26.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗସିବିଆଇ ତଦନ୍ତ ଦାବିରେ ମାମଲା

ସିବିଆଇ ତଦନ୍ତ ଦାବିରେ ମାମଲା

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ମାମଲାରେ ସିବିଆଇ ତଦନ୍ତ କରିବାକୁ ଦାବି କରାଯାଇଛି । ଭାରତୀୟ ବିକାଶ ପରିଷଦ ତରଫରୁ ଏନେଇ ଦାବି କରାଯାଇଛି । ସବିଆଇ ତଦନ୍ତ ଦାବିରେ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ କରାଯାଇଛି ।ସିବିଆଇ ତଦନ୍ତ ସହ ୩୦ ଲକ୍ଷ ଟଙ୍କା କ୍ଷତିପୂରଣ ପାଇଁ ଆବେଦନ କରାଯାଇଛି ।ମୁଖ୍ୟ ଶାସନ ସଚିବ, କେନ୍ଦ୍ର ଓ ରାଜ୍ୟ ଗୃହ ସଚିବଙ୍କୁ ପକ୍ଷଭୁକ୍ତ କରାଯାଇଛି । ପୋଲିସ ଡିଜିି , ପୋଲିସ କମିଶନର ଓ ଡିସିପି ପ୍ରମୁଖଙ୍କୁ ପକ୍ଷଭୁକ୍ତ କରାଯାଇଛି ।
ସୂଚନାଯୋଗ୍ୟ, ରାଜ୍ୟରେ ଲକଡାଉନ ଚାଲିଥିବା ବେଳେ ଇନଫୋସିଟି ଅଞ୍ଚଳରେ ଏକ ନାବାଳିକାକୁ କିଛି ପୋଲିସ୍ କର୍ମଚାରୀ ଓ ଏକ ଘରୋଇ ଚ୍ୟାନେଲର କିଛି କର୍ମଚାରୀ ଗଣଦୁଷ୍କର୍ମ କରିଥିବା ନେଇ ପିଡ଼ୀତାଙ୍କ ପରିବାର ଲୋକେ ମହିଳା ଥାନାରେ ଅଭିଯୋଗ କରିଥିଲେ । ଏହି ଅଭିଯୋଗକୁ ନେଇ ଏବେ ତଦନ୍ତ ଜୋର ଧରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking