27.8 C
Bhubaneswar
Friday, April 19, 2024
Homeଅପରାଧହତ୍ୟା ଧମକ ଘଟଣା : ଅଭିଯୁକ୍ତ ଗିରଫ

ହତ୍ୟା ଧମକ ଘଟଣା : ଅଭିଯୁକ୍ତ ଗିରଫ

କନ୍ଧମାଳ : ବାଲିଗୁଡ଼ା ଜଲେଶପଟା କନ୍ୟାଶ୍ରମ ମୁଖ୍ୟଙ୍କୁ ଫୋନ୍‌ରେ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତ ଗିରଫ । ଅଭିଯୁକ୍ତ ମହାଦେବ ମହାରାଜଙ୍କୁ ଗିରଫ କଲା କନ୍ଧମାଳ ପୋଲିସ । ରାୟଗଡ଼ା ଚାଟିକଣାରୁ ଗିରଫ କରିଛି କନ୍ଧମାଳ ପୋଲିସ । ପୂର୍ବରୁ ମହାଦେବ ଚକାପାଦ, ଜଲେଶପଟା ଆଶ୍ରମରେ କାମ କରୁଥିଲେ । ଅଭିଯୁକ୍ତ ଗିରଫ ନେଇ କନ୍ଧମାଳ ଏସ୍‌ପିଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।
ସୂଚନାଯୋଗ୍ୟ, ଅଭିଯୁକ୍ତ ଫୋନ୍ ଯୋଗେ ସ୍ୱାମିଜୀଙ୍କୁ ହତ୍ୟା ଧମକ ଦେବା ସହ କନ୍ୟାଶ୍ରମ ଉଡ଼ାଇଦେବା ପାଇଁ ଧମକ ଦେଇଥିଲା । ଆଜି ସକାଳେ ଏହି ଧମକପୂର୍ଣ୍ଣ ଫୋନ୍ କଲ୍ ଆସିଥିଲା । ସ୍ୱାମୀ ଜୀବନମୁକ୍ତ ନନ୍ଦଙ୍କୁ ହତ୍ୟା ଧମକର ଏହା ହେଉଛି ଦ୍ୱତିୟ ଘଟଣା । ସେହିଭଳି ଗତକାଲି ସ୍ୱାମିଜୀଙ୍କୁ ମାରି ଦେବାକୁ ଧମକ ଦେଇଥିଲେ । ଏହାପରେ ସେ ତୁମୁଡ଼ିବନ୍ଧ ଥାନାରେ ଲିଖିତ ଅଭିଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking