36.1 C
Bhubaneswar
Saturday, May 18, 2024
Homeଓଡିଶାହାଇକୋର୍ଟରେ ରତ୍ନଭଣ୍ଡାର ସତ୍ୟପାଠ

ହାଇକୋର୍ଟରେ ରତ୍ନଭଣ୍ଡାର ସତ୍ୟପାଠ

କଟକ: ଶ୍ରୀମନ୍ଦିର ରତ୍ନଭଣ୍ଡାର ପ୍ରସଙ୍ଗରେ ହାଇକୋର୍ଟରେ ସତ୍ୟପାଠ ଦାଖଲ କରାଯାଇଥିବା ସୂଚନା ରହିଛି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ହାଇକୋର୍ଟରେ ସତ୍ୟପାଠ ଦାଖଲ କରାଯାଇଛି । ଶେଷଥର ପାଇଁ ୧୯୭୮ରେ ରତ୍ନଭଣ୍ଡାର ଖୋଲାଯାଇଥିଲା । ରତ୍ନଭଣ୍ଡାର ଖୋଲାଯାଇ ଅଳଙ୍କାରଗୁଡିକ ମଧ୍ୟ ହିସାବ କରାଯାଇଥିଲା ।

ଖବର ମୁତାବକ, ପ୍ରାୟ ଦେଢ କ୍ୱିଣ୍ଟାଲ ସୁନା ଓ ୧୮୪ କିଲୋ ରୁପା ରହିଥିବା ମଧ୍ୟ ଉଲ୍ଲେଖ ହୋଇଛି । ଭିତର ରତ୍ନଭଣ୍ଡାରର ଅଳଙ୍କାର କେବେ ବି ବ୍ୟବହାର ହୁଏନାହିଁ । ଭିତର ରତ୍ନଭଣ୍ଡାରରେ ୫୦ କେଜି ୬୦୦ ଗ୍ରାମ ସୁନା ଅଳଙ୍କାର ରହିଛି । ଭିତର ରତ୍ନଭଣ୍ଡାରରେ ୧୩୪ କେଜି ୫୦ ଗ୍ରାମ ରୁପା ଅଳଙ୍କାର ରହିଛି । ବାହାର ରତ୍ନଭଣ୍ଡାରରେ ୯୫ କେଜି ୩୨୦ ଗ୍ରାମ ସୁନା ଅଳଙ୍କାର ରହିଛି । ବାହାର ରତ୍ନଭଣ୍ଡାରରେ ୧୯ କେଜି ୪୮୦ ଗ୍ରାମ ସୁନା ଅଳଙ୍କାର ରହିଛି । ଚଳନ୍ତି ଭଣ୍ଡାରରେ ପ୍ରାୟ ୩୦ କେଜି ୩୫୦ ଗ୍ରାମ ରୁପା ଅଳଙ୍କାର ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking