40.1 C
Bhubaneswar
Saturday, April 27, 2024
Homeଅପରାଧ୨୦ ମାସର ଶିଶୁକୁ ଦୁଷ୍କର୍ମ ଅଭିଯୋଗ; ଅଭିଯୁକ୍ତ ପଡ଼ୋଶୀ ଗିରଫ

୨୦ ମାସର ଶିଶୁକୁ ଦୁଷ୍କର୍ମ ଅଭିଯୋଗ; ଅଭିଯୁକ୍ତ ପଡ଼ୋଶୀ ଗିରଫ

ମୁମ୍ବାଇ: ମରିଯାଉଛି ମାନବିକତା । ନିଜ କାମନାକୁ ଚରିତାର୍ଥ କରିବାକୁ ୨୦ ମାସର ଶିଶୁକୁ ବି ଛାଡ଼ିଲାନି ଅଭିଯୁକ୍ତ । ମୁମ୍ବାଇ ୱର୍ଲି ଅଞ୍ଚଳରେ ଏଭଳି ଏକ ଜଘନ୍ୟ କାଣ୍ଡ ଦେଖିବାକୁ ମିଳିଛି । ଜଣେ ୨୦ ମାସର ଶିଶୁକୁ ୩୫ ବର୍ଷୀୟ ବ୍ୟକ୍ତି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ପୋଲିସ ଅଭିଯୁକ୍ତକୁ ଗିରଫ କରି ତଦନ୍ତ ଜାରି ରଖିଛି । ପୋଲିସର ସୂଚନା ଅନୁଯାୟୀ, ଅଭିଯୁକ୍ତ ଓ ପୀଡ଼ିତା ପଡ଼ୋଶୀ ଅଟନ୍ତି । ଶିଶୁଙ୍କ ମାଆ କିଛି ସମୟ ପାଇଁ ବାହାରକୁ ଯାଇଥିଲେ । ଏହି ସମୟରେ ଶିଶୁଟିଙ୍କୁ ଏକୁଟିଆ ପାଇଁ ଅଭିଯୁକ୍ତ ଜଣକ ଦୁଷ୍କର୍ମ କରିଥିଲା । ମାଆ ଘରକୁ ଫେରିବା ବେଳେ ଶିଶୁଟି କାନ୍ଦୁଥିବାର ଦେଖିବାକୁ ପାଇଥିଲେ । ଏହାପରେ ସେ ନିକଟସ୍ଥ ଡାକ୍ତରଖାନାରେ ଝିଅକୁ ଭର୍ତ୍ତି କରିଥିଲେ । ସେତେବେଳେ ସେ ଜାଣିବାକୁ ପାଇଥିଲେ ଯେ, ଶିଶୁ ସହ ଦୁଷ୍କର୍ମ ହୋଇଛି । ଶିଶୁଙ୍କ ମାଆ ନିକଟସ୍ଥ ଥାନାରେ ଏନେଇ ଅଭିଯୋଗ କରିଥିଲେ । ପୀଡ଼ିତାଙ୍କ ମାଆଙ୍କ ଅଭିଯୋଗ ଆଧାରରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ସୋମବାର ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ପୋଲିସ ସୂଚନା ଦେଇଛି । ତେବେ ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଥାନା ଅଧିକାରୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking