34.1 C
Bhubaneswar
Friday, March 29, 2024
Homeଓଡିଶାଆଜିର ଦିନଟି ଆପଣଙ୍କର କେମିତି କଟିବ, ଆସନ୍ତୁ ଜାଣିବା....

ଆଜିର ଦିନଟି ଆପଣଙ୍କର କେମିତି କଟିବ, ଆସନ୍ତୁ ଜାଣିବା….

ମେଷ : ଉଚ୍ଚ ଶିକ୍ଷା ପାଇଁ ବିଦେଶ ଯାତ୍ରା କରିପାରନ୍ତି । ଆର୍ଥିକ ସମସ୍ୟା ରହିବ ନାହିଁ । ତ୍ୟାଗଶୀଳ ଓ ନିତିଜ୍ଞ ହେବେ । ବିବିଧ ଧନଯୁକ୍ତ ହୋଇପାରେ । ଚଂଚଳମନା ହେବେ । କୀର୍ତିମାନ ହେବେ ।

ବୃଷ : ଆଜି ରୋଜଗାର ଆଶାନୁରୂପ ହେବ । ବନ୍ଧୁ କିମ୍ବା ସରକାରୀ ସହାୟତାରୁ ଲାଭବାନ୍ ହେବେ । ସୁସ୍ଥ ଓ ନିରାମୟ ରହିବେ । ଚିନ୍ତାଧାରା ଉନ୍ନତମାନର ହେବ ।

ମିଥୁନ : ପିତାଙ୍କ ସ୍ୱାସ୍ଥ୍ର ପାଇଁ ବିବ୍ରତ ହୋଇପାରନ୍ତି । ପଥରୋଧର ସମ୍ମୁଖିନ ହେବେ । ଗୃହରେ ଶୁଭ ମାଙ୍ଗଲ୍ୟ କାର୍ଯ୍ୟ ହୋଇପାରେ । ମଧୁର କଥା କହି ପରକୁ ଆପଣାର କରିପାରିବେ ।

କର୍କଟ : ମୂଲ୍ୟବାନ ଦ୍ରବ୍ୟ କ୍ରୟ କରିପାରନ୍ତି । ଭବିଷ୍ୟତ ପାଇଁ ନୂଆ ଯୋଜନା ପ୍ରସ୍ତୁତ କରିବେ । ମାନ୍ୟତା ପ୍ରାପ୍ତ ହେବେ । ସରକାରୀ ସ୍ତରରୁ ଅର୍ଥ ସମ୍ମାନ ସବୁକିଛି ମିଳିବ । ମନ ପ୍ରସନ୍ନ ରହିବ ।

ସିଂହ : ଆଜି କର୍ମ ଅନୁସାରେ ଫଳପ୍ରାପ୍ତି ହେବେ । କାର୍ଯ୍ୟରେ ସଫଳତା ଲାଭ କରିବେ । ଦେବ ଦର୍ଶନ କରି ଆତ୍ମ ତୃପ୍ତି ପାଇବେ । ଧନ, ଯନ ଗୋପ ଲକ୍ଷ୍ମୀ ସବୁ କିଛି ପ୍ରାପ୍ତ ହେବ । ସରକାରୀ ଅର୍ଥ ମିଳିବ । ଉତମ ଗୁଣର ଅଧିକାରୀ ହେବେ ।

କନ୍ୟା : ଭାଗ୍ୟର ପରିବର୍ତନ ଘଟିବ । ଅର୍ଥ ମିଳିବ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ପ୍ରତିଯୋଗୀତାରେ ବିଜୟୀ ହେବେ । ବିଳାସ ବ୍ୟସନ କରିପାରନ୍ତି । ଉଦଯୋଗୀ ହେବେ ।

ତୁଳା : ଆବଶ୍ୟକ ସାହାଯ୍ୟ ମିଳିବ । ଅସୁସ୍ଥତା ଅନୁଭବ କରିପାରନ୍ତି । ସ୍ୱାଭିମାନୀ ହୋଇପାରନ୍ତି । ବ୍ୟବସାୟରୁ ଲାଭ ମିଳିପାରେ । ଚନ୍ଦ୍ର ଭୋଗ ହେଉଥିବାରୁ ଅର୍ଥ ଅନାଟନର ସମ୍ମୁଖିନ ହେବେ । ଯାନବାହାନରେ ସତର୍କ ରହିବେ ।

ବିଛା : ଧନ ସମ୍ପଦ ବୃଦ୍ଧି ପାଇବ । ଚନ୍ଦ୍ର ଭୋଗ ହେଉଥିବାରୁ ଶୁଭ କାର୍ଯ୍ୟରୁ ବିରତ ହେବେ । ବନ୍ଧୁ ସହାୟତା ପାଇ ଆଶ୍ୱସ୍ତ ହେବେ । ବ୍ୟବସାୟ ଲାଭଜନକ ହେବ । ମହିଳାଙ୍କ ଦ୍ୱାରା ଉପକୃତ ହେବେ ।

ଧନୁ : ପ୍ରାୟ ପତ୍ୟେକ କାର୍ଯ୍ୟରେ ସଫଳତା ମିଳିବ । ଶତ୍ରୁକୁ ପରାଜିତ କରି ଆଶ୍ୱସ୍ତ ହୋଇପାରନ୍ତି । ସତଚିନ୍ତା ଧାରା ନେଇ କାର୍ଯ୍ୟ ସଂପାଦାନ କରିବେ । ସତସଙ୍ଗୀ ହୋଇପାରନ୍ତି । କାର୍ଯ୍ୟରେ ସଫଳ ରୂପାୟନ କରି ପ୍ରଶଂସା ପାଇବେ । ସୁସ୍ଥ ଓ ନିରାମୟ ରହିବେ ।

ମକର : ଶତ୍ରୁତାରୁ ଉଦ୍ଧୁରୀ ଯାଇପାରନ୍ତି । ଯୁକ୍ତି ତର୍କରେ ଭାଗ ନନେଇ ନିରବ ଭାବ ପଦର୍ଶନ କରିପାରନ୍ତି । ସ୍ଥିତି କରୁଣ ରହିବ । ଚିନ୍ତାଧାରା ବକ୍ଷିପ୍ତ ହୋଇପାରେ । ଶରୀର ସୁସ୍ଥ ରହିବ । ବଳଶାଳୀ ହୋଇପାରନ୍ତି । ସରକାରୀ ଅର୍ଥ ମିଳିପାରେ ।

କୁମ୍ଭ : କାର୍ଯ୍ୟରେ ନୂଆ ଚିନ୍ତାଧାରା ପ୍ରୟୋଗ କରିପାରନ୍ତି । ଉତମ ଭୋଜନରେ ଆପ୍ୟାୟତ ହେବେ । ସର୍ବସୌଖ୍ୟ ଲାଭ କରିପାରନ୍ତି । ନୀତିଜ୍ଞ ବିଚକ୍ଷଣ ହେବେ । ବିଦ୍ୟା ରୂପକ ମହାଧନ ଅର୍ଜନ କରି ତା’ର ପରିପ୍ରକାଶ ଘଟାଇପାରନ୍ତି । ଶତ୍ରୁକୁ ବିନାଶ କରିପାରନ୍ତି ।

ମୀନ : ସମ୍ମାନୀତ ହୋଇପାରନ୍ତି । ଶୁଭ ସମ୍ବାଦ ପାଇ ଆନନ୍ଦ ଅନୁଭବ କରିପାରନ୍ତି । ମନ ପ୍ରସନ୍ନ ରହିିବ । କାର୍ଯ୍ୟକ୍ଷେତ୍ର ଉତ୍ସାହ ବୋଧ ହୋଇପାରେ । ଶୟନ ସୁଖ ମିଳିବ । ପ୍ରୀତି ଭୋଜନରେ ଆପ୍ୟାୟିତ ହୋଇପାରନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking