30.1 C
Bhubaneswar
Friday, May 3, 2024
Homeଅପରାଧଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ୍

ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ୍

ଜଗତସିଂହପୁର: ଜଗତସିଂହପୁର ଥାନା ଅନ୍ତର୍ଗତ ଯଶୋବନ୍ତପୁର ଗ୍ରାମର ଜନୈକା ନାବାଳିକା ୩ା୮ା୧୯ରେ ଦୁଷ୍କର୍ମର ଶିକାର ହୋଇଥିବା ନେଇ ମା’ ଜଗତସିଂହପୁର ଥାନାରେ ଏତାଲା ଦେଇଥିଲେ । ଜଗତସିଂହପୁର ଥାନା ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତ ଯଶୋବନ୍ତପୁର ଗ୍ରାମର ଶେଖ୍ ମୁନୁ (୪୧)ଙ୍କୁ କରାଯାଇ କୋର୍ଟଚାଲାଣ କରାଯାଇଥିଲା । ଶେଖ୍ ମୁନୁ ବିଦ୍ୟାଳୟରୁ ନାବାଳିକା ଘରକୁ ଆସି ଘରପାଖରେ ଏକଗଛ ପାଖରେ ଖେଳୁଥିବା ସମୟରେ ପ୍ରଲୋଭନ ଦେଖାଇ ତାଙ୍କ ଘରକୁ ଡାକିନେଇ ଦୁଷ୍କର୍ମ କରିଥିଲା ।

ତେବେ ସୋମବାର ଜିଲ୍ଲା ସ୍ୱତନ୍ତ୍ର ପୋସ୍କୋ କୋର୍ଟ ବିଚାରପତି ଅଜୟ କୁମାର ମହାନ୍ତି ୧୮୦ ଜଣ ସାକ୍ଷ୍ୟଙ୍କ ବୟାନକୁ ଭିତ୍ତିକରି ଅଭିଯୁକ୍ତ ଶେଖ୍ ମୁନୁକୁ ୨୦ ବର୍ଷ ଜେଲ୍ ଦଣ୍ଡ ସହ ୨୦ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି । ଜୋରିମାନା ଅନାଦେୟ ଅଧିକ ୪ ମାସ ଜେଲଦଣ୍ଡ ଭୋଗିବାକୁ ପଡିବ । ପୀଡ଼ିତାକୁ ୭ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିବାକୁ ଆଇନସେବା ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ମାମଲାକୁ ସରକାରଙ୍କ ପକ୍ଷରୁ ଆଇନଜୀବୀ ଦୋଳଗୋବିନ୍ଦ ଦାଶ ପରିଚାଳନା କରୁଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking