34.1 C
Bhubaneswar
Thursday, May 9, 2024
Homeଦେଶ ବିଦେଶସୁପ୍ରିମକୋର୍ଟରେ କର୍ଣ୍ଣାଟକ ହିଜାବ୍ ମାମଲା; ତିନିଜଣିଆ ପୀଠରେ ହେବ ଶୁଣାଣି

ସୁପ୍ରିମକୋର୍ଟରେ କର୍ଣ୍ଣାଟକ ହିଜାବ୍ ମାମଲା; ତିନିଜଣିଆ ପୀଠରେ ହେବ ଶୁଣାଣି

ନୂଆଦିଲ୍ଲୀ: କର୍ଣ୍ଣାଟକରେ ଦେଖାଦେଇଥିବା ହିଜାବ୍ ବିବାଦ ସମ୍ପର୍କିତ ମାମଲା ବର୍ତ୍ତମାନ ସୁପ୍ରିମକୋର୍ଟରେ ପହଞ୍ଚିଛି । ପୂର୍ବରୁ ୨୦୨୨ ଅକ୍ଟୋବର ୧୩ରେ ସୁପ୍ରିମକୋର୍ଟ ଖଣ୍ଡପୀଠରେ ମାମଲାର ଶୁଣାଣି ହୋଇଥିବାବେଳେ ଦୁଇ ବିଚାରପତି ଭିନ୍ନ ମତ ପୋଷଣ କରିଥିଲେ । ଫଳରେ ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ.ଚନ୍ଦ୍ରଚୂଡ, ଜଷ୍ଟିସ ଭି.ରାମସୁବ୍ରମଣ୍ୟମ ଏବଂ ଜଷ୍ଟିସ ଜେ.ବି.ପାର୍ଦିୱାଲାଙ୍କୁ ନେଇ ଗଠିତ ତିନିଜଣିଆ ପୀଠରେ ମାମଲାର ଶୁଣାଣି କରାଯିବ ବୋଲି ସୋମବାର ସୁପ୍ରିମକୋର୍ଟ ସୂତ୍ରରୁ ଜଣାପଡିଛି । ଫେବୃଆରୀ ୬ରୁ କର୍ଣ୍ଣାଟକର ସ୍କୁଲ ଓ କଲେଜରେ ପ୍ରାକ୍ଟିକାଲ ପରୀକ୍ଷା ଆରମ୍ଭ ହେବାକୁ ଯାଉଛି । ତେଣୁ ମୁସଲିମ୍ ଛାତ୍ରୀମାନେ ହିଜାବ୍ ପରିଧାନ କରି ଶିକ୍ଷାନୁଷ୍ଠାନ ଯିବାକୁ ଜିଦ୍ ଧରୁଥିବାରୁ ମାମଲାର ଶୀଘ୍ର ଶୁଣାଣି ପାଇଁ ସେମାନଙ୍କ ଓକିଲ ମୀନାକ୍ଷୀ ଆରୋରା ସୁପ୍ରିମକୋର୍ଟଙ୍କୁ ଅଗତ କରିଥିଲେ ।

ତିନିଜଣିଆ ପୀଠରେ ଏହାର ଶୁଣାଣି କରାଯିବ ବୋଲି ଜଷ୍ଟିସ ଚନ୍ଦ୍ରଚୂଡ କହିଛନ୍ତି । ସୂଚନାଯୋଗ୍ୟ ଶିକ୍ଷାନୁଷ୍ଠାନରେ ମୁସ୍‌ଲିମ ଛାତ୍ରୀମାନେ ହିଜାବ୍ ପରିଧାନ କରିପାରିବେ ନାହିଁ ବୋଲି କର୍ଣ୍ଣାଟକ ହାଇକୋର୍ଟ ୨୦୨୨ ମାର୍ଚ୍ଚ ୧୫ରେ ରାୟ ଦେଇଥିଲେ । ଏହାର ପ୍ରତିବାଦରେ କେତେକ ଛାତ୍ରୀ ସୁପ୍ରିମକୋର୍ଟରେ ପିଟିସନ ଦାଏର କରିଥିଲେ । ଅକ୍ଟୋବର ୧୩ରେ ଜଷ୍ଟିସ ହେମନ୍ତ ଗୁପ୍ତା ଓ ଜଷ୍ଟିସ ସୁଧାଂଶୁ ଧୁଲିଆଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟ ଖଣ୍ଡପୀଠ ମାମଲାର ଶୁଣାଣି କରିଥିଲେ । ତେବେ ଜଷ୍ଟିସ ଧୁଲିଆ ହିଜାବ୍ ପରିଧାନକୁ ସମର୍ଥନ ଜଣାଇଥିବାବେଳେ ଜଷ୍ଟିସ ଗୁପ୍ତା କର୍ଣ୍ଣାଟକ ହାଇକୋର୍ଟଙ୍କ ରାୟକୁ କାଏମ ରଖିଥିଲେ । ରାୟ ଦ୍ୱିଖଣ୍ଡିତ ହେବାପରେ ଏହାର ଶୁଣାଣି ବୃହତ୍ତର ପୀଠରେ କରାଯିବା ଉଚିତ ବୋଲି ଉଭୟ ବିଚାରପତି ମତବ୍ୟକ୍ତ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking