28.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗଧାନ ଫସଲରେ କାଣ୍ଡବିନ୍ଧା ପୋକର ପାଦୁର୍ଭାବ; ଏକର ଏକର ଧାନ ଫସଲ ନଷ୍ଟ , ଚିନ୍ତାରେ...

ଧାନ ଫସଲରେ କାଣ୍ଡବିନ୍ଧା ପୋକର ପାଦୁର୍ଭାବ; ଏକର ଏକର ଧାନ ଫସଲ ନଷ୍ଟ , ଚିନ୍ତାରେ ଚାଷୀ

ତେଲକୋଇ: ତେଲକୋଇ ବ୍ଲକରେ କାଣ୍ଡବିନ୍ଧା ରୋଗରେ ଏକର ଏକର ଧାନ ଫସଲ ନଷ୍ଟ ହେବାକୁ ବସିଲାଣି। କାଣ୍ଡବିନ୍ଧା ପୋକର ପାଦୁର୍ଭାବରୁ ଧାନ ଗଛର ପିଲ ପଚିଯାଇ ଗଛ ଗୁଡିକ ଲାଲ ହୋଇଯାଉଛି ।ବ୍ଲକର ୧୦୦ରୁ ଉର୍ଦ୍ଧ ଗାଁରେ ହଜାର ହଜାର ହେକ୍ଟର ଜମିରେ କାଣ୍ଡବିନ୍ଧା ରୋଗ ଦେଖାଦେଇଛି । ଗତ ଲଘୁଚାପଜନିତ ବର୍ଷାରେ ଖାଲୁଆ ଜମିରେ ଅଧିକ ସମୟ ଧରି ବର୍ଷା ପାଣି ଜମି ରହିବାରୁ ଏଭଳି ସମସ୍ୟା ଦେଖାଦେଇଥିବା କୁହାଯାଉଛି ।ଅଧିକ ବର୍ଷା ହେବା ଫଳରେ ଜମିରୁ ଜଳ ନିସ୍କାଷିତ ନହୋଇ ବର୍ଷା ଜଳରେ ଦିନ ଦିନ ଧରି ଧାନଗଛ ସବୁ ବୁଡି ରହିଥିଲା । ସେଥିପାଇଁ ହେକ୍ଟର ହେକ୍ଟର ଚାଷଜମି ଏବେ କାଣ୍ଡବିନ୍ଧା ରୋଗରେ ଆକ୍ରାନ୍ତ ହୋଇ ନଷ୍ଟ ହେବାକୁ ବସିଲାଣି ।ଏହାକୁ ନେଇ ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଛି ।ଫସଲ ପାଇଁ କରିଥିବା ଋଣ କେମିତି ଶୁଝିବ ପିଲାଙ୍କ ପେଟରେ ଦାନା କେମିତି ଦେବ ସେନେଇ ଚିନ୍ତାରେ ଚାଷୀ । କାଣ୍ଡବିନ୍ଧା ରୋଗ ପାଇଁ ସରକାର ଙ୍କ ପକ୍ଷରୁ ସବସିଡ ମାଧ୍ୟମରେ ଔଷଧ ଯୋଗାଇ ବାର ବ୍ୟବସ୍ଥା ଥିଲେ ମଧ୍ୟ ତାହା ମିଳିପାରୁନାହିଁ ।କୃଷି କାର୍ଯ୍ୟାଳୟକୁ କାଣ୍ଡବିନ୍ଧା ଔଷଧ ପାଇଁ ଗଲେ ବାହାରୁ ଔଷଧ କିଣିବା ପାଇଁ ଲମ୍ବା ଲିଷ୍ଟ ଧରାଇ ଦେଉଛି କୃଷି ବିଭାଗ । ବଜାର ରୁ ଚଢାଦାମରେ ଔଷଧ କିଣିବା ଚାଷୀମାନଙ୍କ ପକ୍ଷରେ ସମ୍ଭବ ହୋଇପାରୁନି । କେହି କେହି ଚାଷୀ ବଜାର ରୁ ଔଷଧ କିଣି ଜମିରେ ପକାଇଲେ ମଧ୍ୟ କାମ କରୁ ନଥିବା ପ୍ରକାଶ କରିଛନ୍ତି । ବ୍ଲକର ତେଲକୋଇ, ଖୂଣ୍ଟାପଡା,ହାଲପୋଡି,କରଦାଙ୍ଗି, ଦେଉଳଡିହା, ରାମଚନ୍ଦ୍ରପୁର,ଆଦି ୧୦୦ରୁ ଉର୍ଦ୍ଧ ଗାଁରେ ଏଭଳି ଅବସ୍ଥା ଲାଗିରହିଛି ।ତେବେ କୃଷି ବିଭାଗ ପକ୍ଷରୁ କୈଣସି ପଦକ୍ଷେପ ଗ୍ରହଣ କରାଯାଉନଥିବାରୁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking