24.1 C
Bhubaneswar
Thursday, May 9, 2024
Homeଅପରାଧଫୁଟପାଥରୁ ଦେଢ ବର୍ଷର ଶିଶୁକନ୍ୟାକୁ ଅପହରଣ

ଫୁଟପାଥରୁ ଦେଢ ବର୍ଷର ଶିଶୁକନ୍ୟାକୁ ଅପହରଣ

ଗାନ୍ଧୀନଗର: ଫୁଟପାଥରୁ ପିଲା ଚୋରି । ଜଣେ ଦେଢବର୍ଷର ଶିଶୁ କନ୍ୟାକୁ ଫୁଥଫାଥରୁ ଅପହରଣ କରିନେଲେ ମହିଳା । ଯାହାର ଭିଡିଓ ସିସିଟିଭିରେ କଏଦ ହୋଇଛି । ସୁରଟର ମହିଧରପୁର ଅଞ୍ଚଳର ଏପରି ଘଟଣା ଘଟିଥିବା ବେଳେ ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ଏନେଇ ଦେଢ ବର୍ଷର ଶିଶୁକନ୍ୟାଟିର ମାଆ ଥାନାରେ ଅଭିଯୋଗ କିରବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ସୁରଟରେ ଦିନକୁ ଦିନ ଅପରାଧ ବଢୁଥିବା ବେଳେ ଅପରାଧିଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ହେବାରେ ଲାଗିଛି । ଗତ ୨୧ ତାରିଖ ଦିନ ମହିଧରପୁର ଅଞ୍ଚଳର ଏକ ଫୁଟପାଥରେ ରହୁଥିବା ଏକ ଶ୍ରମିକ ପରିବାରର ଦେଢ ବର୍ଷର ଶିଶୁ କନ୍ୟାକୁ ଅପହରଣ କରାଯାଇଥିଲା ।

ଏନେଇ ଶିଶୁଟିର ମାଆ ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଘଟଣାସ୍ଥଳରେ ଲାଗିଥିବା ଏକ ସିସିଟିଭି ଫୁଟେଜ ଯାଞ୍ଚ କରିବା ପରେ ଜଣେ ମହିଳା ଶିଶୁଟିକୁ ଅପହରଣ କରିଥିବା ଜଣାପଡିଛି । ଏନେଇ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି । ଶିଶୁଟିକୁ ଖୋଜିବା ସହ ମହିଳା ଅପହରଣକାରୀଙ୍କୁ ଧରିବାକୁ କ୍ରାଇମବ୍ରାଞ୍ଚ ଟିମ୍ ମଧ୍ୟ ତଦନ୍ତ ଆରମ୍ଭ କରିଛି । ତେବେ ଶିଶୁଟି ବର୍ତ୍ତମାନ ଜୀବିତ ଅଛି ନା ନାହିଁ ସେନେଇ ପରିବର ଲୋକେ ଚିନ୍ତିତ ଅଛନ୍ତି । ସ୍ୱାମୀଙ୍କ ମୃତ୍ୟୁ ପରେ ସାରଦାବେନ ନାମକ ଜଣେ ମହିଳା ତାଙ୍କ ପାଞ୍ଚ ବର୍ଷର ପୁଅ ଓ ଦେଢ ବର୍ଷର ଶିଶୁ କନ୍ୟା ସହ ଫୁଟପାଥରେ ରହୁଥିଲେ । ସେ ଜଣେ ଦିନ ମଜୁରିଆ ଭାବେ କାମ କରି ପରିବାର ଚଳାନ୍ତି । କିନ୍ତୁ ତାଙ୍କ ଶିଶୁ କନ୍ୟାକୁ ଅପହରଣ କରାଯିବା ପରେ ସେ ଏବେ ଚିନ୍ତିତ ଅଛନ୍ତି । ଏନେଇ ମହିଧରପୁର ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking