33.1 C
Bhubaneswar
Monday, May 20, 2024
Homeଅପରାଧଅଭାବନୀୟ ଘଟଣା: ସ୍ତ୍ରୀ ଉପରେ ରାଗ ସୁଝାଇବାକୁ ଶିଶୁକନ୍ୟାକୁ ହତ୍ୟା କଲା ବାପା

ଅଭାବନୀୟ ଘଟଣା: ସ୍ତ୍ରୀ ଉପରେ ରାଗ ସୁଝାଇବାକୁ ଶିଶୁକନ୍ୟାକୁ ହତ୍ୟା କଲା ବାପା

ପାଟନା: ସ୍ୱାମୀ ସ୍ତ୍ରୀ ଝଗଡାରେ ବଳି ପଡିଲା ଚାରି ବର୍ଷ ଶିଶୁକନ୍ୟା । ଝଗଡା ପରେ ସ୍ତ୍ରୀ ବାପ ଘରକୁ ଚାଲିଯିବାରୁ ରାଗରେ ଜର୍ଜରିତ ହୋଇ ନିଜ ଝିଅକୁ ହତ୍ୟା କରିବାକୁ ପଛାଇଲା ନାହିଁ ବାପା । ଗଳାକାଟି ହତ୍ୟା କରିବା ପରେ ନଦୀରେ ଝିଅର ମୃତଦେହକୁ ଫିଙ୍ଗି ଦେଇଥିଲା ନୃଶଂସ ବାପା । ଏଭଳି ଅଭାବନୀୟ ଘଟଣା ଘଟିଛି ବିହାରର ବସନହି ପୋଲସ ଷ୍ଟେସନ ଅନ୍ତର୍ଗତ ମାଧେପୁର ଗ୍ରାମରେ । ଏନେଇ ପୋଲିସ ଖବର ପାଇବା ପରେ ଅଭିଯୁକ୍ତ ବାପାକୁ ଗିରଫ କରିଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ, ମାଧେପୁର ଗ୍ରାମରେ ରହୁଥିବା ରାଜକୁମାର ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ କୌଣସି କଥାକୁ ନେଇ ରବିବାର ରାତିରେ ବଚସା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ରାଜକୁମାର ସ୍ତ୍ରୀକୁ ଏକ ବାଡିରେ ମାଡ଼ ମାରିଥିଲେ ।

ଫଳରେ ମହିଳା ଜଣଙ୍କ ସକାଳ ସମୟରେ ନିଜ ବାପ ଘରକୁ ପଳାଇଥିଲେ । ଯାହାକୁ ନେଇ ଅଭିଯୁକ୍ତ ଜଣଙ୍କ ରାଗ ଆହୁରି ବଢି ଯାଇଥିଲା । ଶେଷରେ ରାଗ ସୁଝାଇବାକୁ ଯାଇ ପାଖରେ ଥିବା ନିଜ ଚାରି ବର୍ଷର ଶିଶୁ କନ୍ୟାକୁ ଅଭିଯୁକ୍ତ ଜଣଙ୍କ ଗଳାକାଟି ହତ୍ୟା କରିଥିଲା । ସ୍ଥାନୀୟ ଗ୍ରାମବାସୀ ଯେତେବେଳେ ଝିଅଟିକୁ ଚାରିରୁ ପାଞ୍ଚ ଦିନ ଦେଖିବାକୁ ପାଇନଥିଲେ ସେତେବେଳେ ତାଙ୍କ ସନ୍ଦେହ ବଢିଥିଲା । ଏନେଇ ପତ୍ନୀଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ । ଏନେଇ ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ, “ଏକ ଚାରି ବର୍ଷର ଶିଶୁ କନ୍ୟାକୁ ହତ୍ୟା କରାଯାଅଇଥିବା ଖବର ସାମ୍ନାକୁ ଆସିଛି । ଏନେଇ ଅଭିଯୋଗ ହେବା ପରେ ଅଭିଯୁକ୍ତକୁ ପୋଲିସ ଗିରଫ କରି ପଚରାଉଚରା କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking