37.1 C
Bhubaneswar
Thursday, March 28, 2024
Homeଓଡିଶାରାଜଧାନୀରେ କାୟା ମେଲାଉଛି ଡେଙ୍ଗୁ : ୭୦୦ ଟପିଲା

ରାଜଧାନୀରେ କାୟା ମେଲାଉଛି ଡେଙ୍ଗୁ : ୭୦୦ ଟପିଲା

ଭୁବନେଶ୍ୱର: ରାଜଧାନୀରେ ବୋଲମାନୁନି ଡେଙ୍ଗୁ ସଂକ୍ରମଣ । ସ୍ଥିତି ଦିନକୁ ଦିନ ଅଣାୟତ୍ତ ହେବା ସହ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧିପାଉଥିବା ନଜରକୁ ଆସିଛି । ଭୁବନେଶ୍ୱରରୁ ଏକାଥରେ ଆଉ ୫୦ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସହରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୦୦ ପାର କରି ୭୧୪କୁ ବୃଦ୍ଧିପାଇଛି । ରାଜଧାନୀର ବିଭିନ୍ନ ସ୍ଥାନରୁ ଦୈନିକ ପୁଳାପୁଳା ଡେଙ୍ଗୁ ରୋଗୀ ଚିହ୍ନଟ ହେଉଛନ୍ତି । ଏପରି ସ୍ଥିତିରେ ରାଜଧାନୀରେ ଡେଙ୍ଗୁ ଜ୍ୱର ନିଜ କାୟା ମେଲାଉଛି । ବଢ଼ୁଥିବା ସଂକ୍ରମଣ ସାଙ୍ଗକୁ ପ୍ଲେଟ୍‌ଲେଟ୍‌ର ଅଭାବ ଥିବା ନଜରକୁ ଆସିଛି । ସୂଚନା ଅନୁଯାୟୀ,  ଡେଙ୍ଗୁ ରୋଗୀଙ୍କ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲରେ ବ୍ୟାପକ ଶଯ୍ୟାର ବ୍ୟବସ୍ଥା କରାଯାଇଛି ।

ବହୁ ୱାର୍ଡ ଖାଲି ପଡିଥିବାବେଳେ କିଛି ୱାର୍ଡରେ ଆସୁଥିବା ଡେଙ୍ଗୁ ରୋଗୀଙ୍କ ଚିକିତ୍ସା କରାଯିବାକୁ ବ୍ୟବସ୍ଥା କରାଯାଇଛି । ଏହି ମଧ୍ୟରେ ସବୁଠୁ ବେଶୀ ଚିନ୍ତା ବଢ଼ାଇଛି ଚିକତ୍ସା ପାଇଁ ଆବଶ୍ୟକ ଥିବା ପ୍ଲେଟ୍‌ଲେଟ୍ । ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ଆଗକୁ ବଢିଚାଲିଲେ ପ୍ଲେଟଲେଟର ଅଭାବ ନିହାତି ପଡିପାରେ । ପ୍ରତିଦିନ ପ୍ରାୟ ଡେଙ୍ଗୁ ଚିକିତ୍ସା ପାଇଁ ୧୫ ଜଣଙ୍କୁ କ୍ୟାପିଟାଲ ହସ୍ପିଟାଲରେ ପ୍ଲେଟଲେଟ ଦିଆଯାଉଛି । କିନ୍ତୁ ଏବେ ପଯ୍ୟାପ୍ତ ପ୍ଲେଟ୍‌ଲେଟ୍ ନାହିଁ । ଯଦି ଡେଙ୍ଗୁ ରୋଗୀ ସଂଖ୍ୟା ବଢ଼େ, ଅଧିକ ପ୍ଲେଟ ଲେଟ ଆବଶ୍ୟକ ହେବ ବୋଲି ମତପ୍ରକାଶ ପାଇଛି । ବିଏମ୍‌ସି ପ୍ରଦତ୍ତ ତଥ୍ୟ ମୂତାବକ, ଏବେସୁଦ୍ଧା ଭୁବନେଶ୍ୱରର ୬,୧୯୩ ଘର ସହ ୨୫,୯୦୯ ନାଗରିକଙ୍କୁ ସର୍ଭେଲାନ୍ସରେ ଅଣାଯାଇଛି । ଏହି ମଧ୍ୟରେ ୨,୯୯୯ ପ୍ରଜନନ ଉତ୍ସକୁ ନଷ୍ଟ କରାଯାଇଥିବାବେଳେ ଭୁବନେଶ୍ୱରର ୮୧୫ ସ୍ଥାନରୁ ଲାର୍ଭା ଚିହ୍ନଟ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking