38.8 C
Bhubaneswar
Friday, April 19, 2024
Homeବ୍ରେକୀଙ୍ଗକୋଭିଡ ସେଣ୍ଟର ରେ ଯୌନ ନିର୍ଯ୍ୟାତନା ଘଟଣା: ଯୌନ ନିର୍ଯ୍ୟାତନାର ଶିକାର ହେଲେ ଖୋଦ କୋଭିଡ...

କୋଭିଡ ସେଣ୍ଟର ରେ ଯୌନ ନିର୍ଯ୍ୟାତନା ଘଟଣା: ଯୌନ ନିର୍ଯ୍ୟାତନାର ଶିକାର ହେଲେ ଖୋଦ କୋଭିଡ ଯୋଦ୍ଧା

ବଲାଙ୍ଗିର,- ଗତ ୪ ତାରିଖ ବିଳମ୍ବିତ ରାତ୍ରିରେ ବାଲାଙ୍ଗିର ସ୍ଥିତ କୋଭିଡ କେଆର ସେଣ୍ଟରରେ ହୋଇଥିବା ଯୌନ ନିର୍ଯ୍ୟାତନା ମାମଲାରେ ନୁଆଁ ଖୁଲାସା ସାମାନାକୁ ଆସିଛି । ଏହି ଘଟଣାରେ ପିଡିତ ମହିଳା ଜଣକ ଖୋଦ କୋଭିଡ ଯୋଦ୍ଧା ହୋଇଥିବା ବେଳେ କୋଭିଡ ସେଣ୍ଟରରେ ଚିକିତ୍ସିତ ହେଉଥିବାବେଳେ ଯୌନ ନିଯ୍ୟାତନାର ଶିକାର ହୋଇଥିବା ଜଣା ପଡିଛି। ପୋଲିସ , ପ୍ରଶାସନ ତଥା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଘଟଣା ଉପରେ ଆଶ୍ଚର୍ଯ୍ୟ ଜନକ ଭାବେ ମୁହଁ ବାନ୍ଧି ରହିଥିବା ସମୟରେ , ବଲାଙ୍ଗିର କୋଭିଡ କେଆର ସେଣ୍ଟରର ଜଣେ କର୍ମଚାରୀ ନିଜ ନାମ ଗୋପନ ରଖି ସଂପୁର୍ଣ୍ଣ ଘଟଣା ଚକ୍ର ପ୍ରକାଶ କରିଛନ୍ତି ।
ପ୍ରଦତ୍ତ ସୁଚନାରୁ ପ୍ରକାଶ ଯେ, ପିଡତା ମହିଳା ଜଣକ ଖୋଦ ଜଣେ କୋଭିଡ ଯୋଦ୍ଧା ହୋଇଥିବା ବେଳେ, ସେ ସ୍ଥାନୀୟ ଡାକ୍ତରଖାନାରେ ସଫେଇ କର୍ମଚାରୀ ଭାବେ କାମ କରନ୍ତି । କରୋନା ମହାମାରି ସମୟରେ ସେ ଡାକ୍ତରଖାନା ରେ ରୋଗି ତଥା ଡାକ୍ତରଖାନାର ସଫେଇ ଦାଇତ୍ୱ ତୁଳେଇ ଆସୁଥିଲେ । କରୋନାର ଭୟାବହତାକୁ ଖାତିର ନକରି ରୋଗି ମାନଙ୍କ ସ୍ୱଚ୍ଛତାର ଧ୍ୟାନ ରଖୁ ରଖୁ ଦିନେ ନିଜେ କରୋନାରେ ସଂକ୍ରମିତ ହୋଇଥିଲେ । ଗତ ମାସରେ ତାଙ୍କର ରିପୋର୍ଟ ପୋଜଟିିଭ ଅସିଥିବା ବେଳେ, କିଛିଦିନ ପରେ ସେ ଅସହଜ ଅନୁଭବ କରିଥିଲେ । ପରିବାର ଲୋକେ ତାଙ୍କୁ ଚିକିତ୍ସା ପାଇଁ ବଲାଙ୍ଗିର କୋଭିଡ କେଆର ସେନ୍ଟରରେ ଭର୍ତ୍ତି କରାଇ ଥିଲେ । ତାଙ୍କୁ କୋଭିଡ କେଆର ସେନ୍ଟର ଉପର ମହଲା ସ୍ଥିତ ବେଡରେ ରଖା ଯାଇ ଚିକିତ୍ସା କରାଯାଉଥିଲା । ତେବେ ସେ ଭର୍ତ୍ତି ହେବା ଦିନଠୁଁ , ଯୌନ ପିପାସୁ ଡାକ୍ତର ଜଣକ ତାଙ୍କ ଉପରେ କୁଦୃଷ୍ଟି ରଖିଥିବା ଅନୁମ।ନ କରାଯାଉଛି । ଗତ ୪ ତାରିଖ ଦିନ ବିଳମ୍ବିତ ରାତ୍ରିରେ ପିଡିତ ମହିଳା ଜଣକ ଶୋଇଥିବା ସମୟରେ, ଡାକ୍ତର ଉପର ମହଲାକୁ ଯାଇ ସୁଯୋଗ ଖୋଜି ମହିଳା ଉପରେ ଆକ୍ରମଣ କରିଥିଲେ । ପିଡିତ ମହିଳା ତୁରନ୍ତ ପାଟି କରିବାରୁ, ପାଟି ଶୁଣି ରୋଗି ମାନଙ୍କ ପରିଜନ ଜମା ହୋଇ ଡାକ୍ତରଙ୍କୁ କାବୁ କରି ନିର୍ଧୁମ ଛେଚିଥିଲେ । ଘଟଣାରେ ଡାକ୍ତର ଜଣକ ନିଜ ଭୁଲ ସ୍ୱିକାର କରି କାନ ଧରି ଉଠ ବସ ହୋଇ ଉପସ୍ଥିତ ଲୋକଙ୍କ ସାମନାରେ ଭୁଲ ମାଗିଥିଲେ । ଟାଉନ ପୋଲିସ ଖବର ପାଇ ଘଟଣା ସ୍ଥଳ କୁ ପହଞ୍ଚି ଥିଲା । ଉତ୍ୟକ୍ତ ଲୋକେ ଡାକ୍ତରଙ୍କୁ ପ୍ରଚୁର ପାହାର ଦେବା ପରେ ପୋଲିସକୁ ଜିମା ଦେଇଥିଲେ । ପୋଲିସ ଡାକ୍ତରଙ୍କୁ ଉଦ୍ଧାର କରି ଆଦର୍ଶ ଥାନା କୁ ଆଣିଥିଲ।। ପରେ ପରେ ପୋଲିସ ଡାକ୍ତରଙ୍କୁ କୌଣସି କାରଣ ବସତଃ ଛାଡି ଦେଇଥିବା ଖବର ମିଳିଥିଲା ।
ତେବେ ଭୟାନକ କରୋନା ମହାମାରୀ ସମୟରେ ଯେଉଁଠି ନିଜ ତଥା ପରିବାର ର ସୁରକ୍ଷାକୁ ଖାତିର ନକରି ଜଣେ ମହିଳା ସମାଜକୁ ସ୍ୱାସ୍ଥ୍ୟ ଓ ସ୍ୱଚ୍ଛତା ଯୋଗାଇବା ପାଇଁ ନିଜର ଜିବନ ର ବାଜି ଲାଗାଉଛନ୍ତି । ଖୋଦ ସଂକ୍ରମଣର ଶିକାର ହୋ ଇ ଚିକିତ୍ସିତ ହେବା ବେଳେ ଏଭଳି ଘୃଣ୍ୟ କୁକର୍ମର ଶିକାର ହେଉଛନ୍ତି । ଖୋଦ ତାଙ୍କର ବିଭାଗିୟ ପ୍ରଶାସନ ଓ ସହର ର ଆଦର୍ଶ ପୋଲିସ ତାଙ୍କୁ ସୁରକ୍ଷା ଯୋଗାଇ ପାରୁ ନାହାନ୍ତି , ଓଲୋଟା ପ୍ରଭାବଶାଳିଙ୍କ ଚାପରେ ମୁହଁ ବନ୍ଦ କରି ଘଟଣାକୁ ଚାପି ଦେବାରେ ସହାୟକ ହେଉଛନ୍ତି । ସେଇଠି ସାଧାରଣ ଜନତା କେତେ ସୁରକ୍ଷିତ ବୋଲି ପ୍ରଶ୍ନ ବାଚି ସୃଷ୍ଟି ହେଉଛି । ଆହୁରି କିଛି ଦିନ ପୁର୍ବେ, କୋଭିଡ ଯୋଦ୍ଧା ଡାକ୍ତରଙ୍କୁ ଆକ୍ରମଣ ଘଟଣାରେ ଦୁଇ ଜଣ ଦଳିତ ଯୁବକଙ୍କୁ ଏନଏସଏ ରେ ଗିରଫ କରି ଜେଲ କାରାଯାଇଥିବା ବେଳେ , ଏହି ଘଟଣାରେ କୋଉ ଶକ୍ତି ପୋଲିସ ପ୍ରଶାସନ ର ହାତ ବାନ୍ଧି ଦେଇଛି ବୋଲି ଲୋକେ ପ୍ରଶ୍ନ କରୁଛନ୍ତି । ଏଭଳି ଗୁରୁତ୍ୱପୁର୍ଣ୍ଣ ଘଟଣାରେ ପୋଲିସ ଓ ପ୍ରଶାସନର ନପୁଂସକତା, ସମାଜ ପାଇଁ କରୋନା ଠୁଁ ଆହୁରି ମାରାତ୍ମକ ସାବିତ ହେବ ବୋଲି ବୁଦ୍ଧିଜିବି ମହଲରେ ଚର୍ଚ୍ଚା ଜୋର ଧରୁଛି । ତେବେ ଏହି ଘଟଣା ଉପରେ ଉପଯୁକ୍ତ ତଦନ୍ତ ହେଲେ ଘଟଣା ର ସତ୍ୟାସତ୍ୟ ଲୋକଲୋଚନକୁ ଆସିବ ତଥା ଉଭୟ ଅଭିଯୁକ୍ତ ଓ ପିଡିତା ନ୍ୟାୟ ପାଇ ପାରିବେ ବୋଲି ସାଧାରଣରେ ଦାବୀ ପ୍ରକାଶ ପାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking