28.1 C
Bhubaneswar
Friday, March 29, 2024
Homeଜୀବନଶୈଳୀହେଡଫୋନ କିମ୍ବା ଇଅରଫୋନ ବ୍ୟବହାର କଲେ କାନ ଉପରେ କ'ଣ ପ୍ରଭାବ ପଡିଥାଏ

ହେଡଫୋନ କିମ୍ବା ଇଅରଫୋନ ବ୍ୟବହାର କଲେ କାନ ଉପରେ କ’ଣ ପ୍ରଭାବ ପଡିଥାଏ

ଭୁବନେଶ୍ୱର: ଆମେ ବିଭିନ୍ନ ପ୍ରକାରର ଜିନିଷ ବ୍ୟବହାର କରୁ । ହେଲେ କେଉଁପରି ଭାବରେ ସେ ଆମକୁ ଫାଇଦା ଦେବା ସହ କ୍ଷତି ପହଂଚାନ୍ତି ତାହା ଆମେ ଅବଗତ ନଥାଉ । ଲମ୍ବା ସମୟ ଧରି ଇଅର ଫୋନ ବ୍ୟବହାର କରିବା ଦ୍ୱାରା ଆପଣଙ୍କ ଉପରେ ଏହା ଖରାପ ପ୍ରଭାବ ପଡିଥାଏ । ହୁଏତ ସମସ୍ତେ ଏହା ଜାଣିନଥିବେ । ଆଉ ଜାଣିବା ପରେ ହୁଏତ ଏହାର ବ୍ୟବହାର ବି ଆଉ ନକରିପାରନ୍ତି । ତେବେ ପ୍ରଥମେ ଯଦି ଆମେ ଜାଣିବା ଏହାଦ୍ୱାରା ଆମର କଣ କ୍ଷତି ହୋଇଥାଏ, ତେବେ ତାହା ହେଲା ଶୁଣିବାର କ୍ଷମତା । ବହୁତ ଜଣ ଏମିତି ଥିବେ ଯାହାକୁ ଅଧିକ ସାଉଣ୍ଡରେ ମ୍ୟୁଜିକ ଶୁଣିବା ପସନ୍ଦ ଆସିଥାଏ । ତେବେ ହାଇ ଭଲ୍ୟୁମରେ ଗୀତ ଶୁଣିବା ମଧ୍ୟରେ ଆପଣଙ୍କୁ ଏକ ମେସେଜ ଆସିଥାଏ, ଯେ ଅଧିକ ସାଉଣ୍ଡ ରେ ଶୁଣିବା ଦ୍ୱାରା ହୁଏତ ଆପଣ ଶୁଣିବାର କ୍ଷମତା ହରାଇପାରନ୍ତି । ହେଲେ ସମସ୍ତେ ଏହାକୁ ଏଡାଇ ଦିଅନ୍ତି । କାରଣ ଆମେ ଭାବୁ ଥରେ କି ଦୁଇ ଥର ଏମିତି ଶୁଣିଲେ କିଛି ବି ପ୍ରଭାବ ପଡିବନି । ହେଲେ ଧିରେ ଧିରେ ଏହିସବୁ ଜିନିଷ ଆମର ଅଭ୍ୟାସରେ ପରିଣତ ହୋଇଯାଏ । ଫଳରେ ଆପଣ ଶ୍ରବଣ ଶକ୍ତି ହରାଇପାରୁ ।
ଏହାପରେ ଅନେକ ଥର ଆପଣ ଦେଖିଥିବେ ଯଦି ଆପଣଙ୍କ ସାଙ୍ଗ କିମ୍ବା କାହାକୁ ହେଡଫୋନ କିମ୍ବା ଇଅରଫୋନ ଦରକାର ଥାଏ, ତେବେ ଆପଣ ତୁରନ୍ତ ଦେଇଦିଅନ୍ତି । ହେଲେ ସାବଧାନ, ଏମିତି କରିବା ଦ୍ୱାରା ଆପଣ ସଂକ୍ରମଣର ଶିକାର ହୋଇପାରନ୍ତି । କାରଣ ଯଦି ଆପଣ କାହାଠୁ ହେଡଫୋନ କି ଇଅର ଫୋନ ଆଣୁଛନ୍ତି ଏବଂ ତାଙ୍କ କାନରେ କିଛି କ୍ଷତ ହୋଇଛି । ଆଉ ତା ପରେ ଆପଣ ତାକୁ ବ୍ୟବହାର କରିଲେ ନିହାତି ଭାବରେ ସଂକ୍ରମଣ ହବ ହିଁ ହବ । ସେଥିପାଇଁ ନିଜ ହେଡଫୋନ କିମ୍ବା ଇଅରଫୋନ କାହାକୁ ଦିଅନ୍ତୁନି କିମ୍ବା ଅନ୍ୟର ବି ବ୍ୟବହାର କରନ୍ତୁନି । ଜାଣିଲେ ତ ହେଡଫୋନ ବ୍ୟବହାର ବି କାନ ଉପରେ ଖରାପ ପ୍ରଭାବ ପକାଇଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking