40.1 C
Bhubaneswar
Thursday, April 25, 2024
HomeUncategorizedଲୋକ ଡାଉନ ର ୫୫ ଦିନ ପରେ ଧର୍ମଶାଳା ବିଧାୟକ ଓ ଜିଲ୍ଲପାଳ ଙ୍କ ସହ...

ଲୋକ ଡାଉନ ର ୫୫ ଦିନ ପରେ ଧର୍ମଶାଳା ବିଧାୟକ ଓ ଜିଲ୍ଲପାଳ ଙ୍କ ସହ କୋଭିଡ -19 ସମୀକ୍ଷା ବୈଠକ

ଯାଜପୁର : ଧର୍ମଶାଳା ବ୍ଲକ ଅଂଚଳ ରେ କୋଭିଡ -19 କୁ କିଭଳି  ଭାବେ ମୁକାବିଲା କରାଯାଉଛି  ପ୍ରାଶନିକ ସ୍ଥିତି କୁ ଅନୁଧ୍ୟାନ କରିବା ପାଇଁ  ଲୋକ ଡାଉନ ର ୫୫ ଦିନ ପରେ ରାଜ୍ୟ ର ୧ ନମ୍ବର ବ୍ଲକ କୁହାଯାଉଥିବା ଧର୍ମଶାଳା ବ୍ଲକ ର  ବିଧାୟକ ଶ୍ରୀ ପ୍ରଣବ ବଳବନ୍ତରାୟ ବ୍ଲକ ପରିସରରେ ଜିଲ୍ଲାପାଳ ଶ୍ରୀ ରଞ୍ଜନ କୁମାର ଦାସ ଙ୍କ ସହ ଏକ ବୈଠକ ଡାକି କୋଭିଡ -19 ଉପରେ  ସମୀକ୍ଷା ବୈଠକ  ହୋଇଯାଇଛି !ମୁଖ୍ୟମନ୍ତ୍ରୀ ପ୍ରତେକ ସରପଞ୍ଚ ମାନଂକୁ ଜିଲ୍ଲା ପାଳ କ୍ଷମତା  ଦେଲା ପରେ ବିଧାୟକ ମାନେ ଏକ ପ୍ରକାର କୋଣ ହୋଇଯାଇ ଥିବାର  ଅନୁଭାବକରାଯାଉଥିଲା !ତାହାକୁ ଭୁଲ ପ୍ରମାଣ କରିବା ପାଇଁ ବିଧାୟକ ଶ୍ରୀ ବଳବନ୍ତରାୟ ଏକ ସମୀକ୍ଷା ବୈଠକ ଡକାଇ ଥିଲେ କିଛି ବୁଦ୍ଧି ଜୀବି ମତ ରଖିଥିଲେ !ପଞ୍ଚାୟତ ମାନଙ୍କ ରେ ଅସ୍ଥାୟୀ କ୍ୱାରନ୍ଟାଇନ ସେଣ୍ଟର ରେ ପ୍ରଵାସୀ ଓଡ଼ିଆ ଙ୍କ ପାଇଁ ରହିବା, ଖାଇବା, ପାନୀୟ ଜଳ, ପାଇଖାନା ଗୃହ ସହ ଚବିଶ ଘଣ୍ଟିଆ ବିଦୂତ  ର ଵେବସ୍ତା ଉପରେ ଆଲୋଚନା କରାଯାଇଥିଲା !କୋଭିଡ -19 କୁ ପ୍ରତିହତ କରିବା ପାଇଁ କ୍ୱାରନ୍ଟାଇନ ଥିବା ପ୍ରଵାସୀ ଓଡ଼ିଆ ଶ୍ରମିକ ସହ ପରିବାର ଲୋକଙ୍କୁ  ମିଶିବା କୁ ଦିଆଯିବ ନାହିଁ ଯେଉଁ ପ୍ରଵାସୀ ମାନେ ସଂଗରୋଧ କୁ  ଆଇନ କୁ ଭଙ୍ଗ କରିବେ ତାଙ୍କ ବିରୁଦ୍ଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି ଜିଲ୍ଲା ପାଳ  ଶ୍ରୀ ଦାସ ସୂଚନା ଦେଇଥିଲେ !ଧର୍ମଶାଳା ବ୍ଲକ ରେ ସମୁଦାୟ ୬୧୬0 ଜଣ  ପ୍ରଵାସୀ ପଞ୍ଜିକରଣ କରିବା ସହ ୩ ହଜାର ପ୍ରଵାସୀ ଏ ପର୍ଯନ୍ତ କ୍ୱାରନ୍ଟାଇନ ରେ ରଖାଯାଇଛି ବୋଲି ପ୍ରଶାସନ ତରଫରୁ ସୂଚନା ମିଳିଛି !ଏହି ବୈଠକ ରେ  ପ୍ରକଳ୍ପ ନିର୍ଦେଶ ଇନ୍ଦ୍ରମଣି ନାୟକ ଅତିରିକ୍ତ ଜିଲ୍ଲା ପାଳ ମିହିର ପ୍ରସାଦ ମହାନ୍ତି, ଜିଲ୍ଲା ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ବିଡ଼ିଓ ସ୍ମିତା ରଥ, ତହସିଲଦାର ସରୋଜ କୁମାର ପଣ୍ଡା, ଅତିରିକ୍ତ ତହସିଲଦାର ଦେବୀ ପ୍ରସାଦ ମହାନ୍ତି ଧର୍ମଶାଳା ଥାନା  ଆଧିକାରୀ ସରୋଜ କୁମାର ସାହୁ ଜେନାପୁର ଥାନା ଅଧିକାରୀ ସୁକାନ୍ତ କୁମାର ଦାସ, ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାର ଡାକ୍ତର ମାନସ ରଞ୍ଜନ ସ୍ୱାଇଁ ଅତିରିକ୍ତ ବିଡ଼ିଓ  ଅସିତ କୁମାର ପାତ୍ର ଆର ଡବ୍ଲୁ ଏସ  ନିର୍ବାହୀ ଯନ୍ତ୍ରୀ ଚଣ୍ଡିଖୋଲ ଧର୍ମଶାଳା ପ୍ରମୁଖ  ଅନ୍ୟାନ୍ୟ ବିଭାଗୀୟ  ଅଧିକାରୀମାନେ ଯୋଗ ଦେଇ ଆଲୋଚନା ରେ ଯୋଗ ଦେଇଥିଲେ !

 ମୁଣ୍ଡ ବ୍ୟଥା ବଢ଼ାଇଛି କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା

ଯାଜପୁର : କେବଳ ଜିଲ୍ଲା ନୁହେଁ ଦେଶ ସାରା ମହାମାରୀ କରୋନା ଦିନ କୁ ଦିନ କାୟା ବିସ୍ତାର କରି ଚାଲିଛି !ରସୁଲପୁର ବ୍ଲକ ର ସଦାନନ୍ଦପୁର ରୁ ୧, ମଙ୍ଗରାଜପୁର ରୁ ଦୁଇ ଜଣ କରୋନା ସଂକ୍ରମିତ ହୋଇଥିବା ର ସୂଚନା ମିଳିଛି !ଏମାନଙ୍କ ଟ୍ରାଭେଲ ହିଷ୍ଟୋରୀ ରୁ ଜଣାପଡିଛି କୋଲକତା ଫେରନ୍ତା !କୋଲକତା ରେ ରହି କାର୍ଯ୍ୟ କରୁଥିଲେ, ଗତ ୮ ତାରିଖ ଦିନ ଗାଡି ଭଡା କରି ଆସି ପହଁଚି ଥିଲେ !ସେମାନେ ଙ୍କୁ କ୍ୱାରନ୍ଟାଇନ ସେଣ୍ଟର ରେ ରଖାଯିବା ସଙ୍ଗେ ତାଙ୍କର ସ୍ୱପ  ଟେଷ୍ଟ କରାଯାଇ ଥିଲା !କାଲି ରିପୋର୍ଟ ଆସିବାପରେ କରୋନା ସଂକ୍ରମିତ +ve ଆସିବାରୁ ସେମାନେ କୁ କଳିଙ୍ଗ ନଗର ଟାଟା କୋଭିଡ -19 ହସ୍ପିଟାଲ ରେ ରଖା ଯାଇଛି !ସେହି ପରି ବରୀ ଅଂଚଳ ରୁ ଦୁଇ ଓ ବିଂଝାରପୁର ପୁର ର ଭଡ଼ରଙ୍ଗ ଦୁଇ କରୋନା ସଂକ୍ରମିତ ଚି଼ହ୍ନଟ ହୋଇ ଛନ୍ତି !କାଲି ସ୍ୱପ ଟେଷ୍ଟ ରିପୋର୍ଟ ରୁ ଜଣା ପଡିଛି ! ସଂକ୍ରାନ୍ତି ମିତ ହୋଇ ଥିବା ସମସ୍ତେ କୋଲକାତା ଫେରନ୍ତା ଜିଲ୍ଲା ପ୍ରଶାସନ ର ଦିନ କୁ ଦିନ ମୁଣ୍ଡ ବ୍ୟଥା ର କାରଣ ବଡ଼ିଛି  !
– ରିପୋର୍ଟ ଅଭିମନ୍ୟୁ ମିଶ୍ର

 

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking