25.1 C
Bhubaneswar
Thursday, May 9, 2024
Homeଋଷିଆ-ୟୁକ୍ରେନ୍ ଯୁଦ୍ଧଯୁଦ୍ଧ ଅଞ୍ଚଳରୁ ତୁରନ୍ତ ପଶ୍ଚିମକୁ ପଳାଅ: ଭାରତୀୟ ଦୂତାବାସର ସାନି ନିର୍ଦ୍ଦେଶ

ଯୁଦ୍ଧ ଅଞ୍ଚଳରୁ ତୁରନ୍ତ ପଶ୍ଚିମକୁ ପଳାଅ: ଭାରତୀୟ ଦୂତାବାସର ସାନି ନିର୍ଦ୍ଦେଶ

କିଏଭ୍‌: ଯୁଦ୍ଧବିଧ୍ୱସ୍ତ ୟୁକ୍ରେନ୍‌ରେ ଫସି ରହିଥିବା ଭାରତୀୟଙ୍କ ଉଦ୍ଦେଶ୍ୟରେ କିଏଭ୍‌ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ରବିବାର ସାନି ନିର୍ଦ୍ଦେଶାବଳୀ ଜାରି କରାଯାଇଛି । ରୁଷ୍ ଇତିମଧ୍ୟରେ ୟୁକ୍ରେନ୍‌ର ପୂର୍ବାଞ୍ଚଳରୁ ଆକ୍ରମଣ ଜାରି ରଖିଥିବାବେଳେ କ୍ର୍ରମଶଃ ରାଜଧାନୀ କିଏଭ୍ ନିକଟରେ ପହଞ୍ଚି ସାରିଲାଣି । ଏହି ପରିପ୍ରେକ୍ଷୀରେ ଭାରତୀୟମାନେ ପୂର୍ବାଞ୍ଚଳ ଛାଡି ୟୁକ୍ରେନ୍‌ର ପଶ୍ଚିମାଞ୍ଚଳକୁ ଚାଲିଯିବାକୁୁ ଦୂତାବାସ ପକ୍ଷରୁ ପରାମର୍ଶ ଦିଆଯାଇଛି । ୟକ୍ରେନ୍ ରେଳବାଇ ପକ୍ଷରୁ ବର୍ତ୍ତମାନ ମାଗଣାରେ ଯାତ୍ରୀଙ୍କୁ ପଶ୍ଚିମାଞ୍ଚଳ ନେବାକୁ ସ୍ୱତନ୍ତ୍ର ଟ୍ରେନ୍ ବ୍ୟବସ୍ଥା କରାଯାଇଛି । ଏହାର ସୁଯୋଗ ହାତେଇବାକୁ ଭାରତୀୟଙ୍କୁ କୁହାଯାଇଛି । ପ୍ରଥମେ ଆସିଥିବା ଲୋକଙ୍କୁ ଯାତ୍ରା ସୁବିଧା ମିଳୁଛି । ତେଣୁ କିଏଭ୍ ରେଳଷ୍ଟେସନରୁ ଏଭଳି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳର ସମୟ ନିର୍ଘଣ୍ଟ ହାସଲ କରିବାକୁ ଦୂତାବାସ ପକ୍ଷରୁ କୁହାଯାଇଛି । ଥରେ ୟୁକ୍ରେନ୍‌ର ପଶ୍ଚିମାଞ୍ଚଳରେ ସୁରକ୍ଷିତଭାବେ ପହଞ୍ଚିଗଲେ, ସେଠାରୁ ରୋମାନିଆ, ପୋଲାଣ୍ଡ କିମ୍ବା ହଙ୍ଗେରୀ ସୀମା ଦେଇ ସେମାନଙ୍କୁ ସ୍ୱଦେଶ ଫେରାଇ ଅଣାଯିବାରେ ଅସୁବିଧା ହେବ ନାହିଁ ବୋଲି ଦୂତାବାସ ପକ୍ଷରୁ ଟ୍ୱିଟ୍ କରି କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking