40.1 C
Bhubaneswar
Saturday, April 27, 2024
Homeଖେଳନ୍ୟୁଜିଲାଣ୍ଡକୁ ୯୦ ରନରେ ହରାଇଲା ଭାରତ, ୩-୦ରେ ସିରିଜ୍ ବିଜୟୀ

ନ୍ୟୁଜିଲାଣ୍ଡକୁ ୯୦ ରନରେ ହରାଇଲା ଭାରତ, ୩-୦ରେ ସିରିଜ୍ ବିଜୟୀ

ଇନ୍ଦୋର : ଇନ୍ଦୋରର ହୋଲକାର ଷ୍ଟାଡିୟମଠାରେ ଖେଳାଯାଇଥିବା ୩ୟ ଦିନିକିଆରେ ନ୍ୟୁଜିଲାଣ୍ଡକୁ ୯୦ ରନରେ ହରାଇଦେଇଛି ଭାରତ । ଆଜିର ମ୍ୟାଚ ଜିତି ଭାରତ ସିରିଜକୁ ୩-୦ରେ ପୋଛିନେଇଛି । ଭାରତ ପକ୍ଷରୁ ରଖାଯାଇଥିବା ୩୮୬ ରନର ବିଜୟ ଲକ୍ଷ୍ୟର ଜବାବରେ ନ୍ୟୁଜିଲାଣ୍ଡ ୪୧.୨ ଓଭରରେ ୨୯୫ ରନ କରି ଅଲଆଉଟ ହୋଇଯାଇଥିଲା । ନ୍ୟୁଜିଲାଣ୍ଡ ପକ୍ଷରୁ ଦେୱନ କନୱେ ୧୩୮ ରନ କରିଥିବାବେଳେ ହେନେରି ନିକୋଲ୍ସ ୪୨ ରନ, ମିଟେଲ ସାଣ୍ଟନର ୩୪ ରନ ଓ ମାଇକେଲ ବ୍ରେସୱେଲ ୨୬ରନ କରିଥିଲେ । ଭାରତ ପକ୍ଷରୁ ଶାର୍ଦ୍ଦୁଲ ଠାକୁର ଓ କୁଳଦୀପ ଯାଦବ ୩ଟି ଲେଖାଏଁ ୱିକେଟ ନେଇଥିଲେ । ଆଜିର ମ୍ୟାଚରେ ନ୍ୟୁଜିଲାଣ୍ଡ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ।

ପ୍ରଥମେ ବ୍ୟାଟିଂ କରି ଭାରତର ଦୁଇ ଓପନର ରୋହିତ ଶର୍ମା ଓ ଶୁଭମନ ଗିଲ ବିସ୍ଫୋରକ ଶତକ ହାସଲ କରିଥିଲେ ଓ ଭାରତ ପାଇଁ ବିଶାଳ ସ୍କୋର କରିବାରେ ଯୋଗଦାନ ଦେଇଥିଲେ । ରୋହିତ ଶର୍ମା ୧୦୧ ରନ କରି ଆଉଟ ହୋଇଥିବାବେଳେ ଶୁଭମନ୍ ୧୧୨ ରନ କରି ଆଉଟ ହୋଇଛନ୍ତି । ରୋହିତ ୮୫ଟି ବଲ ଖେଳି ୧୦୧ କରିଥିବାବେଳେ ଶୁଭମନ ୧୧୨ ରନ କରିବା ପାଇଁ ୭୮ଟି ବଲ ଖେଳିଥିଲେ । ତେବେ ଦୁଇ ଓପନର ଆଉଟ ହେବା ପରେ ଅନ୍ୟ ବ୍ୟାଟ୍ସମ୍ୟାନମାନେ ବଡ଼ ସ୍କୋର କରିପାରିନଥିଲେ । ବିରାଟ କୋହଲି ୩୬ ରନ କରିଥିବାବେଳେ ହାର୍ଦ୍ଦିକ ପାଣ୍ଡ୍ୟା ୫୪ରନ କରିଥିଲେ । ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ ହରାଇ ୩୮୫ ରନ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking