28.1 C
Bhubaneswar
Friday, April 26, 2024
Homeଓଡିଶାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ବଡୁ ନିଯୋଗ ଓ ପୂଜାପଣ୍ଡା ନିଯୋଗ ମଧ୍ୟରେ ପୁଣି ବିବାଦ

ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ବଡୁ ନିଯୋଗ ଓ ପୂଜାପଣ୍ଡା ନିଯୋଗ ମଧ୍ୟରେ ପୁଣି ବିବାଦ

ଭୁବନେଶ୍ୱର: ଭୁବନେଶ୍ୱରରେ ଥିବା ପ୍ରସିଦ୍ଧ ଲିଙ୍ଗରାଜ ମନ୍ଦିରରେ ପ୍ରଭୁଙ୍କୁ ସେବା ଯୋଗାଣ ନେଇ ପୁଣି ବିବାଦ ଦେଖାଦେଇଛି । ବଡୁ ନିଯୋଗ ଓ ପୂଜାପଣ୍ଡା ନିଯୋଗ ମଧ୍ୟରେ ପୁଣି ବିବାଦ ଆରମ୍ଭ ହୋଇଛି । ପଇତାଲାଗି ନୀତି ହିଁ ଏହାର କାରଣ ହୋଇଛି । ଏଥି ଯୋଗୁ ଠାକୁରଙ୍କ ନୀତିକାନ୍ତି ପ୍ରଭାବିତ ହୋଇଛି । ମଙ୍ଗଳବାର ସନ୍ଧ୍ୟା ଧୂପଠାରୁ ଠାକୁରଙ୍କ ନୀତି ବନ୍ଦ ରହିଛି । ବୁଧବାର ଯଦି ଏହି ବିବାଦ ନଛିଡ଼େ ତେବେ ପ୍ରଭୁ ଲିଙ୍ଗରାଜ ଉପାସ ରହିପାରନ୍ତି ବୋଲି କେତେକ ସେବାୟତ ପ୍ରକାଶ କରିଛନ୍ତି । ଗତବର୍ଷଠାରୁ ନିଯୋଗ ମଧ୍ୟରେ ଏହି ବିବାଦ ଲାଗି ରହିଥିଲେ ବି ଦେବୋତ୍ତର ବିଭାଗ ପକ୍ଷରୁ ଏଥିପ୍ରତି ଦୃଷ୍ଟି ଦିଆଯାଉନଥିବାରୁ ବିବାଦ ଛିଡିବାରେ ବିଳମ୍ବ ହେଉଛି । ତେଣୁ ସେ ଯାହା ହେଉନା କାହିଁକି ଯେ କୌଣସି ବିବାଦ ଲାଗିଲେ ବି ମହାପ୍ରଭୁଙ୍କ ନୀତିରେ ବିଭ୍ରାଟ ନ ହେଉ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।

ସ୍କୁଲ୍‌ରେ ଅଗଷ୍ଟ ୧୫: ଭାଗ ନେବେନି ଛାତ୍ରଛାତ୍ରୀ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking