34.1 C
Bhubaneswar
Wednesday, May 1, 2024
Homeଦେଶ ବିଦେଶକେଜ୍ରିୱାଲଙ୍କୁ ସୁପ୍ରିମ୍ ଝଟ୍‌କା; ଜରୁରି ଶୁଣାଣି କରିବାକୁ ମନାକଲେ ଖଣ୍ଡପୀଠ, ୨୯ରେ ପରବର୍ତ୍ତୀ ଶୁଣାଣ

କେଜ୍ରିୱାଲଙ୍କୁ ସୁପ୍ରିମ୍ ଝଟ୍‌କା; ଜରୁରି ଶୁଣାଣି କରିବାକୁ ମନାକଲେ ଖଣ୍ଡପୀଠ, ୨୯ରେ ପରବର୍ତ୍ତୀ ଶୁଣାଣ

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଛନ୍ଦି ହୋଇ ସମ୍ପ୍ରତି ତିହାର ଜେଲ୍‌ରେ ବିଚାରାଧୀନ କଏଦୀ ଭାବେ ଦିନ କାଟୁଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଆଜି ପୁଣିଥରେ ସୁପ୍ରିମକୋର୍ଟରୁ ଜୋରଦାର ଝଟ୍‌କା ଲାଗିଛି । ଇଡି ଗିରଫଦାରୀ ବିରୋଧରେ ଜରୁରି ଶୁଣାଣି କରିବା ପାଇଁ କେଜ୍ରିୱାଲ୍ ୨ୟ ଥର ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ବେଳେ ସୁପ୍ରିମକୋର୍ଟ ଆଜି ଶୁଣାଣି କରି ତାଙ୍କୁ ବର୍ତ୍ତମାନ ସମୟରେ ରିଲିଫ ଦେବାକୁ ମନା କରିଦେଇଛନ୍ତି । ଏହି ମାମଲାରେ ଜରୁରି ଶୁଣାଣି କରାଯାଇପାରିବନି ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି । ଅନ୍ୟପକ୍ଷେ ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟ ଇଡିଙ୍କୁ ନୋଟିସ ଜାରି କରିଛନ୍ତି ଏବଂ ଏପ୍ରିଲ ୨୪ ସୁଦ୍ଧା କେଜ୍ରିୱାଲ୍‌ଙ୍କ ଆବେଦନ ଉପରେ ନିଜ ପକ୍ଷ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏହି ମାମଲାରେ ପରବର୍ତ୍ତୀ ଶୁଣାଣି ଆସନ୍ତା ୨୯ ତାରିଖରେ କରାଯିବ ବୋଲି ସୁପ୍ରିମକୋର୍ଟ ତାରିଖ ଧାର୍ଯ୍ୟ କରିଛନ୍ତି । ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍ ସଞ୍ଜୀବ ଖାନ୍ନା ଏବଂ ଜଷ୍ଟିସ୍ ଦୀପଙ୍କର ଦତ୍ତଙ୍କୁ ନେଇ ଗଠିତ ଖଣ୍ଡପୀଠ କେଜ୍ରିୱାଲଙ୍କ ଆବେଦନ ଉପରେ ଆଜି ଶୁଣାଣି କରିଛନ୍ତି । ଅନ୍ୟ ଏକ ରିପୋର୍ଟ ଅନୁସାରେ ସମାନ ଘଟଣାରେ ଟ୍ରାଏଲ୍ କୋର୍ଟ (ଦିଲ୍ଲୀସ୍ଥିତ ରାଉସ୍ ଆଭେନ୍ୟୁ କୋର୍ଟ) ମଧ୍ୟ ଆଜି ଏପ୍ରିଲ୍ ୨୩ ପର୍ଯ୍ୟନ୍ତ ନ୍ୟାୟିକ ହାଜତରେ କେଜ୍ରିୱାଲ୍‌ଙ୍କୁ ରହିବା ପାଇଁ ସ୍ପଷ୍ଟ କରିଦେଇଛନ୍ତି । ପ୍ରକାଶ, ରାଉସ୍ ଆଭେନ୍ୟୁ କୋର୍ଟ ଆଜି କେଜ୍ରିୱାଲ୍‌ଙ୍କ ନ୍ୟାୟିକ ହାଜତ୍‌କୁ ପୁନର୍ବାର ଅବଧି ଏପ୍ରିଲ୍ ୨୩ ଯାଏ ବୃଦ୍ଧି କରିଛନ୍ତି । ପ୍ରକାଶ, କେଜ୍ରିୱାଲ୍‌ଙ୍କ ନ୍ୟାୟିକ ହାଜତ୍ ଅବଧି ଆଜି ଶେଷ ହେଉଥିବା ବେଳେ ଇଡି ତାଙ୍କୁ ଭିଡିଓ କନ୍‌ଫରେନ୍ସିଂ ଜରିଆରେ କୋର୍ଟରେ ହାଜର କରିଥିଲା । ପ୍ରକାଶ, ଗତ ମାର୍ଚ୍ଚ ୨୧ରେ ଇଡି ଦ୍ୱାରା ଗିରଫ ହୋଇଥିବା କେଜ୍ରିୱାଲ୍ ଏପ୍ରିଲ୍ ୧ରୁ ଏପର୍ଯ୍ୟନ୍ତ ନ୍ୟାୟିକ ହାଜତ୍‌ରେ ରହିଆସୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking