28.1 C
Bhubaneswar
Friday, April 26, 2024
Homeଓଡିଶାବିଶିଷ୍ଟ କର୍ମଚାରୀନେତା ଅକ୍ଷୟ ମହାକୁଡ଼ଙ୍କ ପଞ୍ଚମ ବାର୍ଷିକ ଶ୍ରାଦ୍ଧୋତ୍ସବ ପାଳିତ

ବିଶିଷ୍ଟ କର୍ମଚାରୀନେତା ଅକ୍ଷୟ ମହାକୁଡ଼ଙ୍କ ପଞ୍ଚମ ବାର୍ଷିକ ଶ୍ରାଦ୍ଧୋତ୍ସବ ପାଳିତ

ଭୁବନେଶ୍ୱର : ଓଡିଶା ସଚିବାଳୟ ଅମଲାସଙ୍ଘ,ଓଡିଶା ସଚିବାଳୟ ସେବାସଙ୍ଘର ପୂର୍ବତନ ସାଧାରଣ ସମ୍ପାଦକ,,ସଚିବାଳୟ କର୍ମଚାରୀ ମହାସଂଘର ମହା ସଚିଵ , ଓଡ଼ିଶା ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ର ସଯୋଜକ ଏବଂ ଡିଏଭି ପବ୍ଲିକ ସ୍କୁଲ ଅଭିଭାବକ ଆନ୍ଦୋଳନର କର୍ଣ୍ଣଧାର, ନିର୍ଭୀକ ଲଢ଼ୁଆ କର୍ମଚାରୀନେତା ସ୍ୱର୍ଗତ ଅକ୍ଷୟ କୁମାର ମହାକୁଡ଼ଙ୍କ ପଞ୍ଚମ ବାର୍ଷିକୀ ଶ୍ରାଦ୍ଧୋତ୍ସବ ଭୁବନେଶ୍ୱର ଓସା ହାଉସରେ ଚିତ୍ତରଞ୍ଜନ ହୋତାଙ୍କ ଅଧ୍ୟକ୍ଷତାରେ ସାମାଜିକ ଦୂରତା ଅବଲମ୍ବନ କରାଯାଇ ଆଜି ମଧ୍ୟାହ୍ନରେ ପାଳିତ ହୋଇଯାଇଛି ।

ଏହି ଅଵସରରେ ଓଡିଶା ସଚିବାଳୟ ସେବାସଙ୍ଘ ସାଧାରଣ ସମ୍ପାଦକ ବିବେକାନନ୍ଦ ସାମଲ,କର୍ମଚାରୀ ସଙ୍ଗଠକ ସୁବାସ ଷଡ଼ଙ୍ଗୀ,ଗିରିଜା ଶଙ୍କର ଦାସ,ମନୋରଞ୍ଜନ ଦାସ,ପ୍ରଶାନ୍ତ ନାୟକ,ବିଚିତ୍ରାନନ୍ଦ ଦାସ, ଶ୍ରୀକାନ୍ତ ରାଉତ, ପ୍ରଦୀପ୍ତ ସାମନ୍ତରାୟ, ମନୋରଞ୍ଜନ ମଲିକ, ସନ୍ତୋଷ ଦାଶ, ଅଭୟ ମହାନ୍ତି, ରାମ ମହାନ୍ତି, ଲକ୍ଷ୍ମୀଧର ବେହେରା ପ୍ରମୁଖ ସ୍ବର୍ଗତ ମହାକୁଡ଼ଙ୍କ ତୈଳଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ ସହ ଦୀପଦାନ କରିଥିଲେ।ଦୁଇ ମିନିଟ ନିରବ ପ୍ରାର୍ଥନା ମାଧ୍ୟମରେ ସ୍ବର୍ଗତ ନେତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ତାଙ୍କ ସଂଗ୍ରାମ,ତ୍ୟାଗ ନୂତନ କର୍ମଚାରୀମାନକୁ ଦିଗଦର୍ଶନ ଦେଵ ବୋଲି ମତ ବ୍ୟକ୍ତ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking