28.1 C
Bhubaneswar
Friday, April 26, 2024
Homeକରୋନାସଂକ୍ରମିତ ମାମଲାରେ ଦିଲ୍ଲୀ-ମହାରାଷ୍ଟ୍ରକୁ ଟପିଲା କର୍ଣ୍ଣାଟକ

ସଂକ୍ରମିତ ମାମଲାରେ ଦିଲ୍ଲୀ-ମହାରାଷ୍ଟ୍ରକୁ ଟପିଲା କର୍ଣ୍ଣାଟକ

ନୂଆଦିଲ୍ଲୀ: କରୋନା ଭାଇରସରେ ବାନ୍ଧି ହୋଇ ରହିଥିବା କର୍ଣ୍ଣାଟକ ଦୁଇ ସପ୍ତାହ ପାଇଁ ଲକଡାଉନ ଭଳି ପ୍ରତିବନ୍ଧକ ଲଗାଇବାକୁ ଘୋଷଣା କରିଛି । ମୁଖ୍ୟମନ୍ତ୍ରୀ ବିଏସ.ୟେଦିୟୁରପ୍ପା ସୋମବାର ଘୋଷଣା କରିଛନ୍ତି ଯେ, ରାଜ୍ୟରେ ଦିଲ୍ଲୀ ଓ ମହାରାଷ୍ଟ୍ରଠାରୁ ବି ଦୃତ ଗତିରେ କରୋନା ବ୍ୟାପୁଛି । ସେହି କାରଣରୁ ୧୪ ଦିନ ପାଇଁ କର୍ଫ୍ୟୁ ଲଗାଯାଉଛି । ଆସନ୍ତାକାଲିଠାରୁ ଏହା ଲାଗୁ କରାଯିବ ।
ଏହି ଲକଡାଉନ ମଧ୍ୟରେ କେବଳ ଜରୁରୀକାଳିନ ସେବାକୁ ଅନୁମତି ମିଳିବ । ଜରୁରୀ ସାମଗ୍ରୀ ସହ ଜଡିତ ଦୋକାନ ମଧ୍ୟ ଖୋଲାରହିବ । ମ୍ୟାନୁଫାକ୍‌ଚରିଂ ସେକ୍ଟର ବି ଖୋଲା ରହିବ । ହେଲେ ଗାର୍ମେଣ୍ଟ କନଷ୍ଟ୍ରକ୍ସନ ବନ୍ଦ ରହିବ ।
କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କ କହିବା କଥା ହେଲା , ରାଜ୍ୟରେ ୧ ମେ ରୁ ୧୮ ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କୁ ସରକାରୀ ହସ୍ପିଟାଲରେ ମାଗଣାରେ ଟିକା ଦିଆଯିବ । ୪୫ ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କୁ ପୂର୍ବରୁ ହିଁ ମାଗଣାରେ ଟିକା ଦିଆଯାଉଛି ।
କହିରଖୁଛୁ, କରୋନା ସଂକଟ କାରଣରୁ କର୍ଣ୍ଣାଟକରେ ବର୍ତମାନ ସ୍ଥିତି ଅତ୍ୟନ୍ତ ଶୋଚନୀୟ । ସେଠାରେ ପ୍ରତିଦିନ ୧୦ ହଜାରରୁ ଅଧିକ ସଂକ୍ରମିତ ଜନିତ ମାମଲା ରେକର୍ଡ କରାଯାଉଛି । କର୍ଣ୍ଣାଟକରେ ବର୍ତମାନ ଆକ୍ଟିଭ କେସ ସଂଖ୍ୟା ୨.୬୨ ଲକ୍ଷ ପଂହଚିଛି ।
ଆକ୍ଟିଭ କେସ ମାମଲାରେ କର୍ଣ୍ଣାଟକ ଦେଶରେ ତୃତୀୟ ସର୍ବୋଚ୍ଚ ପ୍ରଭାବିତ ରାଜ୍ୟ । ସେଠାରେ କରୋନା ପାଇଁ ଏପର୍ଯ୍ୟନ୍ତ ୧୪ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଛି । କର୍ଣ୍ଣାଟକ ପୂର୍ବରୁ ଦିଲ୍ଲୀ, ମହାରାଷ୍ଟ୍ର, ରାଜସ୍ଥାନ ଭଳି ରାଜ୍ୟ ବି ୧୫ ଦିନ ପାଇଁ ଲକଡାଉନ କରିସାରିଛନ୍ତି । ସେହିଭଳି ୟୁପି, ଏମପି ଭଳି ରାଜ୍ୟରେ ଚିହ୍ନଟ ହୋଇଥିବା ସହରରେ କର୍ଫୁା କିମ୍ବା ସପ୍ତାହାନ୍ତ ଲକଡାଉନ ରହିଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking