40.1 C
Bhubaneswar
Saturday, April 27, 2024
Homeଅପରାଧମାଓ ଭୟରେ ଭିଟାମାଟି ଛାଡ଼ିଲେ 85 ଜଣ ରୁ ଉର୍ଦ୍ଧ ଲୋକ

ମାଓ ଭୟରେ ଭିଟାମାଟି ଛାଡ଼ିଲେ 85 ଜଣ ରୁ ଉର୍ଦ୍ଧ ଲୋକ

ମାଲକଗିରି : ଜିଲାର ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ର ଦୁଇଟି ପଞ୍ଚାୟତ ଯୋଡ଼ାମ୍ବ ଓ ପଣଷପୁଟ ପଞ୍ଚାୟତର ବାରଗୋଟି ଗ୍ରାମ ଖଜୁରୀଗୁଡା ,ବିହନଗୁଡ଼ି ,ଖାଲପଦର ,ତାରାବେଢା,ମାଟିଖାଲ,ଲାଡିଗୁଡ଼ା,ବେଜିଙ୍ଗ,ତାଲପଦର ,ଦୁଡ଼ମାଗୁଡା,ପଳାସପଦର ,ଡଲିଆମ୍ବ,ମୁତାମ୍ବ,ଗମେଲପୁଟ ,ଡ଼ଙ୍ଗରପଦର ,ଦୋରାଗୁଡା ମାଓ ଭୟ ଏବଂ କାମ ଧନ୍ଦା ଅଭାବରୁ ଭିଟାମାଟି ଛାଡିଲେ 85 ରୁ ଉର୍ଦ୍ଧ ଲୋକ l ଗାଁ ଛାଡ଼ି ଦୁଇ ଦିନ ହେଲା ଚିତ୍ରକୋଣ୍ଡା ରାଜଲକୋଣ୍ଡା ନିକଟସ୍ଥ ବଡ଼ଫାର୍ମ ପାଖ ଜଙ୍ଗଲରେ ଅସ୍ଥାୟୀ ଭାବରେ ପଲିଥିନ ବାନ୍ଧି ରହିଥିଲେ l ଉକ୍ତ ସରକାରୀ ଜମି ମାନଙ୍କରେ ରାଜଲ କୋଣ୍ଡା ଗ୍ରାମବାସି ମାନେ ଆଗରୁ ଚାଷବାସ କରୁଥିଲେ ଉକ୍ତ ଜମି ଜାଗା ଉପରେ ସେମାନେ ଆସି ରହିଥିବାରୁ ରାଜଲକୋଣ୍ଡା ଗ୍ରାମବାସି ଚିତ୍ରକୋଣ୍ଡା ତହସିଲଦାର ଟି. ପଦ୍ମନାଭ ଙ୍କୁ ଲିଖିତ ଭାବେ ଅଭିଯୋଗ ଜଣାଇ ଥିଲେ l ଉକ୍ତ ଖବର ପାଇ ଲୋକଙ୍କ ସମସ୍ୟା ବୁଝିବା ସହ ସେମାନଙ୍କୁ ଥଇଥାନ କରିବା ପାଇଁ ତାଙ୍କ ପାଖରେ ପହଁଚିଛନ୍ତି ଚିତ୍ରକୋଣ୍ଡା ତହସିଲଦାର ଟି. ପଦ୍ମନାଭ ଦୋରା ଏବଂ ପୋଲିସ ପ୍ରଶାସନ l ବିସ୍ଥାପିତ ଗ୍ରାମ ବାସି ଲୋକ ଙ୍କ ସହ ତହସିଲ ପ୍ରଶାସନ ଓ ପୁଲିସ ପ୍ରଶାସନ ମଧ୍ୟରେ ଆଲୋଚନା ଜାରି ରହିଛି l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking