28.1 C
Bhubaneswar
Wednesday, April 24, 2024
Homeବ୍ରେକୀଙ୍ଗଦେଶରେ ୨୪ ଘଣ୍ଟାରେ ୨୬,୬୨୪ କରୋନା ଆକ୍ରାନ୍ତ ଚିହ୍ନଟ, ୩୪୧ ମୃତ୍ୟୁ

ଦେଶରେ ୨୪ ଘଣ୍ଟାରେ ୨୬,୬୨୪ କରୋନା ଆକ୍ରାନ୍ତ ଚିହ୍ନଟ, ୩୪୧ ମୃତ୍ୟୁ

ନୂଆଦିଲ୍ଲୀ : ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପାଉଥିବା ଦେଖାଯାଉଛି। ଦୈନିକ ସଂକ୍ରମଣ ୩୦ହଜାର ମଧ୍ୟରେ ସୀମିତ ରହୁଛି। ୨୪ ଘଣ୍ଟାରେ ୨୬,୬୨୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୯,୬୯୦ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଚିକିତ୍ସାଧୀନ ଅବସ୍ଥାରେ ୩୪୧ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ଲକ୍ଷ ୪୫ ହଜାର ୪୭୭ରେ ପହଞ୍ଚିଛି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୦୦,୩୧,୨୨୩କୁ ବୃଦ୍ଧି ପାଇଛି । ୩,୦୫,୩୪୪ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ୯୫,୮୦,୪୦୨ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking