32.1 C
Bhubaneswar
Saturday, May 4, 2024
Homeଅପରାଧପୁତ୍ର ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ

ପୁତ୍ର ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ

କେନ୍ଦୁଝର: କେନ୍ଦୁଝର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ମମିତା ଦାସ ଏକ ହତ୍ୟା ମାମଲାର ଶୁଣାଣି କରି ହତ୍ୟାକାରୀ ବାପକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏଥିସହ ୧୦ ହଜାର ଟଙ୍କା ଜୋରିମାନା ଏବଂ ଜୋରିମାନା ଅନାଦେୟ ୬ ମାସ ଅତିରିକ୍ତ ଦଣ୍ଡ ଶୁଣାଇଛନ୍ତି । ତାଙ୍କ ନାମ ଚେରେଙ୍ଗା ମୁଣ୍ଡା(୫୫) ଏବଂ ତାଙ୍କ ଘର ସଦର ଥାନା ଅନ୍ତର୍ଗତ ଲୁଣଘର ଗ୍ରାମରେ ବୋଲି ଜଣାପଡିଛି । ସାମାନ୍ୟ ଝଗଡ଼ାକୁ କେନ୍ଦ୍ର କରି ୨୦୧୯ ନଭେମ୍ବର ୧୭ ତାରିଖ ରାତି ପ୍ରାୟ ୮ଟା ସମୟରେ ଚେରେଙ୍ଗା ମୁଣ୍ଡା ଏକ ଟାଙ୍ଗିଆରେ ପୁଅ ଘନ ମୁଣ୍ଡାକୁ ହତ୍ୟା କରିଥିଲା ।

ଏହି ଘଟଣାକୁ ନେଇ ହତ୍ୟାକାରୀଙ୍କ ଭାଇ ବାବୁଲା ମୁଣ୍ଡା ସଦର ଥାନାରେ ୧୮ ତାରିଖ ଦିନ ଲିଖିତ ଅଭିଯୋଗ କରିଥିଲେ । ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଥିଲା । ସେବେଠାରୁ ବିଚାରଧିନ ବନ୍ଦୀ ଭାବେ କେନ୍ଦୁଝର ଜିଲ୍ଲା କାରାଗାରରେ ଥିଲେ । ଆଜି ସମୁଦାୟ ୧୪ ଜଣ ସାକ୍ଷୀଙ୍କ ବୟାନ ଏବଂ ପୁଲିସ ତଦନ୍ତ ରିପୋର୍ଟକୁ ଆଧାର କରି ଦଫା ୩୦୨ରେ ଏହି ଦଣ୍ଡାଦେଶ ଶୁଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking