ଶ୍ମଶାନ ସାଜିଲା ସ୍ୱର୍ଗ ମନ୍ଦିର

ନୟାଗଡ : ମଣିଷ ଜୀବନ ପାଇଁ ଏ ଦୁନିଆ ଗୋଟେ ରଙ୍ଗ ମଞ୍ଚ, ଅଭିନୟ ସାରି ଫେରିବାକୁ ହୁଏ ସେଇ ଅଫେରା ରାଇଜକୁ । ଦିନେନା ଦିନେ ଏ ମଣିଷ ପାଇଁ ଲୋଡ଼ା , ଖଇ କଉଡ଼ିସହ ଛ ଖଣ୍ଡ କାଠ ର ସଵାରୀ । କାନ୍ଧରେ ନେଇ ଯାନ୍ତି ପ୍ରିୟ ପରିଜନ ସେଇ ସ୍ମଶାନ ରଘାଟ କୁ । କିନ୍ତୁ ଲୋକମାନଙ୍କ ମଧ୍ୟରେ ଏ ସ୍ମଶାନ ର ନା ଶୁଣିଲେ ଭୟଙ୍କର ଭାବ ଜାତ ହୋଇଥାଏ, ଏମିତି ଏକ ସ୍ମଶାନ ଆଜି ସାଜିଛି ସେଇ ସ୍ୱର୍ଗ ଲୋକ ମାନଙ୍କ ଆତ୍ମା ପାଇଁ ରଣପୁର ଏନଏ ସି ଅଂଚଳର ଥିବା ରଣପୁର ଶ୍ମଶାନ, ମୋ ଜନ୍ମ ଭୂମି, -ମୋ ନାମରେ ପରିଚିତ ହୋଇଛି ଖାସ କରି ରଣପୁର ଘାଟ ନିର୍ମାଣ ସେବାସଂଘ ର କର୍ମକର୍ତା ଙ୍କ ଅଭିନବ ପ୍ରୟାସ ରେ । ସ୍ମଶାନ କୁ ରଙ୍ଗବେରଙ୍ଗ ର ଫୁଲ ଗଛସହ ନିଜସ୍ୱ ଖର୍ଚ୍ଚରେ ଯୁବସଂଗଠନ ତରଫରୁ ଏହି ସ୍ମଶାନ ର ଚାରିପଟେ ଔଷଧୀୟ ଗଛ ଲଗାଇବା ସହ ପ୍ରତି ଦିନ ଗଛ ଗୁଡିକରେ ପାଣି ଦେବାସହ ସ୍ମଶାନ କୁ ପରିଷ୍କାର ପରିଛନ କରି ରଖିଛନ୍ତି, ପରିଶ୍ରମ ଓ ସହାନୁଭୁତି ବଳରେ ସ୍ମଶାନ ହୋଇ ଯାଇଛି ମନ୍ଦିର । ସ୍ଥାନୀୟ ଅଂଚଳର ଯୁବକ ଙ୍କ ମହଲ ରେ ଏବଂ ରଣପୁର ଘାଟ ନିର୍ମାଣ ସେଵାଵସଙ୍ଘ ଏହି ଅଭିନବ ପ୍ରୟାସ କୁ ନେଇ ରଣପୁର ଅଂଚଳରେ ଚର୍ଚ୍ଚା ହେଉଛି ।

LEAVE A REPLY

Please enter your comment!
Please enter your name here