38.1 C
Bhubaneswar
Friday, April 26, 2024
Homeଓଡିଶାଠକିଦେଲେ ଠିକାଦାର : ଆରଡିରୁ ନିମାପଡ଼ା ଚାଲି ଚାଲି ଫେରୁଛନ୍ତି ଦିନମଜୁରିଆ

ଠକିଦେଲେ ଠିକାଦାର : ଆରଡିରୁ ନିମାପଡ଼ା ଚାଲି ଚାଲି ଫେରୁଛନ୍ତି ଦିନମଜୁରିଆ

ଧୁଷୁରୀ : କରୋନା ସଂକ୍ରମଣକୁ ରୋକିବା ପାଇଁ ଲକଡାଉନ ହିଁ ଏକମାତ୍ର ବିକଳ୍ପ । କିନ୍ତୁ ଏହି କଟକଣା ଅନେକ ଗରିବ ଖଟିଖିଆ ଦିନମଜୁରିଆଙ୍କ ଦୁଃଖ ଦୁର୍ଦ୍ଦଶାକୁ ଦ୍ୱିଗୁଣିତ କରିଦେଇଛି । ପରିବାର ମୁହଁରେ ଦାନା ଦେବା ପାଇଁ ଘରଦ୍ୱାର ପିଲାଛୁଆ ଛାଡି ଶହଶହ କିଲୋମିଟର ଦୂରରେ ମଜୁରି ଲାଗୁଥିବା ଅନେକ ବ୍ୟକ୍ତି ଏଭଳି ସମୟରେ ଠକାମିର ଶିକାର ହୋଇ ଅଖିଆଅପିଆ ଚାଲି ଚାଲି ଘରକୁ ଫେରୁଥିବା ଦୃଶ୍ୟ ଦେଖିବାକୁ ମିଳିଛି । ଏପରି ଦୁଃଖର ସାମନା କରୁଥିବା ମଣିଷ ହେଲେ ପୁରୀ ଜିଲ୍ଲା ନିମାପଡା ଗୋପ ଅଞ୍ଚଳର ମେଘା ବେହେରା(୪୮) । ଦୁଇ ତିନିମାସ ପୂର୍ବେ ମେଘା ଜଣେ ଠିକାଦାରଙ୍କ ସାଙ୍ଗରେ କାମ କରିବାକୁ ଭଦ୍ରକ ଜିଲ୍ଲାର ଆରଡି ଅଞ୍ଚଳକୁ ଆସିଥିଲେ । କିଛି ଦିନ କାମ ହେବା ପରେ କରୋନା ପାଇଁ ସବୁ ଠପ୍ ହୋଇଯାଇଥିଲା । କରିଥିବା କାମର ପଇସା ମିଳିନଥିବା ବେଳେ ଠିକାଦାର ଦେଉଥିବା ଅଳ୍ପ ଅର୍ଥରେ ଦୈନିକ ଗୁଜୁରାଣ ମେଣ୍ଟାଉଥିବା ମେଘା ପାଖରେ ଫୋନଟିଏ ନଥିବାରୁ ପରିବାର ସହିତ କିଛି ଯୋଗାଯୋଗ ବି ଏ ସମୟରେ ସେ କରିପାରୁ ନଥିଲେ । ପାଠଶାଠ ଜଣାନଥିବା ଏହି ଦିନମଜୁରିଆ ଜଣକ ଆରଡି ଅଞ୍ଚଳରେ ମାସମାସ ଧରି ପଡ଼ି ରହିଥିବା ବେଳେ ଲକଡାଉନ ବେଳେ ଆଉ ଠିକାଦାର ତାଙ୍କୁ ଦେଖାଦେଇ ନଥିଲେ ।
ଫଳରେ ପାଖରେ ଥିବା ଅଳ୍ପ ଟଙ୍କା ସରିଯିବାରୁ ଭୋକ ଉପାସରେ ସପ୍ତାହରୁ ଅଧିକ ସମୟ ରହିଥିଲେ । ଶେଷରେ ଉପାୟଶୂନ୍ୟ ହୋଇ ଘରକୁ ଫେରିବାକୁ ବାହାରିଥିଲେ । ଗାଡ଼ିମୋଟର ବନ୍ଦ ସାଙ୍ଗକୁ କରୋନା ସଂକ୍ରମଣ ଭୟରେ କେହି ତାଙ୍କୁ ସାଥ୍ ଦେଇନଥିଲେ । ନିଛାଟିଆ ଖରାରେ ଦୁଇଟା ବଡ଼ ବ୍ୟାଗ କାନ୍ଧେଇ ଭଦ୍ରକ-ଆରଡି ରାସ୍ତାରେ ଏକା ଏକା ଏକା ଚାଲି ଚାଲି ଯାଉଥିବା ଦେଖବାକୁ ମିଳିଥିଲା ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking