34.1 C
Bhubaneswar
Saturday, April 27, 2024
Homeଓଡିଶା୪ ଦିନିଆ ରିମାଣ୍ଡରେ କୁବେର ପିଏସ୍ : ସ୍ତ୍ରୀ’, ସଡୁଙ୍କ ସହ ସାମ୍ନାସାମ୍ନି ଜେରା କରାଯିବ

୪ ଦିନିଆ ରିମାଣ୍ଡରେ କୁବେର ପିଏସ୍ : ସ୍ତ୍ରୀ’, ସଡୁଙ୍କ ସହ ସାମ୍ନାସାମ୍ନି ଜେରା କରାଯିବ

ଭୁବନେଶ୍ୱର:  ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଗିରଫ ହୋଇଥିବା ପିଏସ୍ ବିରଞ୍ଚି ନାରାୟଣ ସାହୁଙ୍କୁ ଭିଜିଲାନ୍ସ ୪ଦିନିଆ ରିମାଣ୍ଡରେ ନେଇଛି । ମଙ୍ଗଳବାର ଠାରୁ ଆସନ୍ତା ଶୁକ୍ରବାର ପର୍ଯ୍ୟନ୍ତ ସେ ଭିଜିଲାନ୍ସ ହେପାଜତରେ ରହିବେ ବୋଲି ଭିଜିଲାନ୍ସ ସୂତ୍ରରୁ ସୂଚନା ମିଳିଛି । ବେଆଇନ ସମ୍ପତ୍ତି ହାତେଇଥିବା ସରକାରୀ କର୍ମଚାରୀ ଘରୁ ଟଙ୍କା ମିଳିବା ସ୍ୱାଭାବିକ ହୋଇଥିବାବେଳେ ଆଡମିଟ୍ କାର୍ଡ ମିଳିବା ଘଟଣା ମାମଲାକୁ ଭିନ୍ନ ମୋଡ଼ ଦେଇଛି । ତେଣୁ ଏହି ଦିଗକୁ ଅଧିକ ଗୁରୁତ୍ୱ ଦେଇ ଭିଜିଲାନ୍ସ ଛାନ୍‌ଭିନ୍ କରୁଛି ।
ବିରଞ୍ôଚକୁ ରିମାଣ୍ଡରେ ନେବା ପରେ ଷ୍ଟାଫ୍ ସିଲେକ୍ସନ କମିସନ ଅଫିସ୍‌ରେ ଦୀର୍ଘବର୍ଷ ଧରି ଚାଲିଥିବା ଚାକିରୀ କେଳେଙ୍କାରୀ ଅଭିଯୋଗ ଓ ପିଏସ୍ କୋଟିପତି ହେବା ରହସ୍ୟର ଗୁମର ଖୋଲିବ ବୋଲି ଆଶା କରାଯାଉଛି । ଏହି କେଳେଙ୍କାରୀରେ କୁବେର ବିରଞ୍ôଚଙ୍କ କାନ୍ଧକୁ କାନ୍ଧ ଦେଇ ଚାଲୁଥିବା ବଡ଼ବାବୁଙ୍କୁ ଧରିବା ପାଇଁ ତଦନ୍ତକାରୀ ଟିମ୍ ଚେଷ୍ଟା ଚଳାଇଛି ।

ଅନ୍ୟପକ୍ଷେ କମିସନ ଅଫିସରେ ପୂର୍ବରୁ ଓ ବର୍ତ୍ତମାନ କାର୍ଯ୍ୟରତ ଥିବା ସମସ୍ତ ଅଧିକାରୀ ଏବଂ କର୍ମଚାରୀ ଭିଜିଲାନ୍ସ ସ୍କାନର୍‌ରେ ଅଛନ୍ତି । ଆବଶ୍ୟକସ୍ଥଳେ ସେମାନଙ୍କୁ ତଦନ୍ତ ପରିସରର୍ଭୁକ୍ତ କରାଯିବ ବୋଲି ଜଣେ ଭିଜିଲାନ୍ସ ଅଧିକାରୀ କହିଛନ୍ତି । ମଙ୍ଗଳବାର ସକାଳେ ବିରଞ୍ôଚଙ୍କୁ ରିମାଣ୍ଡରେ ନେଇ ଭିଜିଲାନ୍ସ ଝାଳବୁହା ଜେରା ଆରମ୍ଭ କରିଦେଇଛି । ଏତେ ପରିମାଣର ଟଙ୍କା କେଉଁଠୁ ଆଣିଲେ, କମିସନ୍ ଅଫିସ୍‌ରେ ଚାକିରୀ କେଳେଙ୍କାରୀ ଚାଲିଥିବା ଅଭିଯୋଗ ସତ କି, ଏଥିରେ କମିସନରେ କେଉଁ ଅଧିକାରୀମାନେ ସମ୍ପୃକ୍ତ ଅଛନ୍ତି, ଏଭଳି ଅନେକ ପ୍ରଶ୍ନ ବିରଞ୍ôଚଙ୍କୁ ପ୍ରଥମ ଦିନରେ ପଚରାଯାଇଛି । ମାମଲାର ତଦନ୍ତ ପାଇଁ ୩ଟି ଟିମ୍ ଗଠନ ହୋଇଛି । ଏହି ଟିମ୍ ପର୍ଯ୍ୟାୟକ୍ରମେ ବିରଞ୍ôଚଙ୍କୁ ପଚରାଉଚରା କରୁଛନ୍ତି । ବିରଞ୍ଚି କହିବା

ମୁତାବକ ଷ୍ଟାଫ୍ ସିଲେକ୍ସନ ଅଫିସ୍ ଓ ବିଭିନ୍ନ ସ୍ଥାନକୁ ଯାଇ କାଗଜପତ୍ର ସଂଗ୍ରହ କରୁଛନ୍ତି । ବୁଧବାର କିମ୍ବା ଗୁରୁବାର ମାମଲାରେ ସମ୍ପୃକ୍ତ ଥିବା ବିରଞ୍ଚିଙ୍କ ସ୍ତ୍ରୀ’ ଓ ସଡୁଙ୍କ ସହ ବିରଞ୍ଚିଙ୍କୁ ମୁହାଁମୁହିଁ ଜେରା କରାଯିବ ବୋଲି ଜଣାପଡ଼ିଛି । ଉଲ୍ଲେଖଯୋଗ୍ୟ, ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବିରଞ୍ôଚଙ୍କୁ ଗତ ଶନିବାର ଭିଜିଲାନ୍ସ ଗିରଫ କରିଛି । ବିରଞ୍ôଚ ଚାକିରୀ କାଳରେ ନିଜ ଆୟ ଠାରୁ ୨୬୮ପ୍ରତିଶତ ଅଧିକା ସମ୍ପତ୍ତି ହାତେଇଛନ୍ତି । ଏହି ସମ୍ପତ୍ତି ବାବଦରେ ବିରଞ୍ଚି ଏପର୍ଯ୍ୟନ୍ତ କୌଣସି ତଥ୍ୟପ୍ରମାଣ ଦେଖାଇପାରିନାହାନ୍ତି । ସେଥିପାଇଁ ଏହାକୁ ଭିଜିଲାନ୍ସ ପକ୍ଷରୁ ଏବେ ଜବତ କରାଯାଇଛି । ଏଭଳି ଘଟଣା ପରେ ଷ୍ଟାଫ୍ ସିଲେକ୍ସନ କମିସନ୍ ଅଧ୍ୟକ୍ଷ ବିରଞ୍ôଚଙ୍କୁ ଚାକିରୀରୁ ନିଲମ୍ବିତ କରିଥିବାବେଳେ ରାଜ୍ୟସରକାର ତାଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking