30.1 C
Bhubaneswar
Friday, April 26, 2024
Homeଓଡିଶାକରୋନା ଭାଇରସ୍ : ଆଜିଠାରୁ ଭୁବନେଶ୍ୱର – କଟକରେ କୋଚିଂ ସେଣ୍ଟର ବନ୍ଦ

କରୋନା ଭାଇରସ୍ : ଆଜିଠାରୁ ଭୁବନେଶ୍ୱର – କଟକରେ କୋଚିଂ ସେଣ୍ଟର ବନ୍ଦ

ଭୁବନେଶ୍ୱର :ଦିନକୁ ଦିନ କରୋନା ଭୂତାଣୁ ଅତି ଭୟଙ୍କର ରୂପ ନେଉଛି । ମାରାତ୍ମକ କରୋନା ଭାଇରସକୁ ରାଜ୍ୟ ବିପର୍ଯ୍ୟୟ ଭାବେ ରାଜ୍ୟ ସରକାର ଘୋଷଣା କରିବାପରେ କମିଶନରେଟ ପୁଲିସ୍ ପକ୍ଷରୁ ପ୍ରତିଷେଧକମୂଳକ ପଦକ୍ଷେପ ନିଆଯାଇଛି । ରବିବାରଠାରୁ ଦ୍ବୈତନଗରୀ କଟକ-ଭୁବନେଶ୍ବର ସମସ୍ତ କୋଚିଂ ସେଣ୍ଟର, ଡ୍ୟାନ୍ସ କ୍ଲାସ୍ ଆଦି ବନ୍ଦ ରହିବ । ଏଭଳି ଘୋଷଣା କରିଛନ୍ତି ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ । ଏ ନେଇ ଡିସିପି ଓ ଏସିପିଙ୍କ ସମେତ ସମସ୍ତ ଥାନା ଇନ୍ସପେକ୍ଟରଙ୍କୁ ଅବଗତ କରାଯାଇଛି । ଆସନ୍ତାକାଲି ଠାରୁ ସେମାନେ ବିଭିନ୍ନ ଅଞ୍ଚଳ ଯାଞ୍ଚ କରି ଏହି କୋଚିଂ ସେଣ୍ଟରଗୁଡ଼ିକ ବନ୍ଦ ଅଛି ବୋଲି ନିଶ୍ଚିତ କରାଇବେ । ବିଭିନ୍ନ ଥାନା ଅଞ୍ଚଳରେ ଥିବା କୋଚିଂ ସେଣ୍ଟରଗୁଡ଼ିକୁ ଥାନା ଜରିଆରେ ଅବଗତ କରାଯାଇଛି । ଏହାକୁ ଅମାନ୍ୟ କଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ନିର୍ଦ୍ଦେଶ ଦିଆଯାଇଛି । ତେଣୁ ଅଭିଭାବକମାନେ ନିଜର ପିଲାମାନଙ୍କୁ କୋଚିଂ ସେଣ୍ଟରକୁ ନପଠାଇବାକୁ ସେ ପରାମର୍ଶ ଦେଇଛନ୍ତି । ପୁଲିସ ଅଫିସରମାନଙ୍କୁ ଏସବୁ କୋଚିଂ ସେଣ୍ଟର ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । କେବଳ କୋଚିଂ ଓ ଟ୍ୟୁସନ ସେଣ୍ଟର ନୁହେଁ ଡ୍ୟାନ୍ସ ଓ ଡ୍ରଇଂ କ୍ଲାସ ବନ୍ଦ ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ବୋଲି ଶ୍ରୀ ଷଡ଼ଙ୍ଗୀ ସ୍ପଷ୍ଟ କରିଛନ୍ତି ।
ଅନ୍ୟପଟେ ବାହାଘର ବା ଅନ୍ୟାନ୍ୟ ଶୋଭାଯାତ୍ରା ନ ହେବା ପାଇଁ କଡ଼ାକଡ଼ି କରାଯାଇଛି । କିନ୍ତୁ ବାହାଘର ରିସେପସନ୍ ପାର୍ଟି ହୋଇପାରିବ ବୋଲି କୁହାଯାଇଛି । ତେବେ ଏଥିରେ ଭାଗ ନେଉଥିବା ସଦସ୍ୟଙ୍କ ସଂଖ୍ୟା ୩୦ରୁ ୫୦ ଭିତରେ ସୀମିତ ରଖିବାକୁ କୁହାଯାଇ ଛି। ସେହିଭଳି ମଲ ଗୁଡ଼ିକରେ ଅଧିକ ଲୋକ ପ୍ରବେଶ ଉପରେ କଟକଣା କରାଯାଇଛି । ପ୍ରତ୍ୟେକ ଗ୍ରାହକ ଓ ସେଲ୍ସମ୍ୟାନ୍ ମଧ୍ୟରେ ଅତି କମରେ ୬ ଫୁଟର ବ୍ୟବଧାନ ବଜାୟ ରଖିବେ । କରୋନା ନ ବ୍ୟାପିବା ପାଇଁ ଜାରି ହୋଇଥିବା ନିର୍ଦ୍ଦେଶନାମା ପାଳନ କରିବାକୁ ମଲଗୁଡ଼ିକ ପାଇଁ ଉପଦେଶାବଳୀ ଜାରି କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking