33.1 C
Bhubaneswar
Saturday, April 27, 2024
Homeଓଡିଶାସମସ୍ତ ସଙ୍ଗରୋଧ କେନ୍ଦ୍ରରେ ୧୪୪ଧାରା ଜାରୀ

ସମସ୍ତ ସଙ୍ଗରୋଧ କେନ୍ଦ୍ରରେ ୧୪୪ଧାରା ଜାରୀ

କେନ୍ଦ୍ରାପଡ଼ା : ଅନ୍ୟରାଜ୍ୟରୁ କେନ୍ଦାପଡ଼ା ଜିଲ୍ଲାକୁ ଫେରିଥିବା ଶ୍ରମିକମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସଙ୍ଗରୋଧ କେନ୍ଦ୍ରରେ ରଖାଯାଇଥିଲେ ହେଁ ସେମାନେ ସଙ୍ଗରୋଧ କେନ୍ଦ୍ରର ନିୟମ ମାନୁନଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ମଙ୍ଗଳାର ସମସ୍ତ ସଙ୍ଗରୋଧ କେନ୍ଦ୍ରରେ ୧୪୪ଧାରା ଜାରି କରାଯାଇଛି । ଦିନକୁ ଦିନ ଜିଲ୍ଲାର ସଙ୍ଗରୋଧ କେନ୍ଦ୍ରମାନଙ୍କରେ ଅନ୍ୟରାଜ୍ୟ ଫେରନ୍ତାଙ୍କ ସଂଖ୍ୟା ବଢିବାରେ ଲାଗିଛି । ସଙ୍ଗରୋଧ କେନ୍ଦ୍ରରେ ଅନ୍ୟରାଜ୍ୟ ଫେରନ୍ତାଙ୍କ ସଂଖ୍ୟା ଯେତତିକି ବୃଦ୍ଧି ପାଉଛି ସେତିକି ପରିମାଣରେ ସଙ୍ଗରୋଧ ନିୟମ ଉଲଂଘନ ହେଉଥିବା ଅଭିଯୋଗ ହେଉଛି । ଫଳରେ ଜିଲ୍ଲାରେ କରୋନା ଭାଇରସ ସଂକ୍ରମଣ ବୃଦ୍ଧି ହୋଇ ଗଣସଂକ୍ରମଣର ରୂପ ନେବାର ଆଶଙ୍କା ସୃଷ୍ଟି ହେଉଛି । ଗଣସଂକ୍ରମଣ ସମ୍ଭାବନାକୁ ଚେକ ଦେବା ପାଇଁ ସଙ୍ଗରୋଧ କେନ୍ଦ୍ର ସମେତ ଏହାର ଆଖପାଖ ଅଂଚଳରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମଙ୍ଗଳବାର ୧୪୪ଧାରା ଜାରୀ କରାଯାଇଛି ।

ଅନ୍ୟ ରାଜ୍ୟରୁ କେନ୍ଦ୍ରାପଡ଼ା ଜିଲ୍ଲାରେ ପହଂଚିଲେ ୧୮୧୦, ମୋଟ ସଂଖ୍ୟା ପହଂଚିଲା ୩୩୦୨ରେ

କେନ୍ଦ୍ରାପଡ଼ା : ଗତ ସୋମବାର ସୁଦ୍ଧା ଅନ୍ୟ ରାଜ୍ୟରୁ କେନ୍ଦ୍ରାପଡ଼ା ଜିଲ୍ଲାରେ ମୋଟ ୩୩୦୨ ଜଣ ଲୋକ ପହଂଚିଛନ୍ତି । କେବଳ ସୋମବାର ରାତି ସୁଦ୍ଧା ଅନ୍ୟରାଜ୍ୟରୁ କେନ୍ଦ୍ରାପଡ଼ା ଜିଲ୍ଲାରେ ୧୮୧୦ ଜଣ ପହଂଚିଛନ୍ତି । ଏହି ୧୮୧୦ ଜଣଙ୍କୁ ଜିଲ୍ଲାର ବିଭିନ୍ନ ସଙ୍ଗରୋଧ କେନ୍ଦ୍ରକୁ ପଠାଯାଇଛି । ଏହି ୧୮୧୦ ଜଣଙ୍କ ମଧ୍ୟରୁ କେନ୍ଦ୍ରାପଡ଼ା ବ୍ଲକକୁ ୩୧୮ ଜଣ , ପଟାମୁଣ୍ଡାଇ ବ୍ଲକ ଓ ପୌରାଂଚଳକୁ ୧୦୪ ଜଣ, ମହାକଳପଡ଼ା ବ୍ଲକକୁ ୧୧୧ ଜଣ, ମାର୍ଶାଘାଇ ବ୍ଲକୁ ୨୪୪ ଜଣ, ଆଳି ବ୍ଲକକୁ ୧୫୬ ଜଣ, ଡେରାବିଶ ବ୍ଲକୁ ୩୩୮ ଜଣ ଗରଦପୁର ବ୍ଲକକୁ ୫୪ ଜଣଙ୍କୁ ପଠାଇ ଦିଆଯାଇଛି । ଜିଲ୍ଲାକୁ ଅନ୍ୟରାଜ୍ୟରୁ ଆସୁଥିବା ଲୋକଙ୍କ ରହିବା ପାଇଁ ଜିଲ୍ଲାର ୨୪୯ଟି ପଂଚାୟତରେ ୧୧୧୯ଟି ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ଖୋଲାଯାଇ ୪୬,୭୮୧ଟ ଶଜ୍ୟା ପ୍ରସ୍ତୁତ କରାଯାଇଥବା ବେଳେ ଜିଲ୍ଲାର କେନ୍ଦ୍ରାପଡ଼ା ଓ ପଟାମୁଣ୍ଡାଇ ୨ଟି ପୌରାଂଚଳକୁ ମିଶାଇ ମୋଟ ୧୧୬୩ଟି ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ଖୋଲାଯାଇଥିବା ଜିଲ୍ଲାପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking