29.1 C
Bhubaneswar
Friday, May 17, 2024
Homeବ୍ରେକୀଙ୍ଗଭୋଜି ଖାଇ ୫୦ ଅସୁସ୍ଥ

ଭୋଜି ଖାଇ ୫୦ ଅସୁସ୍ଥ

କେନ୍ଦ୍ରପଡା : କେନ୍ଦ୍ରପଡା ପଟ୍ଟାମୁଣ୍ଡାଇରେ ବାହାଘର ଭୋଜି ଖାଇ ୫୦ ରୁ ଉର୍ଦ୍ଧ ଲୋକ ଅସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୨ ଜଣ ଗୁରୁତର ଅବସ୍ଥାରେ ଅଛନ୍ତି ଓ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଅନ୍ୟ ଅସୁସ୍ଥ ମାନଙ୍କୁ ପଟ୍ଟାମୁଣ୍ଡାଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ନିମପୁର ଲୋକେ କନ୍ୟା ଘରକୁ ଭୋଜି ଖାଇବାକୁ ଯାଇଥିବା ବେଳେ ଭୋଜି ଖାଇ ଅସୁସ୍ଥ ହୋଇଥିବା ଜଣାଯାଉଛି ।

ତବେ ଗତ ରାତ୍ରିରେ ଭୋଜି ଖାଇ ଘରକୁ ଫେରିବା ପରେ ଆଜି ସକାଳେ, ସେମାନଙ୍କ ଝାଡା ବାନ୍ତି ହୋଇଥିଲା । ସେମାନେ ସମସ୍ତେ ପଟ୍ଟାମୁଣ୍ଡାଇ ଉପଖଣ୍ଡରେ ଚିକିତ୍ସାଧୀନ ଅଛନ୍ତି । ରକ୍ତ ବାନ୍ତି ହେବାରୁ ଅନ୍ୟ ଦୁଇ ଜଣଙ୍କୁ କଟକ ପଠାଯାଇଛି । ପଟ୍ଟାମୁଣ୍ଡାଇ ଡାକ୍ତରଙ୍କ କହିବା ଅନୁଯାୟୀ ସେଠାରେ ଥିବା ସମସ୍ତ ରୋଗୀ ଏବେ ସାମାନ୍ୟ ସୁସ୍ଥ ଅଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking