34.1 C
Bhubaneswar
Wednesday, May 1, 2024
Homeଓଡିଶା୧୮ ଲକ୍ଷ ଠକେଇ ଅଭିଯୋଗରେ ଜମି ଦଲାଲ ଗିରଫ

୧୮ ଲକ୍ଷ ଠକେଇ ଅଭିଯୋଗରେ ଜମି ଦଲାଲ ଗିରଫ

ଭୁବନେଶ୍ୱର: ଜମି କିଣେଇ ଦେବେ କହି ୧୮ ଲକ୍ଷ ଟଙ୍କା ଠକେଇ ଅଭଯୋଗରେ ଦଲାଲକୁ ଗିରଫ କରିଛି ଲକ୍ଷ୍ମୀସାଗର ଥାନା ପୁଲିସ । ଗିରଫ ଜଣଙ୍କ ହେଲେ ଜଗତସିଂହପୁରର ଅବୁଦଲ କାୟୋନ୍ ଖାନ୍‌(୬୨) । ସୂଚନାଯୋଗ୍ୟ ଯେ, ଗତ ୨୦୧୦ ମସିହାରେ ଅଭିଯୁକ୍ତ ଅବଦୁଲ କାୟୋନ୍ ଖାନ୍ ଜଣକ ଅଭିଯୋଗକାରିଣୀ ଅଞ୍ଜୁ ଜୈସ୍ୱାଲଙ୍କ ସ୍ୱାମୀ ମୃତଫା ଗୌତମ ପ୍ରସାଦଙ୍କ ଯୋଗାଯୋଗରେ ଆସିଥିଲେ । ଅଭିଯୁକ୍ତ ଜଣକ ଗୌତମଙ୍କୁ ଲକ୍ଷ୍ମୀସାଗର ମୌଜା ଅଧୀନରେ ଏକ ଜମି କିଣିବା ପାଇଁ କହିଥିଲେ । ଗୌତମ ପ୍ରସାଦ ଜମି ପରିଦର୍ଶନ କରି ଡକ୍ୟୁମେଣ୍ଟ ଯାଞ୍ଚ କରିବା ପରେ କିଣିବାକୁ ରାଜି ହୋଇଥିଲେ । ଅଭିଯୁକ୍ତଙ୍କ ଉପରେ ବିଶ୍ୱାସ କରି ଗୌତମ ତାଙ୍କୁ ବିଭିନ୍ନ ସମୟରେ ସମୁଦାୟ ୧୮ଲକ୍ଷ ଟଙ୍କା ଦେଇଥିଲେ । ଅଭିଯୁକ୍ତ ଜଣକ ଟଙ୍କା ନେବା ପରେ ଗୌତମଙ୍କୁ ଭୁବନେଶ୍ୱରରେ ସବ୍‌-ରେଜିଷ୍ଟ୍ରାର୍ ଅଫିସ୍‌କୁ ଜମି ରେଜିଷ୍ଟ୍ରି କାରବାର ପାଇଁ ନେଇ ଯାଇଥିଲେ । ଏହାର କିଛି ଦିନ ପରେ ଅଭିଯୁକ୍ତ ଜଣକ ଗୌତମଙ୍କୁ ଉକ୍ତ ଜମିର ବିକ୍ରି ଦସ୍ତାବିଜ ଦେଇନଥିଲେ କିମ୍ବା ଉକ୍ତ ଜମିର ମାଲିକାନା ହସ୍ତାନ୍ତର କରିନଥିଲେ । ଏହି ମାମଲାର ତଦନ୍ତ କରି ଲକ୍ଷ୍ମୀସାଗର ପୁଲିସ ବିଶେଷ ସୂତ୍ରରୁ ଖବର ପାଇ ଅଭିଯୁକ୍ତଙ୍କୁ ଗିରଫ କରି ଥାନାକୁ ଆଣିଥିଲେ । ପଚରାଉଚରା ବେଳେ ଅଭିଯୁକ୍ତ ନିଜର ଅପରାଧ ସ୍ୱୀକାର କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking