24.1 C
Bhubaneswar
Thursday, May 9, 2024
Homeସରସ୍ୱତୀ ପୂଜା -2024ଆସନ୍ତୁ ଜାଣିବା କେଉଁଦିନରେ ସରସ୍ୱତୀ ପୂଜା କରିବେ ଏବଂ ଏହାର ମହତ୍ତ୍ବ କ’ଣ?

ଆସନ୍ତୁ ଜାଣିବା କେଉଁଦିନରେ ସରସ୍ୱତୀ ପୂଜା କରିବେ ଏବଂ ଏହାର ମହତ୍ତ୍ବ କ’ଣ?

ଭୁବନେଶ୍ୱର : ହିନ୍ଦୁ ଧର୍ମରେ ପ୍ରତ୍ୟେକ ଦେବତା ଏବଂ ଦେବୀଙ୍କର କିଛି ବିଶେଷ ଗୁରୁତ୍ୱ ରହିଛି ବୋଲି ବିବେଚନା କରାଯାଏ। ବିଶେଷକରି ଶକ୍ତିର ରୂପ ବୋଲି ବିବେଚନା କରାଯାଉଥିବା ଦେବୀ ନବଦୁର୍ଗାଙ୍କର ନଅ ପ୍ରକାର ପୂଜା କରାଯାଏ। ଶାନ୍ତି ପାଇଁ ମା ପାର୍ବତୀ, ଶକ୍ତି ପାଇଁ ମା କାଳୀ, ଧନ ପାଇଁ ମା ଲକ୍ଷ୍ମୀ ଏବଂ ଅନ୍ୟମାନଙ୍କୁ ପୂଜା କରାଯାଏ। ଏଭଳି ଭାବେ ଜ୍ଞାନ ପାଇଁ ମାତା ସରସ୍ୱତୀଙ୍କୁ ଆରାଧନା କରାଯାଇଥାଏ। ବିଶ୍ୱାସ ରହିଛି ଯେ ମାତା ସରସ୍ୱତୀ ତାଙ୍କ ଭକ୍ତମାନଙ୍କୁ ଶିକ୍ଷା କ୍ଷେତ୍ରରେ ସଫଳ ହେବାକୁ ସାହାଯ୍ୟ କରନ୍ତି। ତେବେ ଆସନ୍ତୁ ଜାଣିବା ୨୦୨୪ ମସିହାର କେଉଁଦିନରେ ସରସ୍ୱତୀ ପୂଜା କରିପାରିବେ ଏବଂ ଏହାର ମହତ୍ତ୍ବ କ’ଣ?
ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ ସରସ୍ୱତୀ ପୂଜା ପ୍ରତିବର୍ଷ ବସନ୍ତ ପଞ୍ଚାମୀରେ କରାଯାଏ। ଏହି ତାରିଖ ମାଘ ମାସର ଶୁକ୍ଲ ପକ୍ଷର ପଞ୍ଚମ ଦିନ। ସାଧାରଣତଃ ମାଆଙ୍କର ଏହି ପୂଜା ଫେବ୍ରୁଆରି ମାସରେ ପଡ଼େ। ଏଥର ସରସ୍ବତୀ ପୂଜା ଫେବ୍ରୁଆରି ୧୪ ତାରିଖରେ ପଡୁଛି। ତିଥି ୧୩ ତାରିଖ ରାତି ୨.୪୧ରୁ ଆରମ୍ଭ ହୋଇ ୧୪ ତାରିଖ ୧୨.୦୯ରେ ଶେଷ ହେବ।
ଯଦି ଆମେ ୨୦୨୪ ମସିହାରେ ସରସ୍ୱତୀ ପୂଜାର ଶୁଭ ସମୟ ବିଷୟରେ କହିବା, ତେବେ ଏହା ୧୪ ଫେବ୍ରୁଆରି ସକାଳ ୭:୦୧ ରୁ ୧୨:୩୫ ମଧ୍ୟରେ ପଡୁଛି। ଏହି ସମୟରେ ଆପଣ ନିଜ ଘରେ, ପେଣ୍ଡାଲରେ କିମ୍ବା ଆପଣଙ୍କ ଶିକ୍ଷାନୁଷ୍ଠାନରେ ଦେବୀଙ୍କୁ ଉପାସନା କରିପାରିବେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking