29.1 C
Bhubaneswar
Monday, May 6, 2024
Homeବ୍ରେକୀଙ୍ଗନାବାଳିକାକୁ ମାଡ଼ମାରିବା ଘଟଣାରେ ଗୋଟିଏ ଗାଁର ୧୬ ମହିଳା ଗିରଫ

ନାବାଳିକାକୁ ମାଡ଼ମାରିବା ଘଟଣାରେ ଗୋଟିଏ ଗାଁର ୧୬ ମହିଳା ଗିରଫ

ଖଲ୍ଲିକୋଟ : ନାବାଳିକାକୁ ଗଛରେ ବାନ୍ଧି ମାଡ଼ ମାରିଥିବା ଅଭିଯୋଗରେ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ପୁଲିସ ଭିକାପଡା ଗାଁର  ୧୬ ଜଣ ମହିଳାଙ୍କୁ ଗିରଫ କରିଛି । ପୁଲିସ ସୂଚନା ମୁତାବକ, ଦୁଇ ଦିନ ତଳେ ଜଣେ ନାବାଳିକାର ଚରିତ୍ର ଉପରେ ସନ୍ଦେହ କରି ଭିକାପଡା ଗାଁରେ କଙ୍ଗାରୁ କୋର୍ଟ ବସିଥିଲା । କଙ୍ଗାରୁ କୋର୍ଟର ନିଷ୍ପତ୍ତି ଅନୁଯାୟୀ ଗାଁର ମହିଳାମାନେ ଉକ୍ତ ନାବାଳିକାକୁ ଗଛରେ ବାନ୍ଧି ନିସ୍ତୁକ ମାଡ ମାରିଥିଲେ। ପରେ ଏହି ଘଟଣାକୁ ନେଇ ଉକ୍ତ ନାବାଳିକ ଜଣକ ଜେଜେ ମା’ଙ୍କ ସହ ମିଶି ଥାନାର ଅଭିଯୋଗ କରିଥିଲେ । ଅଭିଯୋଗ ପରେ ଗତକାଲି ପୁଲିସ ୧୬ ଜଣ ମହିଳାଙ୍କୁ ଉଠାଇ ନେଇଛି । ସେମାନଙ୍କୁ ପଚରାଉଚରା କରିବା ସହ ଘଟଣାର ତଦନ୍ତ ଜାରି ରଖିଛି ପୁଲିସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking