40.1 C
Bhubaneswar
Tuesday, April 30, 2024
Homeଓଡିଶାରାଜନୈତିକ କାର୍ଯ୍ୟରେ ସମ୍ପୃକ୍ତି; ସହକାରୀଙ୍କୁ ଶିକ୍ଷକଙ୍କୁ ବଦଳି

ରାଜନୈତିକ କାର୍ଯ୍ୟରେ ସମ୍ପୃକ୍ତି; ସହକାରୀଙ୍କୁ ଶିକ୍ଷକଙ୍କୁ ବଦଳି

ବୌଦ୍ଧ: ରାଜନୈତିକ କାର୍ଯ୍ୟରେ ସମ୍ପୃକ୍ତିକୁ ନେଇ ବୌଦ୍ଧ ଜିଲ୍ଲାରେ ଜଣେ ଶିକ୍ଷକଙ୍କୁ ବଦଳି କରାଯାଇଛି । ଶିକ୍ଷକ ଜଣଙ୍କ ହେଲେ କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ଆଦିବାସୀ ହାଇସ୍କୁଲର ସହକାରୀ ଶିକ୍ଷକ ଗୋବର୍ଦ୍ଧନ ପ୍ରଧାନ । ତାଙ୍କ ବଦଳି ନେଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଗୋବର୍ଦ୍ଧନ ରାଜନୈତିକ କାର୍ଯ୍ୟରେ ସମ୍ପୃକ୍ତି ରହୁଥିବା ନେଇ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ ହୋଇଥିଲା । ନିର୍ବାଚନ ଅଧିକାରୀ ତାଙ୍କୁ ବଦଳି କରିବା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏପ୍ରିଲ ୧୩ ତାରିଖ ଦିନ ଉକ୍ତ ନିର୍ଦ୍ଦେଶନାମାକୁ କାର୍ଯ୍ୟକାରୀ କରି ଜିଲ୍ଲା ଶିକ୍ଷା ଅଧିକାରୀ ଶିକ୍ଷକ ଗୋବର୍ଦ୍ଧନ ପ୍ରଧାନଙ୍କୁ ବଦଳି କରିଥିଲେ । ଶ୍ରୀ ପ୍ରଧାନଙ୍କୁ ବୌଦ୍ଧ ନିର୍ବାଚନ ମଣ୍ଡଳୀର ମଥୁରା ପଞ୍ଚାୟତ କେଲାକଟା ହାଇସ୍କୁଲକୁ ବଦଳି କରାଯାଇଛି । ଏହାସହ ତୁରନ୍ତ ସେଠାରେ ଯୋଗଦାନ କରିବାକୁ ଆଦେଶ ଦିଆଯାଇଥିବା ସୂଚନା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking