୋସ୍ୱାମୀ ଗୋଟିଏ ସ୍ଥାନ ତଳକୁ ଖସି ଷଷ୍ଠରେ ପହଞ୍ଚିିଛନ୍ତି । ୩୯ ବର୍ଷୀୟା ପେସର୍ ଚଳିତ ବର୍ଷ ୯ଟି ମ୍ୟାଚ୍‌ରେ ଖେଳିଥିବା ବେଳେ ୧୨ଟି ୱିକେଟ୍ ଅକ୍ତିଆର କରିଛନ୍ତି । ଗୋସ୍ୱାମୀଙ୍କୁ ହଟାଇ ଆୟର୍ଲାଣ୍ଡ ବିପକ୍ଷ ଦିନିକିଆ ସିରିଜ୍ ବିଜୟରେ ଆକର୍ଷଣୀୟ ପ୍ରଦର୍ଶନ କରିଥିବା ସାଉଥ୍ ଆଫ୍ରିକା ପେସର୍ ଆୟାବୋଙ୍ଗା ଖାକା ସୂଚୀର ପଞ୍ଚମ ସ୍ଥାନ ହାସଲ କରିଛନ୍ତି । ବୋଲର୍ ସୂତୀରେ ଇଂଲଣ୍ଡର ସୋଫି ଏକ୍ଲୋଷ୍ଟୋନ୍ ଏବଂ ସାଉଥ୍ ଆଫ୍ରିକାର ଜେନ୍ ଜୋନାସେନ୍ ଯଥାକ୍ରମେ ପ୍ରଥମ ଓ ଦ୍ୱିତୀୟ ସ୍ଥାନ ବଜାୟ ରଖିଛନ୍ତି । ଅଲ୍‌ରାଉଣ୍ଡର୍ ସୂଚୀରେ ଏକମାତ୍ର ଭାରତୀୟ ଦୀପ୍ତି ଶର୍ମା ସପ୍ତମ ସ୍ଥାନରେ ସ୍ଥିର ଥିବାବେଳେ ସୂଚୀର ଶୀର୍ଷ ଦୁଇଟି ସ୍ଥାନରେ ଯଥାକ୍ରମେ ଇଂଲଣ୍ଡର ନାତାଲି ସ୍କିଭର୍ ଏବଂ ଅଷ୍ଟ୍ରେଲିଆର ଏଲିସ୍ ପେରୀ ରହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking