33.1 C
Bhubaneswar
Tuesday, April 30, 2024
Homeଓଡିଶାହତ୍ୟାକାରୀକୁ ଆଜୀବନ କାରାଦଣ୍ଡ

ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ

ରାଉରକେଲା : ଡାହାଣୀ ସନ୍ଦେହରେ ହତ୍ୟା ମାମଲାର ଶୁଣାଣି କରି ରାଜୁ ପାନ୍ନା ନାମକ ବ୍ୟକ୍ତିକୁ ରାଉରକେଲା ଦ୍ୱିତୀୟ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ଆଜୀବନ କାରାଦଣ୍ଡ ରାୟ ଶୁଣାଇଛନ୍ତି । ୧୦ଜଣଙ୍କ ସାକ୍ଷ୍ୟ ପ୍ରମାଣ ଓ ପାରିପାର୍ଶ୍ୱିକ ସ୍ଥତିକୁ ନେଇ କୋର୍ଟ ଏହି ଶୁଣାଣି କରିଛନ୍ତି । ୨୦୧୫ ମସିହା ଜୁନ ୭ ତାରିଖରେ ରାଉଲକେଲାର ବ୍ରାହ୍ମଣୀତରଙ୍ଗ ଥାନା ଦାଣ୍ଡିଆ ପାଲି ଅଞ୍ଚଳରେ ଏହି ଅଘଟଣ ଘଟିଥିଲା । ରାଜୁ ପାନ୍ନାଙ୍କ ଦେହ ଅସୁସ୍ଥ ରହୁଥିଲା । ଦେହ ଭଲନହେବାରୁ ଘର ପାଖରେ ଥିବା ବୃଦ୍ଧ ଓ ବୃଦ୍ଧାଙ୍କୁ ସେ ସନ୍ଦେହ କରୁଥିଲେ । ରାଜୁ ଭାବୁଥିଲା ବୃଦ୍ଧ ଓ ବୃଦ୍ଧା ଗୁଣୀ ଗାରେଡ଼ି କରୁଛନ୍ତି ସେଥି ପାଇଁ ତାଙ୍କ ଦେହ ଭଲ ହେଉନାହିଁ । ଏଥି ପାଇଁ ଦିନେ ରାଜୁ ସେଇ ବୃଦ୍ଧ ଓ ବୃଦ୍ଧାଙ୍କୁ ତମେ ମୋତେ ଗୁଣି କରୁଛ, ମୁଁ ତୁମକୁ ଛାଡ଼ିବିନିବୋଲି ଧମକ ଦେଇଥିଲା । ତେବେ ୨୦୧୫ ମସିହା ୭ ତାରିଖ ସନ୍ଧ୍ୟାରେ ରାଜୁ ଏକ ଟାଙ୍ଗିଆ ନେଇ ବୃଦ୍ଧ ଓ ବୃଦ୍ଧା ଘରେ ଶୋଇଥିବା ଅବସ୍ଥାରେ ଶରୀରର ବିଭିନ୍ନ ଅଂଶରେ ଚୋଟ ମାରିଥିଲା । ଯାହାଫଳରେ ସେମାନଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଯାହାର ଆଜି ଶୁଣାଣି କରି କୋର୍ଟ ଉପରୋକ୍ତ ରାୟ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking