26.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗଭୁବନେଶ୍ୱରରୁ ପୁଣି ୩୯୫ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱରରୁ ପୁଣି ୩୯୫ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ କ୍ରମାଗତ ଭାବେ ବହୁ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏହାରି ମଧ୍ୟରେ ଆଜି ବି ମଧ୍ୟ ଭୁବନେଶ୍ୱରରୁ ୩୯୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୧୧୬ ଓ ସ୍ଥାନୀୟ ଅଞ୍ଚଳରୁ ୨୭୯ ଜଣ ଚିହ୍ନଟ ହୋଇଛନ୍ତି । ଏହାସହ ଆଜି ରାଜଧାନୀ ରୁ ୬୦୪ ଜଣ ସୁସ୍ଥ ମଧ୍ୟ ହୋଇଛନ୍ତି । ଭୁବନେଶ୍ୱରରେ କରୋନା ପଜିଟିଭଙ୍କ ସଂଖ୍ୟା ୧୬ ହଜାର ୨୪୦କୁ ବୃଦ୍ଧି ପାଇଛି । ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ମିଳିଛି ।


ୟୁନିଟ-୯ ଅଞ୍ଚଳରୁ ୧୩, ନୟାପଲ୍ଲୀରୁ ୧୨, ଖଣ୍ଡଗିରି ଅଞ୍ଚଳରୁ ୧୧, ୟୁନିଟ-୬ ଅଞ୍ଚଳରୁ ୯ ଓ ନୟାପଲ୍ଲୀରୁ ୯ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଖଣ୍ଡଗିରି ଅଞ୍ଚଳରୁ ୧୧, ସାମନ୍ତରାପୁର ଅଞ୍ଚଳରୁ ୯, ୟୁନିଟ-୬ରୁ ୯, ୬ ଜଣ ପୁଲିସ କର୍ମଚାରୀ, ସିଆରପିଏଫ୍ କ୍ୟାମ୍ପସରୁ ୬, ଶୈଳଶ୍ରୀବିହାରରୁ ୫, ଟଙ୍କପାଣି ରୋଡରୁ ୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ମୋଟ ୧୬,୨୪୦ ପଜିଟିଭ ମଧ୍ୟରୁ ୬୨ ଜଣଙ୍କର ମୃତ୍ୟୁ ଘଟିଛି । ଏହା ସହ ୧୧,୪୩୦ ଜଣ ସୁସ୍ଥ ଓ ୪,୭୩୫ ଜଣ ଏବେବି ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି । ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking