30.1 C
Bhubaneswar
Thursday, May 9, 2024
Homeଓଡିଶା୧୧ କେଭି ବିଦ୍ୟୁତ ତାର ଛିଣ୍ଡି ୧୦ ବର୍ଷ ର ନାବାଳକ ଗୁରୁତର

୧୧ କେଭି ବିଦ୍ୟୁତ ତାର ଛିଣ୍ଡି ୧୦ ବର୍ଷ ର ନାବାଳକ ଗୁରୁତର

 କେନ୍ଦୁଝର : ତେଲକୋଇ ଥାନା ଅନ୍ତର୍ଗତ ରାଇସୁଆଁ ଗାଁରେ ଘଟିଛି ଅଭାବନୀୟ ଘଟଣା ।୧୧ କେଭି ବିଦ୍ୟୁତ ତାର ଛିଣ୍ଡି ଜଣେ ୧୦ ବର୍ଷର ନାବାଳକଙ୍କ ଅବସ୍ଥା ଗୁରୁତର ହୋଇପଡିଛି ।ତାଙ୍କୁ ପ୍ରଥମେ ରାଇସୁଆଁ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ରେ ପ୍ରାଥମିକ ଚିକିତ୍ସା ପରେ ଢେ଼ଙ୍କାନାଳ ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।ସୂଚନା ଅନୁଯାୟୀ ଆଜି ସଂଧ୍ୟା ୫ ଟା ବେଳକୁ ପଡିଆରେ ଅନ୍ୟ ପିଲାଙ୍କ ସହିତ ସିପୁନ ମହାନ୍ତ ଖେଳୁଥିଲେ ।ତେବେ ଖେଳ ସରିବା ପରେ ସାଇକେଲ ଯୋଗେ ଘରକୁ ବାହାରି ଯିବା ସମୟରେ ରେ ରାସ୍ତା ଉପରେ ଥିବା ୧୧ କେଭି ବିଦ୍ୟୁତ ତାର ହଠାତ ଛିଣ୍ଡି ପଡିଥିଲା ଏବଂ ସିପୁନ ଙ୍କ ଉପରେ ପଡିଯାଇଥିଲା ।ଫଳରେ ଘଟଣା ସ୍ଥଳରେ ସେ ଚିତ୍କାର କରିଥିଲେ ।ତାଙ୍କ ପାଟିଶୁଣି ତାଙ୍କ ସାଙ୍ଗ ମାନେ ଲୋକ ଙ୍କୁ ଡାକିଥିଲେ ଏବଂ ତାଙ୍କୁ ଉଦ୍ଧାର କରିଥିଲେ ।ତାଙ୍କୁ ସଙ୍ଗେ ସଙ୍ଗେ ରାଇସୁଆଁ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରାଯାଇଥିଲା ।ତେବେ ଅବସ୍ଥା ଗୁରୁତର ହେବାରୁ ଢେ଼ଙ୍କାନାଳ ଜିଲ୍ଲା ମୂଖ୍ଯ ସ୍ବାସ୍ଥ୍ୟକେନ୍ଦ୍ର କୁ ସ୍ଥାନାନ୍ତର କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking