36.1 C
Bhubaneswar
Thursday, May 2, 2024
Homeଓଡିଶାମାଡ଼ର ଜବାବ ମାଡ଼ରେ ଦେଲେ, ଗାଁ' ଦାଣ୍ଡରେ ବାନ୍ଧି ଜ୍ୱାଇଁକୁ ନିର୍ଦ୍ଧୁମ ଛେଚିଲେ

ମାଡ଼ର ଜବାବ ମାଡ଼ରେ ଦେଲେ, ଗାଁ’ ଦାଣ୍ଡରେ ବାନ୍ଧି ଜ୍ୱାଇଁକୁ ନିର୍ଦ୍ଧୁମ ଛେଚିଲେ

କୋରାପୁଟ : ଜ୍ୱାଇଁକୁ ଘରୁ ଉଠେଇ ନେଇ ଗାଁ ଦାଣ୍ଡରେ ବାନ୍ଧି ନିର୍ଦ୍ଧୁମ ପିଟିଲେ । ଶ୍ୱଶୁର ଘର ଲୋକଙ୍କ ଏ କାରନାମାର ଭିଡିଓ ଏବେ ଶୋସିଆଲ୍ ମିଡିଆରେ ଭାଇରାଲ ହେଉଛି । ଅଚେତ ଅବସ୍ଥାରେ ଜ୍ୱାଇଁକୁ ‌ଉଦ୍ଧାର କରିଥିଲା ପୋଲିସ । ଘଟଣାଟି କୋରାପୁଟ ଜିଲ୍ଲା ଅନ୍ତର୍ଗତ ପଟାଙ୍ଗି ଅଞ୍ଚଳରେ ଘଟିଛି । ମାଡ଼ ଖାଇ ହୋସ ହଜି ଯାଇଥିବା ଜ୍ୱାଇଁକୁ ପଟାଙ୍ଗି ପୋଲିସ୍‌ ଉଦ୍ଧାର କରି କୋରାପୁଟ ଡାକ୍ତରଖାନାରେ ଭର୍ତ୍ତି କରିଥିବା ଜଣାଯାଇଛି । ତାଙ୍କ ଝିଅକୁ ଜ୍ୱାଇଁ ମାରୁଥିବା ନେଇ ଉତ୍ତକ୍ଷିପ୍ତ ହୋଇଯାଇଥିଲେ ଘର ଲୋକେ । ଆଉ ଏହାର ପ୍ରତିଶୋଧ ନେବାକୁ ଯାଇ ଏହି ପଦକ୍ଷେପ ଉଠାଇଥିଲେ ।

ସୂଚନା ଅନୁଯାୟୀ, ଛଅ ମାସ ତଳେ ମାଳିମରୁଆ ଗ୍ରାମର ଲକୀ ଖରା ନାମକ ଯୁବକ ମାଳିଗୁଂଜା ଗ୍ରାମର ଜଣେ ଯୁବତୀଙ୍କୁ ପ୍ରେମ ବିବାହ କରିଥିଲେ। ଆଉ ନିଜ ସ୍ତ୍ରୀକୁ ନେଇ ସେମିଳିଗୁଡ଼ାରେ ଏକ ଭଡ଼ା ଘରେ ରହୁଥିଲା ଲକୀ । ତେବେ ଶ୍ୱଶୁର ଘର ଲୋକଙ୍କ ଅଭିଯୋଗ ହେଉଛି, ବିଭିନ୍ନ ସମୟରେ ଲକୀ ତାଙ୍କ ସ୍ତ୍ରୀଙ୍କୁ ମାରପିଟ କରିବା ସହିତ ଯୌତୁକ ନିର୍ଯାତନା ଦେଇ ଆସୁଥିଲେ।

ଶନିବାର ସ୍ତ୍ରୀକୁ ଶାଶୁ ଘରକୁ ଚାଲିଯିବା ପାଇଁ କହିଥିଲା । ତେବେ ସ୍ତ୍ରୀ ଗାଁକୁ ଯାଉଥିବା ସମୟରେ ଅଧାବାଟରେ ତାଙ୍କୁ ଅଟକାଇ ମାଡ଼ ମାରିବା ସହିତ ରାସ୍ତାରେ ଛାଡି ଚାଲି ଯାଇଥିଲା। ଖବର ପାଇ ଝିଅ ଘର ଲୋକେ ଆହତ ଝିଅକୁ ଉଦ୍ଧାର କରି ଚିକିତ୍ସା କରିଥିଲେ । ଏଥିରେ ଉତ୍ତ୍ୟକ୍ତ ହୋଇ ଝିଅ ଘର ଲୋକେ ଜ୍ବାଇଁକୁ ତାଙ୍କ ଭଡ଼ା ଘରୁ ଉଠାଇ ଆଣିଥିଲେ । ଗାଁ ଦାଣ୍ଡରେ ସମସ୍ତଙ୍କ ସାମ୍ନାରେ ଖୁଣ୍ଟରେ ବାନ୍ଧି ମାଡ଼ ମାରିଥିଲେ । ଏ ନେଇ ଥାନାରେ ମାମଲା ହେବା ପରେ ପୋଲିସ୍‌ ତଦନ୍ତ କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking